ପ୍ରମୁଖ ଖବର
  • ବୁଧବାର ଅରୁଣ ଗୋଭିଲ, ଗୁରୁବାର ପୁଣି ଓଡିଶା ଆସିବେ ଜେ.ପି ନଡ୍ଡା
  • ||
  • ପ୍ରଯୋଜକ ବିଜୟ ପଟ୍ଟନାୟକଙ୍କ ପରଲୋକ, ଚିକିତ୍ସାଧୀନ ଅବସ୍ଥାରେ ତ୍ୟାଗ କଲେ ଶେଷ ନିଶ୍ୱାସ
  • ||
  • ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବେଳେ ଦୁର୍ଘଟଣା : ଜଣେ ଆହତ, ଅଳ୍ପକେ ବର୍ତ୍ତିଲେ ୨୦ ପୋଲିସ କର୍ମଚାରୀ
  • ||
  • ରଥଖଳା ହାଲ୍‌ଚାଲ୍‌...ଶ୍ରୀନୃସିଂହ ଚତୁର୍ଦ୍ଦଶୀ ତିଥିରେ ଗୁଜ ଅନୁକୂଳ, ଖୋଳା ହେବ ଯନ୍ତା ଗାଡ଼
  • ||
  • ସ୍ୱାତୀ ମାଲିୱାଲଙ୍କୁ ମାଡ଼ ମାମଲା: ସିଏମ୍‌ ହାଉସ୍‌ରେ ବିଭବଙ୍କୁ ନେଇ ସିନ୍‌ ରିକ୍ରିଏଟ୍‌
  • ||
  • ମଦ ନୀତି ଦୁର୍ନୀତି ମାମଲା: କେଜ୍‌ରିୱାଲଙ୍କୁ ପୁଣି ୧୪ ଦିନ ରିମାଣ୍ଡରେ ନେବାକୁ ଇଡିର ଆବେଦନ
  • ||
  • IPL ପ୍ରଥମ କ୍ୱାଲିଫାୟର ମ୍ୟାଚ୍‌ରେ ମୁହାଁମୁହିଁ ହେବେ କୋଲକାତା- ହାଇଦ୍ରାବାଦ, ରନ୍‌ ବର୍ଷା କରିବେ ବ୍ୟାଟିଂ ପାୱାର ହାଉସ୍‌
  • ||
  • ବାତ୍ୟା ହେବନି..ଅବପାତ ହୋଇ ମିଆଁମାର ଯିବ: ଜିଏଫଏସ୍
  • ||

କେଏଲ ରାହୁଲ କାହିଁକି ହେଲେ ବାହାର, ରିଙ୍କୁ ସିଂହ ପାଇଲେନି ସ୍ଥାନ ? ରୋହିତ ଶର୍ମା ଓ ଅଜିତ ଅଗରକର କହିଲେ କାରଣ

ନୂଆଦିଲ୍ଲୀ,୨।୫:  ଟି-୨୦ ଓ୍ବାର୍ଲ୍ଡକପ୍ ପାଇଁ କେଏଲ ରାହୁଲଙ୍କୁ କାହିଁକି ସ୍ଥାନ ଦିଆଗଲାନି ? ରିଙ୍କୁ ସିଂହଙ୍କୁ ଟ୍ରାଭେଲିଂ ରିଜର୍ଭ କାହିଁକି ହେବାକୁ ପଡିଲା ? ଏସବୁ ପ୍ରଶ୍ନର ଉତ୍ତରର ଜବାବ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଓ କ୍ୟାପଟେନ୍ ରୋହିତ ଶର୍ମା ଦେଇଛନ୍ତି। ଏ ଦୁହେଁ ଗୁରୁବାର ବିସିସିଆଇ ମୁଖ୍ୟାଳୟରେ ଟି-୨୦ ବିଶ୍ବକପ୍ ଟିମ୍‌ ସମ୍ପର୍କିତ ପ୍ରଶ୍ନ ଉତ୍ତର ଦେଇଛନ୍ତି। କେଏଲ ରାହୁଲଙ୍କୁ ବାହାର କରିବା ଉପରେ ଅଜିତ ଅଗରକର କହିଛନ୍ତି, ଆମକୁ ଲୋୟର ମିଡିଲ ଅର୍ଡରରେ ଭଲ ବ୍ୟାଟସମ୍ୟାନ୍ ଦରକାର ଥିଲା। ସେଭଳି କେଏଲ ରାହୁଲ ଓପନିଂ କରୁଛନ୍ତି। ଉପରକ୍ରମରେ ସ୍ଥାନ ପାଇବା ପାଇଁ କେଏଲ ରାହୁଲଙ୍କୁ ବାହାର କରିବାକୁ ପଡିଛି। ସେ କହିଛନ୍ତି, ଏବେ ୫ ନମ୍ବରରେ ସଞ୍ଜୁ ଓ ପନ୍ତ ରୂପରେ ଦୁଇ ବିକଳ୍ପ ଅଛନ୍ତି।

ଏହି ସମୟରେ କ୍ୟାପଟେନ୍‌ଙ୍କ ପ୍ରଶ୍ନରେ ଅଜିତ ଅଗରକର କହିଛନ୍ତି, ଓ୍ବାନଡେ ଓ୍ବାର୍ଲ୍ଡକପ୍‌ରେ ରୋହିତ ଖୁବ୍ ଭଲ ଫର୍ମରେ ଅଛନ୍ତି। ତାଙ୍କୁ କ୍ୟାପଟେନ୍ କରାଯାଇଛି। ଆମେ ହାର୍ଦ୍ଧିକଙ୍କୁ ମଧ୍ୟ ଜାଣିଛୁ, କିନ୍ତୁ ରୋହିତ ଗ୍ରେଟ୍ ପ୍ଲେୟାର। ସେଭଳି ପ୍ଲେଇଂ ଇଲେଭେନ୍କୁ ନେଇ ପଚରା ଯାଇଥିବା ପ୍ରଶ୍ନର ଉତ୍ତରରେ ରୋହିତ କହିଛନ୍ତି, ବିଶ୍ବକପ୍‌ରେ ଟିମ୍ କମ୍ବିନେସନ୍ ଓ ପ୍ଲେଇଂ ଇଲେଭେନ୍‌ କ’ଣ ହେବ ? ଏହାକୁ ନେଇ ନିଷ୍ପତ୍ତି ପିଚ୍ ଓ ସ୍ଥିତିକୁ ଦେଖି ନିଆଯିବ। ରୋହିତ କହିଛନ୍ତି, ମୁଁ ନ୍ୟୁୟର୍କର ପିଚ୍‌ ଦେଖିନାହିଁ। ସେଠାକୁ ଯିବା ପରେ ଏନେଇ ନିଷ୍ପତ୍ତି ନିଆଯିବ।

ଶିବମ୍ ଦୁବେଙ୍କୁ ନେଇ ପ୍ରଶ୍ନର ଉତ୍ତରରେ ରୋହିତ ଶର୍ମା କହିଛନ୍ତି, ଶିବମ ଦୁବେଙ୍କ ଆଇପିଏଲରେ ଭଲ ଫର୍ମ ରହିଛି, ତାଙ୍କୁ ଟିମ୍‌ରେ ସ୍ଥାନ ଦିଆଯାଇଛି। ଶିବମ୍ ଦୁବେଙ୍କ ବୋଲିଂ ଉପରେ ମଧ୍ୟ କ୍ୟାପଟେନ୍ ରୋହିତ ଜବାବ୍ ଦେଇଛନ୍ତି। ସେ କହିଛନ୍ତି, ଆଇପିଏଲରେ ଏପର୍ଯ୍ୟନ୍ତ ଶିବମ୍‌ଙ୍କ ଏତେ ଭଲ ବୋଲିଂ ଦେଖିବାକୁ ମିଳିନି। କିନ୍ତୁ ଓ୍ବାର୍ଲ୍ଡକପ୍ ରେ ଯଦି ଦରକାର ପଡିବ, ତେବେ ବୋଲିଂ କରିବେ। ଏହାଛଡା ସେ ଏହା ମଧ୍ୟ କହିଛନ୍ତି, ଦରକାର ପଡିଲେ ହାର୍ଦ୍ଧିକ ପାଣ୍ଡ୍ୟା ବି ବୋଲିଂ କରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.