ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଇଜିପ୍ଟ ସହ ଗାଜାର ଏକମାତ୍ର ସୀମାକୁ କବ୍‌ଜା କଲା ଇସ୍ରାଏଲ, ଚୋରାରେ ଯୁଦ୍ଧାସ୍ତ୍ର ଆଣୁଥିଲେ ହମାସ ଆତଙ୍କବାଦୀ

ଜେରୁସାଲେମ: ୭ ମାସରୁ ଅଧିକ ସମୟ ହେବ ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଏହାରି ଭିତରେ ଗାଜାର ସବୁ ସୀମାକୁ କବ୍‌ଜା କରିବାକୁ ଅଭିଯାନ ଚଳାଇଛି ଇସ୍ରାଏଲ୍‌ । ମିଳିଥିବା ସୂଚନା ଅନୁସାରେ, ବୁଧବାର ଗାଜା ଓ ଇଜିପ୍ଟ ସୀମାରେ ଥିବା ଏକ ବଫର୍‌ ଜୋନ୍‌ ଉପରେ ଇସ୍ରାଏଲ୍‌ ସେନା କବ୍‌ଜା କରିଛି। ଏହାକୁ ନେଇ ହମାସ ଆତଙ୍କବାଦୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି । ରାଫାରେ ଆକ୍ରମଣ ମଧ୍ୟରେ ଇସ୍ରାଏଲ ସେନା ଇଜିପ୍ଟକୁ ସଂଯୋଗ କରୁଥିବା ଗାଜା ସୀମାକୁ କବ୍‌ଜା କରିନେଇିଛି । ଏହା ସହିତ ଇସ୍ରାଏଲ ସୈନିକମାନେ ଟ୍ୟାଙ୍କର୍‌ ଧରି ରାଫାରେ ପ୍ରବେଶ କରିଛନ୍ତି ।

ଇଜିପ୍ଟ ସହ ଗାଜାର ଏକମାତ୍ର ସୀମା ‘ଫିଲାଡେଲଫି କରିଡର’କୁ ଇସ୍ରାଏଲ କବଜା କରିନେଇଛି ବୋଲି ଇସ୍ରାଏଲ ଡିଫେନ୍ସ ଫୋର୍ସ (ଆଇଡିଏଫ)ର ମୁଖପାତ୍ର ଡାନିଏଲ ହଜାରୀ କହିଛନ୍ତି । ସେପଟେ ଇସ୍ରାଏଲ ସେନା ରାଫାର ବିଭିନ୍ନ ଅଞ୍ଚଳରେ ଆକ୍ରମଣ ଜାରି ରଖିଛି । ଯୁଦ୍ଧ ଆରମ୍ଭରୁ ପ୍ରାୟ ୨୩ ଲକ୍ଷ ଶରଣାର୍ଥୀ ଶରଣ ନେଇଥିବା ଦକ୍ଷିଣ ଗାଜାରେ ଆକ୍ରମଣ ବନ୍ଦ କରିବାକୁ ଆଇସିଜେର ଚେତାବନୀ ସତ୍ବେ ଇସ୍ରାଏଲ ଏହି ଆକ୍ରମଣ କରୁଛି ।
 ଅନ୍ୟପଟେ ‘ଫିଲାଡେଲଫି କରିଡର’ ମାଧ୍ୟମରେ ଗାଜାକୁ ଯୁଦ୍ଧାସ୍ତ୍ର ଚୋରାରେ ଆଣୁଥିଲା ହମାସ ଆତଙ୍କବାଦୀ ସଂଗଠନ । ଫଳରେ ହମାସକୁ ଚେକ୍‌ ଦେବାକୁ ପ୍ରଥମ ଥର ଲାଗି ଇଜିପ୍ଟ ସହ ଗାଜାର ଏକମାତ୍ର ସ୍ଥଳ ସୀମାକୁ ସିଧାସଳଖ କବଜା କରିଛି ଇସ୍ରାଏଲ ।

ସେପଟେ ଇସ୍ରାଏଲର ସୁରକ୍ଷା ପରାମର୍ଶଦାତା ଜାଚି ହାନେଜିବି କହିଥିଲେ ଯେ, ଗାଜା ଯୁଦ୍ଧ ଅତିକମରେ ୨୦୨୪ ଶେଷ ପର୍ଯ୍ୟନ୍ତ ଜାରି ରହିବ ।  ହମାସର ପ୍ରତିଟି ଭିତ୍ତିଭୂମିକୁ ଧ୍ବଂସ ନକରିବା ପର୍ଯ୍ୟନ୍ତ ଏବଂ ପ୍ରତ୍ୟେକ ପଣବନ୍ଦୀଙ୍କୁ ବିନା ସର୍ତ୍ତ ପୂରଣ କରି ନଆଣିବା ପର୍ଯ୍ୟନ୍ତ ଯୁଦ୍ଧ ଲାଗି ରହିବ ବୋଲି ଇସ୍ରାଏଲ ପକ୍ଷରୁ ଚେତାବନୀ ଦିଆଯାଇଥିଲା । ଏହା ପୂର୍ବରୁ ବୁଧବାର ବ୍ରାଜିଲ ନିଜର ରାଷ୍ଟ୍ରଦୂତଙ୍କୁ ଇସ୍ରାଏଲରୁ ଫେରାଇ ନେଇଛି । 

  • Israel Hamas war
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.