ବାଲିଗୁଡ଼ା, ୦୫/୦୯ : କୋଟଗଡ଼ ଥାନା ଧରାକୋଟ ପଞ୍ଚାୟତ ସାଜେଲି ଗ୍ରାମରେ ଅଭାବନୀୟ ଘଟଣା। ଏକ ଗଛରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର ହୋଇଛି l ମୃତକ ଜଣଙ୍କ ହେଲେ ସେହି ଗାଁର ମନୋଜ ପ୍ରାଧନୀ l ମନୋଜଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ସ୍ତ୍ରୀ କାଜଲ ପୂଜାରୀ ହତ୍ୟା ଅଭିଯୋଗ ଆଣି କୋଟଗଡ଼ ଥାନାରେ ଏତଲା ଦେଇଛନ୍ତି। ଏତଲାକୁ ଆଧାର କରି କୋଟଗଡ଼ ପୋଲିସ ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ତୁମୁଡିବନ୍ଧ ମେଡିକାଲ ପଠାଇଛି।
ସୂଚନା ଅନୁଯାୟୀ, ମୃତ ମନୋଜ ପ୍ରଧାନୀ ଏକ ମାସ ପୂର୍ବେ କେରଳକୁ କାମ କରିବାକୁ ଯାଇଥିଲେ। ସେହି ସମୟରେ ବିଜୟ ପ୍ରଧାନୀ, ସୁଶାନ୍ତ ପ୍ରଧାନୀ ମିଶି ମନୋଜର ସ୍ତ୍ରୀ କାଜଲ ପୂଜାରୀ ସହ ସମ୍ପର୍କ ସ୍ଥାପନ ପାଇଁ ବାଧ୍ୟ କରୁଥିଲେ। ଏହି ଘଟଣାକୁ ମନୋଜ ଜାଣିବାକୁ ପାଇ ଘରକୁ ଫେରିଥିଲା। ତାପରେ ମନୋଜ ସମ୍ମୁଖରେ ବିଜୟ ପ୍ରଧାନୀଙ୍କ ସ୍ତ୍ରୀ ସୁଶାନ୍ତ ସହ କାଜଲର ଅନୈତିକ ସମ୍ପର୍କ ଥିବା ନେଇ ଅପପ୍ରଚାର କରିଥିଲା। ଫଳରେ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ପାଟିତୁଣ୍ଡ ହୋଇଥିଲା।
ଗତ ଗୁରୁବାର ବିଜୟ ପ୍ରଧାନୀ, ମନୋଜ ପ୍ରଧାନୀକୁ ଘରୁ ଡାକିନେଇ ପ୍ରବଳ ମଦ ପିଆଇ କ୍ଷେତରେ ମାରି ଗଛରେ ଝୁଲାଇ ଦେଇଥିବା ସ୍ତ୍ରୀ କାଜଲ ଥାନାରେ ଅଭିଯୋଗ କରିଛନ୍ତି। ଏତଲା ଆଧାରରେ ବିଜୟ ପ୍ରଧାନୀ, ସୁଶାନ୍ତ ପ୍ରଧାନୀ ଓ କାଳନ୍ଦୀ ପ୍ରଧାନୀକୁ ପୁଲିସ ଖୋଜୁଥିବା ଜଣାପଡିଛି। ତଦନ୍ତ ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇପାରିବ ବୋଲି କହିଛନ୍ତି ଥାନା ଅଧିକାରୀ ପ୍ରଦୀପ କୁମାର ରାଉଳ।