ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ସୁସ୍ଥ ରଖେ ଓ ଫିଟ୍‌ନେସ୍‌ ବଢାଏ ସୂର୍ଯ୍ୟ ନମସ୍କାର, ଜାଣନ୍ତୁ ଏହାର ଅନ୍ୟ ଫାଇଦା

ଭୂବନେଶ୍ୱର ୧୭/୦୫: ନିୟମିତ ଖାଲି ପେଟରେ ସୂର୍ଯ୍ୟ ନମସ୍କାର କରିବା ଖୁବ୍‌ ଭଲ । ଏହି ଯୋଗ ଶରୀରକୁ ସୁସ୍ଥ ରଖିବା ସହ ନମନୀୟତା ବଢାଇଥାଏ । ଏହା କେବଳ ଶରୀରକୁ ଫିଟ୍‌ ରଖେନା, ବରଂ ମନକୁ ମଧ୍ୟ ଶାନ୍ତ ରଖିଥାଏ । ବୈଦିକ କାଳରେ ସୂର୍ଯ୍ୟଙ୍କୁ ସମ୍ମାନ ଦେବା ଉଦେଶ୍ୟରେ ଏହି ଯୋଗ କରାଯାଉଥିଲା । ତେଣୁ ଏହାର ନାମ ସୂର୍ଯ୍ୟ ନମସ୍କାର ରଖାଯାଇଥିଲା । ଏଥିରେ ୧୨ଟି ମୁଦ୍ରାର ଏକ ସିରିଜ୍‌ ରହିଛି, ଯାହାକୁ ଏକା ସାଙ୍ଗରେ କରିବାକୁ ପଡିଥାଏ । ପୂର୍ବଜ କହିଆସିଛନ୍ତି ଯେ ସୂର୍ଯ୍ୟ ନମସ୍କାର ବ୍ୟକ୍ତିକୁ ସୁସ୍ଥ ରଖିବା ସହ ଫିଟ୍‌ ମଧ୍ୟ ରଖିଥାଏ । ଚାଲନ୍ତୁ ଜାଣିବା ସୂର୍ଯ୍ୟ ନମସ୍କାରର କ’ଣ ରହିଛି ଫାଇଦା ।

ମାଂସପେଶୀକୁ ମଜଭୁତ କରେ :

ସୂର୍ଯ୍ୟ ନମସ୍କାରର ପ୍ରତିଟି ଆସନ ହାତ,ପାଦ,ପିଠିକୁ ମଜବୁତ କରିଥାଏ । ନିୟମିତ ଏହି ଆସନ କରିବା ଦ୍ୱାରା ମାଂସପେଶୀ ମଜବୁତ୍‌ ହୋଇଥାଏ, ଯାହାଦ୍ୱାରା କ୍ରମଶଃ ମୁଦ୍ରା, ସନ୍ତୁଳନ ଓ ଫେକସ୍‌ରେ ସ୍ଥିରତା ଆସିଥାଏ । 

ହୃଦୟଜନିତ ସୁସ୍ଥତା ବଢେ :

ନିୟମିତ ସୂର୍ଯ୍ୟ ନମସ୍କାର କରିବା ଦ୍ୱାରା ସାରା ଶରୀରର ରକ୍ତ ସଞ୍ଚାଳନ ବଢିଥାଏ । ଏହା ଏକ ପ୍ରକାରର କାର୍ଡିଓଭାସ୍କୁଲାର୍‌ ୱାର୍କଆଉଟ୍‌, ଯାହା ହୃଦୟକୁ ସୁସ୍ଥ ରଖିବା ସହ ହୃଦ୍‌ଘାତର ଆଶଙ୍କା କମ୍‌ କରିଥାଏ । 

ଓଜନକୁ ନିୟନ୍ତ୍ରିତ କରେ :

ସୂର୍ଯ୍ୟ ନମସ୍କାର କ୍ୟାଲୋରୀ ବର୍ଣ୍ଣ କରିବା ଦିଗରେ ବେଶ୍‌ ଭଲ ଆସନ । ଏହା ବଢିଥିବା ଓଜନକୁ କମାଇବା ସହ ନିୟନ୍ତ୍ରିତ ମଧ୍ୟ କରିଥାଏ । ସେହିପରି ହଜମ ପ୍ରକ୍ରିୟାକୁ ତୀବ୍ର କରିଥାଏ ।

 ହର୍‌ମୋନ୍‌କୁ ସନ୍ତୁଳିତ ରଖେ :

ସୂର୍ଯ୍ୟ ନମସ୍କାର କରିବା ଦ୍ୱାରା ଶରୀରର ସମସ୍ତ ହର୍‌ମୋନ୍‌ ସ୍ତର ସନ୍ତୁଳିତ ରଖିବା ସହ ସାରା ଶରୀର ଫିଟ୍‌ ରହିଥାଏ । 

ମାନସିକ ସ୍ୱାସ୍ଥ୍ୟବସ୍ଥା ଠିକ୍‌ ରୁହେ :

ଏହି ଆସନ ମନକୁ ଶାନ୍ତ ରଖିବା ସହ ଷ୍ଟ୍ରେସ୍‌କୁ କମ୍‌ କରିଥାଏ । କୌଣସି ଜିନିଷ ପ୍ରତି ଧ୍ୟାନକେନ୍ଦ୍ରୀତ କରିବାର ଗୁଣକୁ ବଢାଇଥାଏ । ନିୟମିତ ସୂର୍ଯ୍ୟ ନମସ୍କାର କରିବା ଦ୍ୱାରା ଏକାଗ୍ରତା ବଢେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.