ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରହସ୍ୟ ଖୋଲିଲେ ଐଶ୍ୱର୍ଯ୍ୟା, ସଲମାନଙ୍କ ପାଇଁ ‘ବାଜିରାଓ ମସ୍ତାନି’କୁ କରିଥିଲେ ମନା

ନୂଆଦିଲ୍ଲୀ ୨୫/୦୩: ରଣବୀର ସିଂ, ଦୀପିକା ପାଦୁକୋନ ଅଭିନୀତ ସଞ୍ଜୟ ଲୀଲା ଭଁସାଲିଙ୍କ ‘ବାଜିରାଓ ମସ୍ତାନି’କୁ ଢେର୍‌ ପସନ୍ଦ କରିଥିଲେ ଦର୍ଶକ । ଖୁବ୍‌ ଭଲ ବ୍ୟବସାୟ କରିଥିଲା ଏ ଫିଲ୍ମ । ତେବେ ଅନେକ ସମୟରେ ଚର୍ଚ୍ଚା ଶୁଣାଯାଏ ଯେ ଏହି ଫିଲ୍ମ ପାଇଁ ସଞ୍ଜୟଙ୍କର ପ୍ରଥମ ପସନ୍ଦ ଥିଲେ ସଲ୍‌ମାନ ଖାନ୍‌ ଓ ଐଶ୍ୱର୍ଯ୍ୟା ରାୟ । ହେଲେ ଐଶ୍ୱର୍ଯ୍ୟା ଏଥିପାଇଁ କୁଆଡ଼େ ରାଜି ହୋଇନଥିଲେ । ଐଶ୍ୱର୍ଯ୍ୟାଙ୍କ ଏଭଳି ନିଷ୍ପତ୍ତି ପଛର କାରଣ ଜାଣିବା ପାଇଁ ଅନେକ ଉତ୍ସୁକତା ପ୍ରକାଶ କରିଆସିଛନ୍ତି ପ୍ରଶଂସକ । ଅଳ୍ପଦିନ ତଳେ ଭାଇରାଲ୍‌ ହୋଇଥିବା ଏକ ଭିଡିଓରେ ଏ ରହସ୍ୟର ଉନ୍ମୋଚନ କରିଛନ୍ତି ଐଶ୍ୱର୍ଯ୍ୟା । 

ଭାଇରାଲ୍‌ ହୋଇଥିବା ଭିଡିଓଟି ‘କଫି ୱିଥ୍ କରନ୍‌ ଶୋ’ର । ଏହି ଭିଡିଓରେ ଐଶ୍ୱର୍ଯ୍ୟା କହିଛନ୍ତି, ସଞ୍ଜୟ ଲୀଲା ଭଁସାଲିଙ୍କ ଫିଲ୍ମରେ କାମ କରିବା ପାଇଁ ସେ ଆଗ୍ରହୀ ଥିଲେ । ମାତ୍ର ବାଜିରାଓ ଚରିତ୍ର ପାଇଁ ଯାହାଙ୍କୁ ସେ ବାଛିଥିଲେ ତାଙ୍କ ସହ କାମ କରିବା ପାଇଁ ଇଚ୍ଛୁକ ନଥିବା କହିଥିଲେ ଐଶ୍ୱର୍ଯ୍ୟା । ସେହି କଳାକାରଙ୍କ ନାଁ ଜାଣିବା ପାଇଁ ଚାହିଁଥିଲେ ଶୋ’ରେ ଥିବା ଦର୍ଶକ । ଜବାବରେ ଐଶ୍ୱର୍ଯ୍ୟା ସଲମାନଙ୍କ ନାଁ ନେଇଥିଲେ । ଏକଥା ସତ ଯେ ‘ହମ୍‌ ଦିଲ୍‌ ଦେ ଚୁକେ ସନମ୍‌’ ବେଳକୁ ସଲମାନ ଓ ଐଶ୍ୱର୍ଯ୍ୟା ନିକଟତର ହୋଇଥିଲେ । କିନ୍ତୁ କିଛି ଦିନ ପରେ ସେମାନଙ୍କର ବ୍ରେକ୍‌ଅପ୍‌ ହୋଇଥିଲା ଓ ତା’ ପରଠୁ ଦୁହେଁ ଆଉ ଏକାଠି ଅଭିନୟ କରିନାହାନ୍ତି ।

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.