ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଗୋଲ୍ଡମ୍ୟାନ୍‌ ସ୍ୟାଚ୍‌ର ଆକଳନ:୨୦୭୫ ସୁଦ୍ଧା ଭାରତ ଦ୍ୱିତୀୟ ବଡ଼ ଅର୍ଥନୀତି, ୫୨.୫ ଟ୍ରିଲିୟନ ଡଲାର ହେବ ଜିଡିପି

ନୂଆଦିଲ୍ଲୀ,୧୫/୦୪: ଅଭିବୃଦ୍ଧିଶୀଳ  ରାଷ୍ଟ୍ରଙ୍କ ମଧ୍ୟରେ ଭାରତ ଏବେ ସବୁଠାରୁ ଆଗରେ ରହିଛି । ଜିଡିପି ଦୃଷ୍ଟିକୋଣରୁ ଭାରତ  ବର୍ତ୍ତମାନ ୫ମ ସ୍ଥାନରେ ରହିଛି । ତେବେ ୨୦୭୫ ବେଳକୁ ଦେଶ ଦ୍ୱିତୟ ବଡ ଅର୍ଥନୀତି ପାଲଟିବ । ବର୍ତ୍ତମାନ ଭାରତ ଜିଡିପିର ଆକାର  ୪.୧୧ ଟ୍ରିଲିୟନ ଡଲାର ଥିବା ବେଳେ ୨୦୭୫  ବେଳକୁ ଏହା ୫୨.୫ ଟ୍ରିଲିୟନ ଡଲାରକୁ ବୃଦ୍ଧି  ହେବ ବୋଲି ଗୋଲ୍ଡ ମ୍ୟାନ ସ୍ୟାଚ୍‌ ପକ୍ଷରୁ ଆକଳନ କରାଯାଇଛି । ବର୍ତ୍ତମାନ ଆମେରିକା  ବିଶ୍ୱର ୧ ନମ୍ବର ଅର୍ଥବ୍ୟବସ୍ଥା । ଏହା ପରେ  ଚୀନ, ଜର୍ମାନୀ ଏବଂ ଜାପାନ ରହିଛନ୍ତି । ୨୦୨୭ ସୁଦ୍ଧା ଭାରତ ବିଶ୍ୱର ତୃତୀୟ ବଡ  ଅର୍ଥ ବ୍ୟବସ୍ଥା ପାଲଟିବ ବୋଲି କୁହାଯାଉଛି ।  ସେହିଭଳି ୨୦୭୫ ବେଳକୁ ବିଶ୍ୱର ଶୀର୍ଷ ୧୦ ଅର୍ଥ ବ୍ୟବସ୍ଥା ମଧ୍ୟରେ ୪ ଇସଲାମୀୟ ଦେଶ  ସାମିଲ ହେବାର ସମ୍ଭାବନା ରହିଛି । 

ଏବେ କୌଣସି ଦେଶ ଟପ୍‌ ୧୦  ମଧ୍ୟରେ ନାହାନ୍ତି । ଇଣ୍ଡୋନେସିଆ ୧.୫୧  ଲକ୍ଷ କୋଟି ଡଲାର ଜିଡିପି ସହ ୧୬ତମ,  ତୁର୍କୀ ୧.୩୪ ଲକ୍ଷ କୋଟି ଡଲାର ଅର୍ଥନୀତି  ସହ ୧୭ତମ ଏବଂ ସାଉଦି ଆରବ ୧.୧୧  ଲକ୍ଷ କୋଟି ଡଲାର ଜିଡିପି ସହ ୧୯ତମ  ସ୍ଥାନରେ ରହିଛି । ୨୦୭୫ ବେଳକୁ  ଇଣ୍ଡୋନେସିଆ, ନାଇଜେରିଆ, ପାକିସ୍ତାନ  ଏବଂ ଇଜିଷ୍ଟ ଭଳି ଦେଶ ଟପ୍‌ ୧୦ରେ  ସାମିଲ ହୋଇପାରନ୍ତି । ୧୩.୭ ଟ୍ରିଲିୟନ  ଡଲାର ଜିଡିପି ସହ ଇଣ୍ଡୋନେସିଆ ୪ର୍ଥ  ଏବଂ ନାଇଜେରିଆ ୫ମ ସ୍ଥାନରେ ରହିବ ।  ସେହିଭଳି ୧୨.୩ ଟ୍ରିଲିୟନ ଡଲାର ଜିଡିପି  ସହ ପାକିସ୍ତାନ ୬ଷ୍ଠ ସ୍ଥାନରେ ରହିପାରେ ।  ବର୍ତ୍ତମାନ ପାକିସ୍ତାନ ଆର୍ଥିକ ସଙ୍କଟ ଦେଇ  ଗତି କରୁଛି । ଏହାର ଜିଡିପି ୩୪୦.୬୪ ବିଲିୟନ ଡଲାର । ଯାହା ମହାରାଷ୍ଟ୍ରର ଜିଡିପି  ଠାରୁ ମଧ୍ୟ କମ୍‌ । ଟାଟା ଗ୍ରୁପର ବଜାର  ପୁଞ୍ଜିକରଣ ପାକିସ୍ତାନ ଠାରୁ ମଧ୍ୟ ଅଧିକ । 

ବିଶ୍ୱର ଆହ୍ୱାନପୂର୍ଣ୍ଣ ସ୍ଥିତିରେ ମଧ୍ୟ  ଭାରତ ଅଭିବୃଦ୍ଧି ଧାରା ଜାରି ରଖିଛି । ଘରୋଇ  ବଜାର ଜାରି ରଖିଥିବା ସଂସ୍କାର ପଦକ୍ଷେପ  ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରୁଛି । ଦେଶର  ଅର୍ଥନୀତି ଉପରେ ବିଦେଶୀ ନିବେଶକମାନେ  ଆଶା ପ୍ରକଟ କରୁଛନ୍ତି । ଫଳରେ ଘରୋଇ  ନିବେଶ ବଢ଼ୁଛି । ନିବେଶକୁ ପ୍ରୋତ୍ସାହିତ  କରିବା ଦେଶରେ କେନ୍ଦ୍ର ସରକାର ପୁଞ୍ଜି  ଖର୍ଚ୍ଚକୁ ମଧ୍ୟ ବଢ଼ାଉଛନ୍ତି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.