ପ୍ରମୁଖ ଖବର
  • ଟାଙ୍ଗୀ: ୨୪ ଘଣ୍ଟା ପରେ ନିଖୋଜ ପ୍ରଫୁଲଙ୍କ ମୃତଦେହ କଲବଲିଆ ପୋଖରୀରୁ ଉଦ୍ଧାର| ହାତୀ ଆକ୍ରମଣରେ ମୃତ୍ୟୁ ଅଭିଯୋଗ
  • ||
  • କଟକ: ଆସିଲା ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ରାୟ, ହାଇ ପାୱାର କମିଟି ଗଠନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଆଗ ପଛ ହୋଇ ଆସୁଛି ଲଘୁଚାପ, ପହିଲାରୁ ସପ୍ତାହେ ବର୍ଷିବ
  • ||
  • ଗଞ୍ଜାମ: ପୂ୍ର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ୨୪ ଘଣ୍ଟାରେ ଗଡିଲା ଦୁଇ ମଣ୍ଡ
  • ||
  • ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ, ମାତିଛନ୍ତି ମୁଖା ପିନ୍ଧା ଲୁଟେରା
  • ||
  • ରାୟଗଡ଼ା: ଭିଜିଲାନ୍ସ ଜାଲରେ ପିଏଚଡି କାର୍ଯ୍ୟାଳୟ ଏଷ୍ଟିମେଟର, ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ଆନନ୍ଦପୁର: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ
  • ||
  • ନୂଆଦିଲ୍ଲୀ: ପାକିସ୍ତାନରେ ବିସ୍ଫୋରଣ, ୧୩ ମୃତ, ୭୦ ଆହତ
  • ||
  • କାଲିମେଳା: ଓଲଟିଲା ପାଣି ପାଇପ୍ ବୋଝେଇ ଟ୍ରେଲର, ଡ୍ରାଇଭର୍ ଆହତ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ବର୍ଣ୍ଣ, ମହିଳା ୧୦ ମିଟର ଏୟାର ରାୟଫଲ ଟିମ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ
  • ||
  • ପୁରୀ: ଆଜି ବଡ଼ଦେଉଳରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି
  • ||
  • ବିଶ୍ୱକପ୍‌ ପାଇଁ ଉତ୍ସବମୁଖର ଭାରତ: ଗୋଟିଏ ସପ୍ତାହ ଅପେକ୍ଷା, ଆଜିଠୁ ଅଭ୍ୟାସ ମ୍ୟାଚ୍
  • ||
  • କଟକ: ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ, ଲୁଗା ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି
  • ||
  • ଭୁବନେଶ୍ୱର:ଡେଙ୍ଗୁ ନେଲା ଆଉ ଏକ ମୁଣ୍ଡ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ସପ୍ତମ ସ୍ବର୍ଣ୍ଣ, ୫୦ ମିଟର ଏୟାର ରାଫଲ ଟିମ ଇଭେଣ୍ଟ ଗୋଲ୍ଡ ମେଡାଲ
  • ||
  • କାବେରୀ ନଦୀଜଳ ବିବାଦ: ତାମିଲନାଡୁକୁ ଅଧିକ ପାଣି ଛାଡିବା ନିଷ୍ପତ୍ତି ବିରୋଧ, ଆଜି କର୍ଣ୍ଣାଟକ ବନ୍ଦ
  • ||
  • ଭୁବନେଶ୍ୱର: ବିଶ୍ୱ ହୃତ୍‌ପିଣ୍ଡ ଦିବସ, ଏ ବର୍ଷର ଥିମ ‘ହୃତ୍‌ପିଣ୍ଡର ଉପଯୋଗ କର, ହୃତ୍‌ପିଣ୍ଡକୁ ଜାଣ ’
  • ||
  • ଯାଜପୁର: ଅଢ଼େଇ ବର୍ଷର ଝିଅ ସହ ବୈତରଣୀ ନଦୀକୁ ଡ଼େଇଁଲେ ବାପା, ୩୦ ଘଣ୍ଟା ପରେ ଉଦ୍ଧାର ଚନ୍ଦନଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ଶୁକ୍ରବାର ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ: ୧୩ରୁ ଫେରିଯିବ ମୌସୁମୀ
  • ||

ପୁଅର କାଠ ଫାଳିଆ ମାଡ଼ରେ ବାପାର ମୁଣ୍ଡ ଫାଟିଲା

ଖଲ୍ଲିକୋଟ,୩/୯ : ଖଲ୍ଲିକୋଟ ଏନଏସି ଅନ୍ତର୍ଗତ ତୋଟାଗାଁ ରେ ପୁଅର କାଠ ଫାଳିଆ ମାଡ଼ରେ ବାପାର ମୁଣ୍ଡ ଫାଟିଯାଇଛି।  ନିଜର ସ୍ତ୍ରୀ ପିଲା ଙ୍କୁ ଆକ୍ରମଣ କରିବା ଉଦ୍ଦେଶ୍ୟରେ ଆସିଥିବା ପୁଅକୁ ବାଧା ଦେବାରୁ ବାପା ଙ୍କ ମୁଣ୍ଡକୁ ଏକ କାଠ ଫାଳିଆ ରେ ପ୍ରହାର କରିଥିଲା ପୁଅ । 

 ତୋଟାଗାଁ ର ମହନା ପାହାନ ପାରିବାରିକ ଅଶାନ୍ତି ଯୋଗୁଁ ଶନିବାର ରାତିରେ ନିଜର ସ୍ତ୍ରୀ ପିଲାଙ୍କୁ ଆକ୍ରମଣ କରିବା ପାଇଁ ଘରକୁ ଆସିଥିବା ବେଳେ ବାପା ଭୀମ ପାହାନ(୬୫) ଏହାର ପ୍ରତିରୋଧ କରିଥିଲେ ।ଫଳରେ ଉତ୍ତ୍ୟକ୍ତ ହୋଇ ରହିଥିବା ପୁଅ ମହନା ବାପା ଙ୍କ ମୁଣ୍ଡକୁ ଏକ କାଠ ଫାଳିଆ ରେ ଶକ୍ତ ପ୍ରହାର କରିଥିଲା ।ମୁଣ୍ଡ ଫାଟିଯିବା ସହ ରକ୍ତାକ୍ତ ହୋଇ ତଳେ ପଡି ଯାଇଥିଲେ ଭୀମ ।ପାଟିତୁଣ୍ଡ ଶୁଣି ସାହି ପଡୋଶୀ ଦୌଡି ଆସିବାରୁ ଆକ୍ରମଣ କାରି ମହନା ସେଠାରୁ ପଳାଇ ଯାଇଥିଲା ।ଗୁରୁତର ଆହତ ଭୀମ ଙ୍କୁ ପରିବାର ଲୋକେ ଚିକିତ୍ସା ପାଇଁ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେଇ ଆସିଥିଲେ । ଏହାପରେ ଆକ୍ରମଣ କାରୀ ମହନା ଙ୍କ ପୁଅ ଅର୍ଥାତ ଗୁରୁତର ଆହତ ହୋଇଥିବା ଭୀମ ଙ୍କ ନାତି ବିଭୁ ପାହାନ(୧୯) ଏ ସମ୍ପର୍କରେ ଖଲ୍ଲିକୋଟ ଥାନାରେ ଅଭିଯୋଗ କରିଥିଲେ ।ଅଭିଯୋଗ କୁ ଭିତ୍ତି କରି ପୋଲିସ ଥାନା ରେ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଥିଲା । ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ ଙ୍କ ନିର୍ଦ୍ଦେଶ ରେ ଏସ ଆଇ ହିମାଂଶୁ ଶେଖର ପାତ୍ର ତୋଟାଗାଁ ରେ ଚଢ଼ାଉ କରି ଅଭିଯୁକ୍ତ ମହନା ପାହାନ କୁ ଗିରଫ କରିଥିଲେ ।

ଆହୁରି ପଢନ୍ତୁ : ହଳ କରୁଥିବା ବେଳେ ଦୁର୍ଘଟଣା, ଟ୍ରାକ୍ଟର ଚକ ତଳେ ଚାପି ହୋଇ ଚାଳକ ମୃତ

Copyright © 2022 - Summa Real Media Private Limited. All Rights Reserved.