ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସର୍ଭେ ନାଁରେ ଭୋଟରଙ୍କୁ ପ୍ରଲୋଭନ ଦିଅନ୍ତୁ ନାହିଁ , ସବୁ ଦଳକୁ ନିର୍ବାଚନ ଆୟୋଗଙ୍କ କଡ଼ା ଚେତାବନୀ

ନୂଆଦିଲ୍ଲୀ : ଦେଶରେ ଜାରି ଲୋକସଭା ନିର୍ବାଚନ ମଧ୍ୟରେ ନିର୍ବାଚନ ଆୟୋଗ ସବୁ ଜାତୀୟ ଓ ଆଞ୍ଚଳିକ ଦଳ ଗୁଡ଼ିକୁ ଦେଇଛନ୍ତି କଡ଼ା ଚେତାବନୀ। କହିଛନ୍ତି ଭୋଟରଙ୍କୁ ଲୋଭାଇବା ପାଇଁ କୌଣସି ନିର୍ବାଚନ ପରର ପ୍ରଲୋଭନ ଦିଅ ନାହିଁ। ନିର୍ବାଚନ ଆୟୋଗ ରାଜନୀତିକ ଦଳଙ୍କୁ ସର୍ବେ ନାଁରେ ନିର୍ବାଚନ ପରେ ଲାଭ କେନ୍ଦ୍ରିତ ଯୋଜନା ଗୁଡ଼ିକ ପାଇଁ ମତଦାତାଙ୍କୁ ପଞ୍ଜୀକରଣ ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନ ଆୟୋଗ କହିଛନ୍ତି କି ମତଦାନ ଆଳରେ ଲାଭ ବା ପ୍ରଲୋଭବନର ସମ୍ଭାବନା ଭ୍ରଷ୍ଟ ଆଚରଣ ସହ ସମାନ।

ନିର୍ବାଚନ ଆୟୋଗ ଚାଲୁଥିବା ସାଧାରଣ ନିର୍ବାଚନ ୨୦୨୪ରେ ବିଭିନ୍ନ ଉଦାହରଣକୁ ଧ୍ୟାନରେ ରଖି , ସବୁ ଜାତୀୟ ଓ ରାଜ୍ୟ ରାଜନୀତିକ ଦଳ ଗୁଡ଼ିକୁ ଆଜି ଏକ ଆଡଭାଇଜରୀ ଜାରି କରିଛି। ଏଥିରେ କୁହାଯାଇଛି କି ସବୁ ଦଳ କୌଣସି ବି ଏମିତି କାର୍ଯ୍ୟକଳାପକୁ ତୁରନ୍ତ ବନ୍ଦ କରି ଦିଅନ୍ତୁ ଏବଂ ଏଥିରୁ ନିବୃତ୍ତ ରୁହନ୍ତୁ, ଯେଉଁଥିରେ କୌଣସି ବି ବିଜ୍ଞାପନ / ସର୍ବେକ୍ଷଣ / ଆପ୍‌ ମାଧ୍ୟମରେ ନିର୍ବାଚନୀ ପରେ ଲାଭାର୍ଥୀ ଯୋଜନା ପାଇଁ ବ୍ୟକ୍ତିଙ୍କର ପଞ୍ଜୀକରଣ ସାମିଲ ହୋଇଥିବ। ଆୟୋଗ କହିଛନ୍ତି କି, ନିର୍ବାଚନ ପରେ ଲାଭ ଦେବା ପାଇଁ ପଞ୍ଜୀକରଣ କରିବାକୁ ଭୋଟରଙ୍କୁ ଆମନ୍ତ୍ରିତ କରିବା ଏକ ଭ୍ରଷ୍ଟ ଆଚରଣ। ଆୟୋଗ ସବୁ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ବୈଧାନିକ ପ୍ରାବଧାନ ଅନୁସାରେ , ଏମିତି କିଛି ବି ବିଜ୍ଞାପନ ବିରୋଧରେ ଉଚିତ୍‌ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। 

ନିର୍ବାଚନ ଆୟୋଗ କହିଛନ୍ତି କି, କିଛି ରାଜନୀତିକ ଦଳ ଓ ପ୍ରାର୍ଥୀ ଏମିତି କାର୍ଯ୍ୟକଳାପରେ ସଂପୃକ୍ତ ଅଛନ୍ତି, ଯିଏ ବୈଧ ସର୍ବେକ୍ଷଣ ଓ ନିର୍ବାଚନ ପରେ ଲାଭାର୍ଥୀ-ଉନ୍ମୁଖ ଯୋଜନାକୁ ନଜରରେ ରଖି ବ୍ୟକ୍ତିଙ୍କୁ ପଞ୍ଜୀକୃତ କରିବାର ପକ୍ଷପାତିତାପୂର୍ଣ୍ଣ ଚେଷ୍ଟା ମଧ୍ୟରେ ଥିବା ସୀମାକୁ ଅତିକ୍ରମ କରୁଛନ୍ତି। ଆୟୋଗ ସବୁ ଜାତୀୟ ଓ ରାଜ୍ୟ ସ୍ତରୀୟ ରାଜନୀତିକ ଦଳଙ୍କୁ କୌଣସି ବି ବିଜ୍ଞାପନ, ସର୍ବେକ୍ଷଣ ବା ମୋବାଇଲ ଆପ୍ଲିକେସନର ମାଧ୍ୟମରେ ନିର୍ବାଚନ ପରେ ଲାଭାର୍ଥୀ-ଉନ୍ମୁଖ ଯୋଜନା ପାଇଁ ଲୋକଙ୍କୁ ପଞ୍ଜୀକୃତ କରୁଥିବା କୌଣସି ବି କାର୍ଯ୍ୟକଳାପକୁ ତୁରନ୍ତ ବନ୍ଦ କରିବା ପାଇଁ ଏକ ପରାମର୍ଶ ଜାରି କରିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.