ପ୍ରମୁଖ ଖବର
  • ଚଣ୍ଡିଗଡ଼ ମେୟର ନିର୍ବାଚନ: ଆପ୍‌ ପ୍ରାର୍ଥୀ ବିଜୟୀ , ଫଳାଫଳ ଘୋଷଣା କଲେ ସୁପ୍ରିମକୋର୍ଟ
  • ||
  • ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ: ଇଣ୍ଡିଆନ୍ ସ୍କ୍ବାର୍ଡକୁ ଫେରିବେ କେ.ଏଲ୍‌ ରାହୁଲ
  • ||
  • କଣ୍ଟାବାଞ୍ଜି ବିଧାୟକଙ୍କୁ ହତ୍ୟା ଧମକ ଘଟଣା, ନଗର କଂଗ୍ରେସ କମିଟି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ
  • ||
  • ମଙ୍ଗଳବାର ଦିନିକିଆ ସମ୍ବଲପୁର ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଲୋକାର୍ପଣ ହେବ ସ୍କିଲ୍‌ ଇଣ୍ଡିଆ ସେଣ୍ଟର
  • ||
  • ମାଟ୍ରିକ୍ ପରୀକ୍ଷା ପୂର୍ବରୁ ଝୁଲିପଡିଲେ ଛାତ୍ର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୨୦୨୪-୨୫ ପର୍ବପର୍ବାଣୀ ତାଲିକା ପ୍ରକାଶ: ଜୁନ୍‌ ୨୨ରେ ସ୍ନାନ ଯାତ୍ରା, ଜୁଲାଇ ୭ରେ ଶ୍ରୀଗୁଣ୍ଡିଚା
  • ||
  • ରାଜ୍ୟର ୯୬ ଲକ୍ଷ ପରିବାରକୁ ମିଳିବ ହଜାରେ ଲେଖାଏଁ, ଆଜି ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ବୁର୍ଜା ଛକ ନିକଟରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା: ଚାଲିଗଲା ଦୁଇ ଜୀବନ, ୨ ଆହତ
  • ||
  • ମଙ୍ଗଳବାର ବରଗଡ଼ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଗଙ୍ଗାଧର ସେଚ ପ୍ରକଳ୍ପର କରିବେ ଲୋକାର୍ପଣ
  • ||
  • ମାଘରେ ବଢ଼ୁଛି ତାତି: ଟିଟଲାଗଡ଼ ପାଲଟିଲାଣି ତତଲା ସହର, ୩୬ ଡିଗ୍ରୀ ପାର୍ ତାପମାତ୍ରା, ୨୪ରୁ ଘଡଘଡି ସହ ବର୍ଷା ସମ୍ଭାବନା
  • ||
  • ମଙ୍ଗଳବାରଠୁ ମାଟ୍ରିକ ପରୀକ୍ଷା: ୫ଲକ୍ଷ ୫୧ ହଜାର ୬୨୧ଛାତ୍ରଛାତ୍ରୀ ଦେବେ ପରୀକ୍ଷା, କପି ଜଗିବ AI କ୍ୟାମେରା
  • ||

ମାଘବୁଡ଼ ସମନ୍ୱୟ ବୈଠକ: ତୀର୍ଥ ପୁଷ୍କରିଣୀ ଓ ପରିମଳକୁ ଗୁରୁତ୍ୱ, ୨ ଦିନ ସୂର୍ଯ୍ୟ ମନ୍ଦିରକୁ ଏଣ୍ଟ୍ରିଂ ଫ୍ରି

କୋଣାର୍କ,୦୧/୦୨: ଆସନ୍ତା ଫେବ୍ରୁଆରୀ  ୧୫ ଓ ୧୬ ତାରିଖରେ ଚନ୍ଦ୍ରଭାଗା ତୀର୍ଥରେ ପବିତ୍ର ମାଘ ସପ୍ତମୀ ବୁଡ଼ । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବୁଧବାର ଅପରାହ୍ଣରେ ଯାତ୍ରୀନିବାସ ହଲ୍‌ରେ ପ୍ରଥମ ସମନ୍ୱୟ  ବୈଠକ ଅନୁଷ୍ଠିତ ହୋଇଥିଲା । ଉପ ଜିଲ୍ଲାପାଳ ଭବତାରଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି  ବୈଠକରେ ଜିଲ୍ଲାପାଳ ବିଜୟ କୁମାର ଦାଶ,  ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ମହାପାତ୍ର,  ଅତିରିକ୍ତ ଏସ୍‌ପି ବିଷ୍ଣୁ ପ୍ରସାଦ ପତି, କୋଣାର୍କ  ଏନ୍‌ଏସି ଅଧ୍ୟକ୍ଷା ସଂଯୁକ୍ତା ତ୍ରିପାଠୀ ପ୍ରମୁଖ ଯୋଗ  ଦେଇଥିଲେ । ପ୍ରତ୍ୟେକ ବର୍ଷ ଭଳି ଏଥର  ମଧ୍ୟ ଚନ୍ଦ୍ରଭାଗା ତୀର୍ଥରେ ଲକ୍ଷାଧିକ ଶ୍ରଦ୍ଧାଳୁ  ବୁଡ଼ ପକାଇବେ ବୋଲି ଅନୁମାନ କରାଯାଉଛି । 

ଚନ୍ଦ୍ରଭାଗା ମେଳା ପଡ଼ିଆରେ ପାନୀୟ ଜଳ  ଯୋଗାଣ ନିମନ୍ତେ ୬୦ଟି ଷ୍ଟାଣ୍ଡ ପୋଷ୍ଟ, ୪ଟି ପାଣି  ଟ୍ୟାଙ୍କର, ବୁଡ଼ ୩ଦିନ ପୂର୍ବରୁ ତୀର୍ଥ ପୁଷ୍କରିଣୀ  ଜଳ ନିଷ୍କାସନ ଓ ବିଶୋଧନ, ହେଲିପ୍ୟାଡ୍‌ରେ  ଟ୍ରାଫିକ ବ୍ୟବସ୍ଥା, ଚନ୍ଦ୍ରଭାଗା, ରାମଚଣ୍ଡୀ ଓ  କୋଣାର୍କ ବସ୍‌ଷ୍ଟାଣ୍ଡରେ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର,  ମାଘ ଷଷ୍ଠି ଓ ସପ୍ତମୀ ଦୁଇଦିନ ପରିମଳ, ପାର୍କିଂ,  ଆଲୋକ ବ୍ୟବସ୍ଥା, ଯାନବାହାନ ନିୟନ୍ତ୍ରଣ ଆଦି  ବ୍ୟବସ୍ଥାକୁ ସୂଚାରୁ ରୂପେ ସମ୍ପାଦନ କରିବା ପାଇଁ  ବିଭାଗୀୟ ଅଧିକାରୀମାନେ ବୈଠକରେ ସୂଚନା  ଦେଇଥିଲେ । ଏନେଇ ସମସ୍ତ ବିଭାଗକୁ ନିର୍ଦ୍ଦେଶ  ଦିଆଯାଇଥିଲା।  

ଷଷ୍ଠୀ ଓ ସପ୍ତମୀ ଦୁଇଦିନ ସୂର୍ଯ୍ୟ ମନ୍ଦିର  ପ୍ରବେଶ ଶୁଳ୍କ ଛାଡ଼ ରହିବ । ସୂର୍ଯ୍ୟ ମନ୍ଦିର ଓ  ନବଗ୍ରହ ମନ୍ଦିର ସମ୍ମୁଖରେ ରାସ୍ତା ଦୁଇ ପାଶ୍ୱର୍ ଏବଂ  ମଝିରେ ଉଠା ବ୍ୟବସାୟୀମାନେ ଜବରଦଖଲ  କରିଥିବାରୁ ଟ୍ରାଫିକ ସମସ୍ୟା ଦେଖାଦେବ ବୋଲି  ବୈଠକରେ ଆଲୋଚନା ହୋଇଥିଲା । ବ÷ଠକରେ  ଅନ୍ୟମାନଙ୍କ ମଧ୍ୟରେ ତିନି ଠାକୁରଙ୍କ ସେବାୟତ,  ମେଳାର ବ୍ୟବସ୍ଥା ସହ ସମ୍ପୃକ୍ତ ବିଭିନ୍ନ ବିଭାଗୀୟ  ଅଧିକାରୀ, କୋଣାର୍କର ସମସ୍ତ ଗଣମାଧ୍ୟମ  ପ୍ରତିନିଧି ଉପସ୍ଥିତ ଥିଲେ । ଜିଲ୍ଲାପାଳ ନବଗ୍ରହ ଓ  ସୂର୍ଯ୍ୟ ମନ୍ଦିର ସମ୍ମୁଖ ପରିଦର୍ଶନ କରି ଅସନ୍ତୋଷ  ପ୍ରକାଶ କରିଥିଲେ। ତହସିଲଦାର ରଞ୍ଜନ  ପରିଡ଼ା ଧନ୍ୟବାଦ ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.