ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିସିସିଆଇ କାର୍ଯ୍ୟାଳୟ ବୁଲିଲେ ଧୋନି: ବିଶ୍ୱକପ୍‌ ଟ୍ରଫି ଦେଖିଲେ, ସ୍ମୃତି ମନେ ପକାଇଲେ

ମୁମ୍ବାଇ,୧୬/୦୪: ବିଶାଳ ଛକା ମାରି ଦେଶକୁ ଦ୍ୱିତୀୟ ଦିନିକିଆ ବିଶ୍ୱକପ୍‌ ଟ୍ରଫି ଭେଟି ଦେଇଥିଲେ ମହେନ୍ଦ୍ର ସିଂ ଧୋନି । ଇତିମଧ୍ୟରେ ୧୩ ବର୍ଷ ବିତି ଗଲାଣି । ଯଦିଓ ଗତ ବିଶ୍ୱକପ୍‌ରେ ଦଳ  ଟାଇଟଲ ନିକଟତର  ହୋଇଥିଲା, କିନ୍ତୁ  ସ୍ୱପ୍ନ ପୂରା ହେଲା ନାହିଁ । ଧୋନି  ଏବେ ଚେନ୍ନାଇ  ସୁପର କିଙ୍ଗ୍‌ସର ଭେଟେରାନ ଖେଳାଳି । 

ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ସେ ବିସିସିଆଇ କାର୍ଯ୍ୟାଳୟକୁ ବୁଲି ଯାଇଥିଲେ। ୨୦୧୧ ବିଶ୍ୱକପ୍‌  ଟ୍ରଫି ଦେଖିଥିଲେ । କାନ୍ଥରେ ଲାଗିଥିବା ନିଜ ଫଟୋକୁ ଦେଖି  ବେଶ ଖୁସି ହୋଇଥିଲେ । ଧୋନିଙ୍କ ନେତୃତ୍ୱରେ ଭାରତ ଉଭୟ  ଟି-ଟ୍ୱେଣ୍ଟି ଏବଂ ଦିନିକିଆ ବିଶ୍ୱକପ୍‌ରେ ଚାମ୍ପିଅନ ହେବାର  ଗୌରବ ଲାଭ କରିଥିଲା ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.