ପ୍ରମୂଖ ଖବର

ପଶ୍ଚିମବଙ୍ଗର ନାଦିୟାରେ ବିଜେପି କାର୍ଯ୍ୟକର୍ତ୍ତା ହଫିଜୁଲ ଶେଖଙ୍କୁ ଗୁଳି ମାରି ହତ୍ୟା, ନିକଟରେ ବିଜେପିରେ ମିଶିଥିଲେ

କୋଲକାତା, ୨/୬ :  ପଶ୍ଚିମବଙ୍ଗର ନାଦିୟାରେ ଜନୈକ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଗୁଳି ମାରି ହତ୍ୟା କରି ଦିଆଯାଇଛି । ମୃତ କାର୍ଯ୍ୟକର୍ତ୍ତା ଜଣଙ୍କ ପରିଚୟ ହଫିଜୁଲ ଶେଖଙ୍କ ରୂପରେ ହୋଇଛି ଯିଏ ନିକଟରେ ବିଜେପିରେ ସାମିଲ ହୋଇଥିଲେ । ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଶନିବାର ସନ୍ଧ୍ୟାରେ ହଫିଜୁଲ ଶେଖଙ୍କୁ ଚା’ ଦୋକାନରେ ଗୁଳି ମାରି ହତ୍ୟା କରାଯାଇଛି ।

ତାଙ୍କ ମୁଣ୍ଡକୁ ଗୁଳି ମରାଯାଇଛି । ପୀଡ଼ିତ ବିଜେପି କାର୍ଯ୍ୟକର୍ତ୍ତାଙ୍କ ପରିବାର ଦାବି କରିଛନ୍ତି କି ସେ ନିକଟରେ ବିଜେପିରେ ସାମିଲ ହୋଇଥିଲେ । ଏଥିଲାଗି ତାଙ୍କର ହତ୍ୟା କରାଯାଇଛି । ପୋଲିସ କହିଛି କି ଅଭିଯୁକ୍ତ ଏବଂ ପୀଡ଼ିତ ଉଭୟଙ୍କ ଅପରାଧିକ ରେକର୍ଡ ଅଛି । ମୁଖ୍ୟ ଅଭିଯୁକ୍ତର ଚିହ୍ନଟ ହୋଇଯାଇଛି । କିନ୍ତୁ ତାକୁ ଏବେ ଗିରଫ କରାଯାଇ ନାହିଁ । 

ପ୍ରକାଶ ଯେ, ଷଷ୍ଠ ପର୍ଯ୍ୟାୟ ମତଦାନର କିଛି ସମୟ ପୂର୍ବରୁ ପୂର୍ବ ମେଦିନାପୁରରେ ଏକ ଟିଏମସି କାର୍ଯ୍ୟକର୍ତ୍ତାଙ୍କ ହତ୍ୟା କରାଯାଇଥିଲା ଯାହାକି ଏକ ଟିଏମସି କାର୍ଯ୍ୟକର୍ତ୍ତା ଗମ୍ଭୀର ଭାବେ ଆହତ ହୋଇଥିଲେ । ପ୍ରଥମ ଘଟଣା ପୂର୍ବ ମେଦିନାପୁରର ମହିଳାଦଳର ଅଟେ, ଯେଉଁଠାରେ ନିର୍ବାଚନୀ ମାହୋଲରେ ଏସ.କେ ମୋଇବୁଲ ନାମକ ଏକ ଟିଏମସି କାର୍ଯ୍ୟକର୍ତ୍ତାଙ୍କ ହତ୍ୟା କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.