ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ତ୍ରିକୋଣୀୟ ପ୍ରେମରୁ ହତ୍ୟାକାଣ୍ଡ: ପ୍ରେମିକାକୁ ଧରି କୁଆଡ଼େ ଗଲା ହତ୍ୟାକାରୀ ? ଏବେ ବି ପୁଲିସ ହାତ ଖାଲି...

ଭୁବନେଶ୍ୱର/ କଟକ ୧୮/୦୩: ପ୍ରେମିକାକୁ ନେଇ କୁଆଡେ ଗଲା କିଲର ପ୍ରେମିକ ? ରାଜ୍ୟ ବାହାରକୁ ଚାଲିଗଲା କି ପିଙ୍କୁ ଓରଫ କାହ୍ନୁ ପ୍ରଧାନ? ନାରକୀୟ କାଣ୍ଡ ଘଟାଇଥିବା ପ୍ରେମିକା ନିହାରିକା ଏବେ କେଉଁଠି? ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଚିନ୍ତାମରିଶ୍ୱରରେ ତ୍ରିକୋଣୀୟ ପ୍ରେମକୁ ନେଇ ହତ୍ୟାକାଣ୍ଡ ମାମଲାକୁ ୩୬  ଘଣ୍ଟା ଅଧିକ ବିତିଲାଣି । ଏବେ ବି ପୁଲିସ ହାତ ଖାଲି ।  ମୁଖ୍ୟ ଅଭିଯୁକ୍ତ ସହ ଜଣେ ଯୁବତୀ ଓ ୪  ସହଯୋଗୀଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ  ଚଢାଉ ଜାରି ରଖିଛି ପୁଲିସ । ହେଲେ  ସେମାନଙ୍କ ପତ୍ତା ପାଉନାହିଁ । ଶୁକ୍ରବାର  ବିଳମ୍ବିତ ରାତିରେ ଘଟିଥିଲା ଏହି ବିଭତ୍ସ  ହତ୍ୟାକାଣ୍ଡ । ମୃତକ ହେଲେ ଲକ୍ଷ୍ମୀସାଗର  ଅଞ୍ଚଳରେ ରହି କ୍ୟାଟେରିଂ ବୟ ଭାବେ କାମ  କରୁଥିବା ଅଞ୍ଜନ ବେହେରା । ସାଙ୍ଗକୁ ରକ୍ଷା  କରିବାକୁ ଯାଇ ଅଭିଯୁକ୍ତର ଆକ୍ରମଣର ଶିକାର  ହୋଇଥିଲେ ଅଞ୍ଜନ । ଶୁକ୍ରବାର ରାତିରେ  ଅଭିଯୁକ୍ତ ପିଙ୍କୁ ଓ ନିହାରିକା ପୁରୁଣା ପ୍ରେମିକ  ଗୌତମକୁ ଡକାଇଥିଲେ । ଗୌତମ ରାତି  ଅଧରେ ଏକା ନଆସି ଅଞ୍ଜନଙ୍କୁ ସାଙ୍ଗରେ  ନେଇ ଆସିଥିଲେ । ଗୌତମଙ୍କୁ ବଞ୍ଚାଇବାକୁ  ଯାଇ ଜୀବନ ହାରିଥିଲେ ଅଞ୍ଜନ ।

ଘଟଣା ପରଠୁ ପ୍ରେମିକ ସହିତ ଫେରାର  ହୋଇଯାଇଛନ୍ତି ବୋଲି ଭଉଣୀକୁ ମେସେଜ ଦେଇଛନ୍ତି ନିହାରିକା । ଲକ୍ଷ୍ମୀସାଗର ଥାନା ପୁଲିସ ସାଇଣ୍ଟିଫିକ୍‌ ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚି  ତଦନ୍ତ କରିବା ସହ ପ୍ରତ୍ୟେକ୍ଷଦର୍ଶୀଙ୍କ  ବୟାନ ଆଧାରରେ ତଦନ୍ତ  ଚଳାଇଛି । ମୁଖ୍ୟ ଅଭିଯୁକ୍ତ ପିଙ୍କୁ,  ନିହାରିକା ଓ ୪ ସହଯୋଗୀଙ୍କୁ  ଗିରଫ କରିବା ପାଇଁ ବିଭିନ୍ନ  ସ୍ଥାନରେ ଚଢ଼ଉ ଚଳାଇଛି । ଏପରିକି ଗୋଟିଏ ଟିମ୍‌  ଜିଲ୍ଲା ବାହାରେ ଯାଇ  ଖୋଜୁଛି । ହେଲେ ହତ୍ୟାକରୀିଙ୍କୁ ପାଇନାହିଁ ବୋଲି ଲକ୍ଷ୍ମୀସାଗର ଥାନା ଅଧିକାରୀ  କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.