ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ବିହାରର ପ୍ରଫେସରଙ୍କ ପ୍ରେମରେ ଇଣ୍ଡୋନେସିଆ ଯୁବତୀ, ହିନ୍ଦୁ ରୀତି ନୀତିରେ ହେଲା ବିବାହ

ବିହାର ୦୫/୦୨: ବିହାର ମୋତିହାରିରେ ନିକଟରେ ହୋଇଥିବା ଏକ ବିବାହ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଏହି ବିବାହର ବିଶେଷତ୍ୱ ହେଲା କନ୍ୟା ସୋଇଲ୍ଲୀନା ହେଉଛନ୍ତି ଇଣ୍ଡୋନେସିଆର ବାସିନ୍ଦା । ଭାରତକୁ ଆସି ସେ ସଂପୂର୍ଣ୍ଣ ହିନ୍ଦୁ ରୀତି ନୀତି ଅନୁସାରେ ମୋତିହାରିର ହର୍ଷବର୍ଦ୍ଧନ କୁମାରଙ୍କ ସହିତ ବିବାହବନ୍ଧନରେ ଆବଦ୍ଧ ହୋଇଛନ୍ତି । 

ମୋତିହାରିର ପତାହି ପ୍ରଖଣ୍ଡର ବାସିନ୍ଦା ଅଖିଳେଶ କୁମାରଙ୍କ ପୁଅ ହର୍ଷବର୍ଦ୍ଧନ କୁମାର ୨୦୧୮ରେ ଇଣ୍ଡୋନେସିଆ ଯାଇଥିଲେ । ସେଠାକାର ଏକ ବିଶ୍ୱବିଦ୍ୟାଳୟରେ ତାଙ୍କର ସୋଇଲ୍ଲୀନାଙ୍କ ସହ ସାକ୍ଷାତ ହୋଇଥିଲା । ଧୀରେ ଧୀରେ ସେମାନେ ପରସ୍ପରର ନିକଟତର ହୋଇଥିଲେ । ଇତିମଧ୍ୟରେ ୨୦୨୧ରେ ଜୟପୁରସ୍ଥିତ ଏକ ବିଶ୍ୱବିଦ୍ୟାଳୟରେ ସହାୟକ ପ୍ରଫେସର ଭାବେ ଯୋଗ ଦେବାକୁ ଭାରତ ପଳାଇ ଆସିଥିଲେ ହର୍ଷବର୍ଦ୍ଧନ । କିନ୍ତୁ ସ୍ଥାନର ଦୂରତ୍ୱ ସେମାନଙ୍କ ମନରେ ଦୂରତ୍ୱ ସୃଷ୍ଟି କରିପାରିନଥିଲା । ସାତ ଜନ୍ମର ସାଥୀ ହେବାକୁ ନିଷ୍ପତ୍ତି ନେଇଥିଲେ ଏହି ଦମ୍ପତି । ସେ ଅନୁସାରେ, ପ୍ରଥମେ ଇଣ୍ଡୋନେସିଆରେ ବିବାହ କରିଥିଲେ । ଏହାପରେ ସୋଇଲ୍ଲୀନା ନିକଟରେ ନିଜ ମା’ଙ୍କ ସହିତ ଭାରତ ଆସିବା ପରେ ମୋତିହାରିରେ ହିନ୍ଦୁ ପରମ୍ପରା ଅନୁସାରେ ବିବାହ କରିଛନ୍ତି । ବିବାହ ସମୟରେ ଭାରତୀୟ ପୋଷାକ ପିନ୍ଧି ସୋଇଲ୍ଲୀନା ଅତ୍ୟନ୍ତ ସୁନ୍ଦର ଦିଶୁଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.