ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆସୁଛି ମୌସୁମୀ ବର୍ଷା, ମଶା ଉତ୍ପାତ ବଢ଼ିବ: ‘ମାଇକ୍ରୋ ପ୍ଲାନ୍‌’ରେ ମଶା ହେବେ ନିପାତ

ଭୁବନେଶ୍ୱର,୦୯/୦୬: ଆସୁଛି ମୌସୁମୀ ବର୍ଷା । ମାଶାଙ୍କ ଉତ୍ପାତ ବଢ଼ିବ । ଲୋକେ ଡେଙ୍ଗୁ,  ମ୍ୟାଲେରିଆ, ଜେଇ ଓ ଚିକେନ୍‌ଗୁନିଆରେ ଆକ୍ରାନ୍ତ  ହେବା ଆଶଙ୍କା ଦେଖାଦେଇଛି । ଏହାକୁ ମୁକାବିଲା  କରିବାକୁ ‘ମାଇକ୍ରୋ ପ୍ଲାନ୍‌’ ଆରମ୍ଭ କରିଛି  ଜନସ୍ୱାସ୍ଥ୍ୟ ବିଭାଗ । ରାଜ୍ୟବ୍ୟାପୀ ମଶା ବଂଶ ବଢ଼ିବା ସାମ୍ଭାବ୍ୟ ସ୍ଥାନକୁ ଚିହ୍ନଟ କରାଯାଇଛି ।  ପୂର୍ବ ବର୍ଷ ଅଭିଜ୍ଞତା ଆଧାରରେ ଯୋଜନା ପ୍ରସ୍ତୁତି  ହୋଇଛି । ଏହି ମାଇକ୍ରୋ ପ୍ଲାନ୍‌ ଅନୁଯାୟୀ ଟିମ୍‌  ଗଠନ ହୋଇଛି । ସେମାନେ ନିୟମିତ ମଶା  ନିପାତ କାର୍ଯ୍ୟ ନେଇ ପଦକ୍ଷେପ ନେଉଛନ୍ତି ବୋଲି  ଜନସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି ।  

ନ୍ୟାସନାଲ ଭେକ୍ଟର ବର୍ଣ୍ଣ ଡିଜିଜ୍‌  କଣ୍ଟ୍ରୋଲ ପ୍ରୋଗ୍ରାମ୍‌ର ଯୁଗ୍ମ ନିର୍ଦ୍ଦେଶକ ଡା.  ସୁବାଶିଷ ମହାନ୍ତି କହିଛନ୍ତି, ରାଜ୍ୟର ଡେଙ୍ଗୁ  ଓ ମ୍ୟାଲେରିଆ ପ୍ରବଣ ଜିଲ୍ଲାରେ ମଶା ନିପାତ  କାର୍ଯ୍ୟକ୍ରମ ଜାରି ରହିଛି । ବର୍ଷା ଋତୁକୁ  ନଜରରେ ରଖି ବର୍ତ୍ତମାନ ବିଭିନ୍ନ ଅଞ୍ଚଳକୁ  ଚିହ୍ନଟ କରାଯାଇଛି । ସେଠାରେ ସ୍ୱତନ୍ତ୍ର ଭାବେ  ଟିମ୍‌ ଗଠନ କରାଯାଇଛି । ଟିମ୍‌ ଛୋଟ ଛୋଟ  ଅଞ୍ଚଳରେ ମାଇକ୍ରୋ ପ୍ଲାନ୍‌ ଅନୁଯାୟୀ ମଶା  ବଂଶ ନିପାତ ପାଇଁ ପଦକ୍ଷେପ ନେବେ ।  ସେଥିପାଇଁ ଆକ୍ସନ୍‌ ପ୍ଲାନ ପ୍ରସ୍ତୁତ ହୋଇଛି ।  ନିୟମିତ ସ୍ଥିତି ଯାଞ୍ଚ କରାଯାଉଛି । ଜନସାଧାରଣ  ବର୍ତ୍ତମାନଠାରୁ ସଚେତନ ହେବା ଆବଶ୍ୟକ ।  ପ୍ରଥମେ ନିଜ ଘରେ ମଶା ବଂଶ କିପରି ନଷ୍ଟ  କରିବେ ସେଥିପ୍ରତି ଧ୍ୟାନ ଦେବା ଉଚିତ । ବହୁ  ଦିନ ଧରି ପାଣି ଜମିରହୁଥିବା ସ୍ଥାନକୁ ପରିଷ୍କାର  ରଖିବାକୁ ସେ ପରାମର୍ଶ ଦେଇଛନ୍ତି । 

ରାଜ୍ୟ ସରକାର କେନ୍ଦ୍ରକୁ ମାଗିଥିବା ୧  କୋଟି ୨୦ ଲକ୍ଷ ଲଙ୍ଗ୍‌ ଲାଷ୍ଟିଂ ଇନ୍‌ସେକ୍ଟିସାଇଡାଲ୍‌  ନେଟ୍‌ (ଏଲ୍‌ଏଲ୍‌ଆଇଏନ୍‌) ବା ଔଷଧୀୟ ମଶାରି ଆସିବାରେ ବିଳମ୍ବ ହେଉଥିବାରୁ  ବର୍ଷା ଦିନେ ମ୍ୟାଲେରିଆ ବଢ଼ିବା ଆଶଙ୍କା  ଉପୁଜିଛି ବୋଲି ବିଶେଷଜ୍ଞମାନେ କହିଛନ୍ତି ।  ସ୍ୱାସ୍ଥ୍ୟ ବିଭାଗ ଜଣେ ଅଧିକାରୀ କହିଛନ୍ତି, ଯଦି  ବର୍ତ୍ତମାନଠାରୁ ଔଷଧୀୟ ମଶାରି ବଣ୍ଟନ ଆରମ୍ଭ  କରାଯିବ ତେବେ ବର୍ଷା ଦିନରେ ମ୍ୟାଲେରିଆ ଓ ଡେଙ୍ଗୁକୁ ନିୟନ୍ତ୍ରଣ କରାଯାଇପାରିବ ।  

ସୂଚନାଯୋଗ୍ୟ, ରାଜ୍ୟରେ ୧୯୧୬ରେ  ୪ଲକ୍ଷ ୪୦ହଜାର ପାଖାପାଖି ମ୍ୟାଲେରିଆ  ରୋଗୀ ଚିହ୍ନଟ ହୋଇଥିଲେ । ୨୦୨୨ ବେଳକୁ ଏହି ସଂଖ୍ୟା କମି ୭ ହଜାରରେ ପହଞ୍ଚିଥିଲା ।  ମଶାରି ବ୍ୟବହାର ଫଳରେ ରାଜ୍ୟରେ ମ୍ୟାଲେରିଆ  ନିୟନ୍ତ୍ରଣକୁ ଆସିଛି । ବିଶେଷ କରି ମାଲକାନଗିରି,  କୋରାପୁଟ୍‌, ରାୟଗଡ଼ା, କଳାହାଣ୍ଡି, ବୌଦ୍ଧ ଓ  ଫୁଲବାଣୀ ମ୍ୟାଲେରିଆ ପ୍ରବଣ ଜିଲ୍ଲା ଭାବେ  ପରିଗଣିତ ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.