ପ୍ରମୂଖ ଖବର
  • ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ଭାଇରାଲ୍ ଘଟଣା: ସିଂହଦ୍ୱାର ଥାନାରେ ମାମଲା ରୁଜୁ
  • ||
  • ହଂସପାଳ ଓଭରବ୍ରିଜ୍‌ରେ ଭୁବନେଶ୍ୱରରୁ କଟକକୁ ଗଡ଼ିବ ଗାଡ଼ି, ଉଦ୍‌ଘାଟନ କଲେ ଅପରାଜିତା ଷଡ଼ଙ୍ଗୀ
  • ||
  • ବୌଦ୍ଧ : ସଙ୍ଘବଦ୍ଧ ଆକ୍ରମଣ କରି ଯୁବକଙ୍କୁ ହତ୍ୟା, ୪ ଅଟକ
  • ||
  • ପୁରୀ : ଶିରୁଳି ମହାବୀର ମନ୍ଦିରରୁ ଚୋରି, ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ : ଅଜଣା ଗାଡ଼ିକୁ ଧକ୍କା ଦେଲା ଡାଲା ଅଟୋ, ହେଲ୍ପର ମୃତ
  • ||
  • ଛତିଶଗଡ଼ ଗରିଆବନ୍ଧରେ ଏନକାଉଣ୍ଟର: ୧୪ ମାଓବାଦୀ ନିହତ, ବଢ଼ିପାରରେ ମୃତ୍ୟୁସଂଖ୍ୟା
  • ||
  • ଲମତାପୁଟ : ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଅଘଟଣ, ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ
  • ||
  • ନିଖୋଜ ଯୁବତୀ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ଘଟଣା: ନ୍ୟାୟ ଦାବିରେ ୧୨ ଘଣ୍ଟିଆ ବରଗଡ଼ ବନ୍ଦ, ଏବେ ବି ମୁଖ୍ୟ ଅଭିଯୁକ୍ତ ଫେରାର
  • ||
  • ଟ୍ୱିନ୍‌ ସିଟିରେ ବ୍ଲକିଂ ଚେକିଂ କଡ଼ାକଡ଼ି, ରାତି ଅଧିଆ ତନାଘନା କଲା କମିଶନରେଟ୍‌ ପୋଲିସ
  • ||
  • ବଙ୍ଗୋପସାଗରରେ ଗୁରୁଚାପ ବଳୟ ପ୍ରଭାବ: ବୁଧବାରଠାରୁ କମିବ ଶୀତ, ଦୁଇ ଦିନ ଘନ କୁହୁଡ଼ି ସମ୍ଭାବନା
  • ||

ଅଧିକ ଗ୍ୟାଷ୍ଟ୍ରିକ୍ ସମସ୍ୟା ଦେଖାଦେଉଥିଲେ, ଏଥିରୁ ମୁକ୍ତି ପାଇବା ପାଇଁ କିଛି ଘରୋଇ ଉପଚାର...

Published By : Prameya | April 13, 2024 4:18 PM

ଭୁବନେଶ୍ୱର, ୧୩।୪: ଅସନ୍ତୁଳିତ ଜୀବନଶୈଳୀ ସାଙ୍ଗକୁ ଫାଷ୍ଟଫୁଡ୍, ତେଲ ଓ ମସଲାଯୁକ୍ତ ଅସ୍ୱାସ୍ଥ୍ୟକର ଖାଦ୍ୟଭ୍ୟାସ ସାଧାରଣତଃ ଗ୍ୟାଷ୍ଟ୍ରିକ୍ ସମସ୍ୟା ସୃଷ୍ଟି କରିଥାଏ । ହେଲେ ଖରାଦିନରେ ଏହି ସମସ୍ୟା ଅଧିକ ବଢ଼ୁଥିବା ଦେଖାଯାଏ । ସେହିପରି ଅସମୟରେ ଖାଦ୍ୟ ଗ୍ରହଣ ମଧ୍ୟ ଏହାର କାରଣ ହୋଇଥାଏ । ଏହାକୁ ଏକ ସାଧାରଣ ସମସ୍ୟା ଭାବି ଅଣଦେଖା କରିବା ଉଚିତ୍ ନୁହେଁ । ଏଥିରେ ଛାତି ପୋଡ଼ା, ଆମ୍ୱିଳା ହାକୁଟି, ଛାତିବିନ୍ଧା, ମୁଣ୍ଡ ବୁଲାଇବା ଆଦି ସମସ୍ୟା ହୋଇଥାଏ । ତେବେ ଏପରି କିଛି ଘରୋଇ ଉପଚାର ରହିଛି, ଯାହା ଖରାଦିନରେ ଦେଖାଯାଉଥିବା ଗ୍ୟାଷ୍ଟ୍ରିକ୍ ସମସ୍ୟାକୁ ହ୍ରାସ କରିଥାଏ । ଆସନ୍ତୁ ଜାଣିବା ସେସବୁ ଉପଚାର ବିଷୟରେ...

ଦହି :

ଖରାଦିନେ ଦହି ଶରୀର ସାଙ୍ଗକୁ ପେଟ ଥଣ୍ଡା ରଖିଥାଏ । ଏଥିରେ ଲାକ୍ଟିକ୍ ଏସିଡ୍ ରହିଛି, ଯାହା ଗ୍ୟାଷ୍ଟ୍ରିକ୍ ସମସ୍ୟାକୁ ହ୍ରାସ କରେ । ଯଦି ଏପରି ସମସ୍ୟା ହେଉଛି, ତେବେ ଦହିରେ ଗୋଲମରିଚ, ଅଳ୍ପ ଲୁଣ ଏବଂ ଧନିଆ ପତ୍ର ରସକୁ ମିଶାଇ ସେବନ କଲେ ତୁରନ୍ତ ଏହି ସମସ୍ୟାରୁ ମୁକ୍ତି ମିଳିପାରେ । 

କଦଳୀ :

ଅମ୍ଳତା କିମ୍ୱା ଗ୍ୟାଷ୍ଟ୍ରିକ୍‌ରୁ ହ୍ରାସ ପାଇବା ଲାଗି କଦଳୀକୁ ଏକ ଉତ୍ତମ ଖାଦ୍ୟ ଭାବେ ଗ୍ରହଣ କରାଯାଏ । ଏଥିରେ ଆଣ୍ଟାସିଡ୍ ନାମକ ଏକ ତତ୍ତ୍ୱ ରହିଥାଏ । ଯାହା ପାକସ୍ଥଳୀରେ ସୃଷ୍ଟି ହେଉଥିବା ଏସିଡ୍ ରିଫ୍ଲକ୍ସକୁ ରୋକିବାରେ ସାହାଯ୍ୟ କରିଥାଏ । ଏହି ସମସ୍ୟାରୁ ଆରାମ ପାଇବା ଲାଗି ପ୍ରତିଦିନ ଗୋଟିଏ କଦଳୀ ଖାଇବା ଉପକାରୀ ହୋଇଥାଏ ।

ଆପଲ୍ ଭିନେଗାର :

ଏସିଡ୍ ରିଫ୍ଲକ୍ସର ଯୋଗୁଁ ଅନେକ ଥର ପେଟରେ ଏହି ସମସ୍ୟା ହୋଇଥାଏ । ଏହାର ସମାନ ସ୍ୱରୂପ ଆପଲ୍ ଭିନେଗାର ବ୍ୟବହାର କରାଯାଇପାରିବ । ଏକ ଗ୍ଲାସ୍ ପାଣିରେ ଗୋଟିଏ କିମ୍ୱା ଦୁଇ ଚାମଚ ଆପଲ୍ ଭିନେଗାର ପକାଇ ପିଇପାରିବେ । ଏଥିରୁ ଗ୍ୟାଷ୍ଟ୍ରିକ୍ ସମସ୍ୟା ସହ ଶରୀରରେ ଅତ୍ୟଧିକ ଚର୍ବି ହ୍ରାସ ପାଏ । କିନ୍ତୁ, ସର୍ବଦା ଧ୍ୟାନ ରଖିବେ ଯେ, ଆପଲ୍ ଭିନେଗାରକୁ ଦିନକୁ ୨ ଚାମଚରୁ ଅଧିକ ସେବନ କରିବେ ନାହିଁ । 

ଲବଙ୍ଗ :

ଲବଙ୍ଗ କାର୍ମିନାଟିଭ ନାମକ ଏକ ତତ୍ତ୍ୱ ରହିଛି । ଯାହା ଆମ ଶରୀର ଉପରେ ସକାରତ୍ମକ ପ୍ରଭାବ ପକାଏ । ଏହା ପାକସ୍ଥଳୀରେ ଗ୍ୟାସ୍ ସୃଷ୍ଟିକୁ ରୋକିବା ପାଇଁ କାର୍ଯ୍ୟ କରେ । 

ଜିରା ଓ ପାନମଧୁରୀ :

ଜିରା ଓ ପାନମଧୁରୀ ଏକ ଏସିଡ୍ ନ୍ୟୁଟ୍ରିଲାଇଜର ଭାବେ ଗ୍ରହଣ କରାଯାଏ । ଏହା ହଜମ ଜନିତ ସମସ୍ୟାରୁ ଦୂର କରିବା ସହ ପେଟ ଯନ୍ତ୍ରଣାରୁ ମୁକ୍ତି ଦିଏ । ଭୋଜନ ପରେ ଭଜା ଜିରା କିମ୍ୱା ଭଜା ପାନମଧୁରୀକୁ ଏକ କପ୍ ପାଣିରେ ପକାଇ ପିଇପାରିବେ କିମ୍ୱା ଖାଲି ପାଟିରେ ଚୋବାଇ ଖାଇପାରିବେ ।   

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.