ପ୍ରମୂଖ ଖବର
  • କାମାକ୍ଷାନଗର : ସ୍ତ୍ରୀ ସମ୍ମୁଖରେ ସ୍ୱାମୀକୁ ପଥରରେ ଛେଚି ହତ୍ୟା, ୩ ଅଭିଯୁକ୍ତ ଫେରାର
  • ||
  • ଗଞ୍ଜାମ ଏସପି ଭାବେ ଦାୟିତ୍ୱ ନେଲେ ଶୁଭେନ୍ଦୁ ପାତ୍ର, ଅପରାଧ ନିୟନ୍ତ୍ରଣ ଏବଂ ଅପରାଧୀ ଦମନ ରହିବ ଲକ୍ଷ
  • ||
  • ବଦଳିଲେ ଭଦ୍ରକ ଏସପି; କାର୍ଯ୍ୟଭାର ଗ୍ରହଣ କଲେ ସନ୍ଦୀପ ସମ୍ପଦ, ନୂତନ ଏସପିଙ୍କୁ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ସ୍ୱାଗତ
  • ||
  • ଟ୍ୱିନ୍‌ସିଟି ଅତିରିକ୍ତ ପୋଲିସ କମିଶନର ଭାବେ ଦାୟିତ୍ୱ ଗ୍ରହଣ କଲେ ଉମାଶଙ୍କର ଦାସ
  • ||
  • ଭୋଗରାଇ : ଶିକ୍ଷକ ବଦଳି ପ୍ରତିବାଦରେ ବିଦ୍ୟାଳୟରେ ପଡିଲା ତାଲା, ରାସ୍ତାରେ ଧାରଣା ଦେଲେ ଛାତ୍ରଛାତ୍ରୀ ଓ ଅଭିଭାବକ
  • ||
  • ବାଲିଗୁଡା : ଦୁର୍ଗାପାଙ୍ଗାରେ ମହାମାରୀ ରୂପ ନେଉଛି ଝାଡାବାନ୍ତି; ୬ ମୃତ,୧୫ରୁ ଉର୍ଦ୍ଧ୍ୱ ଆକ୍ରାନ୍ତ
  • ||
  • ହିନ୍ଦୋଳ : ପୋଖରୀରେ ବୁଡି ମହିଳା ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଭୁବନ : ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ହତ୍ୟା କରି କୂଅରେ ପକାଇଲା ସ୍ୱାମୀ
  • ||
  • ସାଲେପୁର : ଅନଲାଇନ୍ ଗେମ୍ ଖେଳିବା ପଡ଼ିଲା ମହଙ୍ଗା, ଲକ୍ଷାଧିକ ଟଙ୍କା ହାରି ଜୀବନ ହାରିଲେ ଯୁବକ
  • ||
  • ନୟାଗଡ : ବନ୍ଧୁକ ଦେଖାଇ କେନ୍ଦୁପତ୍ର ଫଡି ଘରୁ ଲୁଟ୍‌, ଲକ୍ଷାଧିକ ଟଙ୍କାର କେନ୍ଦୁପତ୍ର ସହ ଟଙ୍କା ଏବଂ ମୋବାଇଲ୍ ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଜଳେଶ୍ବର : ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କାର ସୂନା ଗହଣା ଏବଂ ନଗଦ ଟଙ୍କା ଲୁଟ୍‌, ଜଣେ ଅଟକ
  • ||
  • ଶୁକ୍ରବାର ମୁଖ୍ୟମନ୍ତ୍ରୀ ନିବାସ ଖାଲି କରିବେ ଅରବିନ୍ଦ କେଜରିୱାଲ, ଆପ୍‌ ମୁଖ୍ୟାଳୟ ନିକଟରେ ଚୂଡ଼ାନ୍ତ ହୋଇଛି ଘର
  • ||
  • ଭରତପୁର ଥାନାରେ ହଙ୍ଗାମା ମାମଲା, ଆଜି ୫ ପୁଲିସ ଅଧିକାରୀଙ୍କ ପଲିଗ୍ରାଫ୍‌ ପରୀକ୍ଷା
  • ||
  • କାମାକ୍ଷାନଗର : ଶୌଚ ହେବାକୁ ଯାଇଥିବାବେଳେ ଧକ୍କା ଦେଲା ଟ୍ରେନ୍, କଟିଗଲା ଯୁବକଙ୍କ ବାମ ଗୋଡ଼
  • ||
  • ବାଲେଶ୍ୱର : ରାଇସ୍‌ ମିଲ୍‌ ମାଲିକଙ୍କ ଦବଙ୍ଗଗିରି, ଖବର ସଂଗ୍ରହ ବେଳେ ସାମ୍ୱାଦିକଙ୍କୁ ଆକ୍ରମଣ
  • ||
  • UAEରେ ବାଜିବ ମହିଳା ଟି-ଟ୍ୱେଣ୍ଟି ୨୦୨୪ ବିଶ୍ୱକପ୍ ବିଗୁଲ, ୧୦ ଦଳ, ୨୩ ମ୍ୟାଚ୍‌, ୨ ଭେନ୍ୟୁରେ ଖେଳାଯିବ
  • ||
  • ଦକ୍ଷିଣ ପୂର୍ବ ବାଂଲାଦେଶ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟ, ୪ରେ ସୁଦ୍ଧା ଲଘୁଚାପ: ଆଇଏମ୍‌ଡି ଡିଜି
  • ||

ମିଥୁନ ଚକ୍ରବର୍ତ୍ତୀଙ୍କୁ ଦାଦା ସାହେବ ଫାଲକେ ଆୱାର୍ଡ, ଟ୍ୱିଟ୍‌ କରି ଘୋଷଣା କଲେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ ୩୦/୦୯: ଦିଗଜ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ନାମରେ ଯୋଡି ହୋଇଛି ଆଉ ଏକ ଉପଲବ୍ଧି । ତାଙ୍କୁ ଭାରତୀୟ ସିନେମାର ସର୍ବୋଚ୍ଚ ପୁରସ୍କାର ଦାଦା ସାହେବ ଫାଲକେ ଦିଆଯିବ। ଭାରତୀୟ ସିନେମାରେ ବିଶିଷ୍ଟ ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନ ମିଳିବ। କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଟ୍ୱିଟ୍ କରି ଏହା ଘୋଷଣା କରିଛନ୍ତି। ଅକ୍ଟୋବର ୮ ରେ ଆୟୋଜିତ ହେବାକୁ ଥିବା ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ମିଥୁନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ।

କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଟ୍ୱିଟ୍ କରି ଲେଖିଛନ୍ତି, ‘ଏହି ଘୋଷଣା କରି ମୁଁ ଗର୍ବ ଅନୁଭବ କରୁଛି କି ଭାରତୀୟ ସିନେମାରେ ଉଲ୍ଲେଖନୀୟ ଅବଦାନ ପାଇଁ ଦାଦା ସାହେବ ଫାଲକେ ଚୟନ ଜୁରି ଭେଟେରାନ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ଏହି ପୁରସ୍କାର ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଅକ୍ଟୋବର ୮ ରେ ୭୦ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିତରଣ ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରାଯିବ’।

ଜୁନ୍ ୧୬, ୧୯୫୦ ରେ କୋଲକାତାରେ ଜନ୍ମିତ ମିଥୁନ ୨୪ ବର୍ଷ ବୟସରେ ଫିଲ୍ମ ‘ମୃଗୟା’ ରୁ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ। ଘିନୁଆ ଚରିତ୍ରରେ ଅଭିନୟ କରି ମିଥୁନ ବହୁ ପ୍ରଶଂସା ସାଉଁଟିଥିଲେ ଏବଂ ଏଥିପାଇଁ ତାଙ୍କୁ ପ୍ରଥମ ଜାତୀୟ ପୁରସ୍କାରରେ ମଧ୍ୟ ସମ୍ମାନିତ କରାଯାଇଥିଲା। ତେବେ ୪୮ ବର୍ଷର କ୍ୟାରିୟର୍‌ରେ ମିଥୁନ୍‌ ୩୫୦ରୁ ଅଧିକ ଫିଲ୍ମରେ କାମ କରିଛନ୍ତି। ହିନ୍ଦୀ, ବଙ୍ଗାଳା, ଓଡ଼ିଆ, ଭୋଜପୁରୀ ସହ ଦକ୍ଷିଣ ଭାରତୀୟ ଫିଲ୍ମରେ ସେ ଅଭିନୟ କରିଛନ୍ତି। ଫିଲ୍ମ ଜଗତରେ ତାଙ୍କର ଅବଦାନ ପାଇଁ ତାଙ୍କୁ ୩ଟି ନେସନାଲ୍‌ ଫିଲ୍ମ ଆୱାର୍ଡ, ୨ଟି ଫିଲ୍ମ ଫେୟାର ଆୱର୍ଡ ଏବଂ ଭାରତ ସରକାରଙ୍କ ଦ୍ୱାରା ପଦ୍ମ ଭୂଷଣ ମଧ୍ୟ ପ୍ରଦାନ କରାଯାଇଛି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.