ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଲାନ୍‌ସେଟ୍‌ ଗବେଷଣାରୁ ଖୁଲାସା; ୬.୨ରୁ ୨ ପ୍ରତିଶତକୁ ଖସିଲା ପ୍ରଜନନ ହାର, ୨୦୫୦ ସୁଦ୍ଧା ୧.୩ ହେବା ଆଶଙ୍କା

ନୂଆଦିଲ୍ଲୀ,୨୨/୦୩: ଭାରତରେ ପ୍ରତିବର୍ଷ ପ୍ରଜନନ ହାର ହ୍ରାସ ପାଉଛି। ଯଦି ଆମେ ବର୍ତ୍ତମାନର ସ୍ଥିତିକୁ ୧୯୫୦ ମସିହାକୁ ତୁଳନା କରିବା ତେବେ ଏହି ହାର ୬.୨ରୁ ଦୁଇକୁ ଖସି ଆସିଛି। ଅନୁମାନ କରାଯାଉଛି ଯେ ଏହିପରି ହ୍ରାସ ହେତୁ ୨୦୫୦ ସୁଦ୍ଧା ଏହି ହାର ୧.୩ରେ ପହଞ୍ଚସାରିଥିବ। ଡାକ୍ତରୀ ପତ୍ରିକା ଦ ଲାନ୍‌ସେଟ୍‌ରେ ପ୍ରକାଶିତ ଏକ ଅଧ୍ୟୟନରେ ଏହି ସୂଚନା ସାମ୍ନାକୁ ଆସିଛି। ଗବେଷକମାନେ କହିଛନ୍ତି ଯେ ଏହି ପ୍ରଜନନ ହାର ଆକଳନ ବୈଶ୍ବିକ ଧାରା ସହିତ ମେଳ ଖାଉଛି। ୧୯୫୦ ମସିହାରେ, ଭାରତର ଜଣେ ମହିଳା ହାରାହାରି ପାଞ୍ଚ କିମ୍ବା ଅଧିକ ସନ୍ତାନ ଜନ୍ମ ଦେଉଥିବା ବେଳେ ୨୦୨୧ ପରଠାରୁ ପ୍ରତ୍ୟେକ ମହିଳା ଜଣେ କିମ୍ବା ଦୁଇ ଜଣ ସନ୍ତାନଙ୍କୁ ଜନ୍ମ ଦେଉଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। 

୨୦୨୧ରେ ଜନ୍ମ ନେଇଥିଲେ ୨.୨ କୋଟି ଛୁଆ:

ଅଧ୍ୟୟନରୁ ଜଣାପଡିଛି ଯେ ୨୦୨୧ରେ ସାରା ବିଶ୍ୱରେ ୧୨.୯ କୋଟି ଶିଶୁ ଜନ୍ମ ହୋଇଥିଲେ। ଏହି ସଂଖ୍ୟା ୧୯୫୦ ରେ ଜନ୍ମ ହୋଇଥିବା ୯.୩ କୋଟି ଶିଶୁଙ୍କ ତୁଳନାରେ ଅଧିକ। କିନ୍ତୁ ୨୦୧୬ ରେ ଜନ୍ମ ହୋଇଥିବା ୧୪.୨ କୋଟିରୁ କମ୍। ଏଥି ସହିତ ଭାରତରେ ୧୯୫୦ ମସିହାରେ ୧.୬ କୋଟିରୁ ଅଧିକ ପିଲା ଜନ୍ମ ହୋଇଥିଲେ ଏବଂ ୨୦୨୧ ରେ ଏହି ସଂଖ୍ୟା ୨.୨ କୋଟି ଥିଲା। ୨୦୫୦ ବେଳକୁ ଏହା ପ୍ରାୟ ୧.୩ କୋଟି ହେବ ବୋଲି ଆକଳନ କରାଯାଇଛି।

ଭାରତ ବର୍ତ୍ତମାନ ଚ୍ୟାଲେଞ୍ଜରୁ ଦୂରରେ:

ଗବେଷକମାନେ ଏହା ମଧ୍ୟ କହିଛନ୍ତି ଯେ, ଯେପର୍ଯ୍ୟନ୍ତ ଜନସଂଖ୍ୟା ବୃଦ୍ଧି ହେବାର ଆହ୍ବନକୁ ସମାଧାନ କରିବା ପାଇଁ ସରକାର କାମ ନକରିବେ, ସେପର୍ଯ୍ୟନ୍ତ ଏହା ଭିତ୍ତିଭୂମି ଉପରେ ଚାପ ପଡ଼ିବ। ପପୁଲେସନ୍ ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆ (ପିଏଫ୍ଆଇ) ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପୁନମ୍ ମୁତ୍ତରେଜା କହିଛନ୍ତି ଯେ, ଏହି ଅଧ୍ୟୟନର ଫଳାଫଳ ଭାରତ ପାଇଁ ଗଭୀର ପ୍ରଭାବ ଅଟେ। ଜନସଂଖ୍ୟା ବୃଦ୍ଧି, ଶ୍ରମ ଶକ୍ତି ଅଭାବ ଏବଂ ଲିଙ୍ଗଗତ ଭେଦଭାବ ହେତୁ ସମ୍ଭାବ୍ୟ ସାମାଜିକ ଅସନ୍ତୁଳନ ଭଳି ଚ୍ୟାଲେଞ୍ଜକୁ ସାମ୍ନା କରୁଛି ଭାରତ। ଭାରତ ପାଇଁ ଏହି ଆହ୍ବନଗୁଡିକ କିଛି ଦଶନ୍ଧି ଦୂରରେ ଥିବାବେଳେ ଭବିଷ୍ୟତ ପାଇଁ ଏକ ବ୍ୟାପକ ଦୃଷ୍ଟିକୋଣ ସହିତ ଏ ଦିଗରେ ପଦକ୍ଷେପ ନେବାର ଆବଶ୍ୟକତା ରହିଛି।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.