ପ୍ରମୂଖ ଖବର
  • ଭୁବନେଶ୍ବର OSSSC ଅଫିସ ଘେରିଲେ ଶହଶହ ପରୀକ୍ଷାର୍ଥୀ । କମ୍ବାଇନ୍ଡ ରିକ୍ରୁଟମେଣ୍ଟ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଘେରାଉ
  • ||
  • ଢ଼େଙ୍କାନାଳ: ଦୁଷ୍କର୍ମ ପୀଡ଼ିତାଙ୍କୁ ଭେଟିଲେ ମହିଳା କମିଶନ
  • ||
  • କଳାହାଣ୍ଡି: ପୂଜକଙ୍କୁ ଚାପଡରେ ହାଣିଲେ ଦୁୁର୍ବୃତ୍ତ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ଚନ୍ଦନେଶ୍ବର: ବ୍ୟାଙ୍କ ଭିତରୁ ଲୁଟ୍, ଗ୍ରାହକଙ୍କ ଠାରୁ ୩୦ହଜାର ନେଇଗଲେ ଲୁଟେରା
  • ||
  • ଦୁର୍ନୀତି ଅଭିଯୋଗ ଆସିଲେ ମାଫ୍ ନାହିଁ, ୫ ବର୍ଷରେ ୮୧ ସରପଞ୍ଚଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ
  • ||
  • ଭୁବନେଶ୍ଵର : ୧୦ ବର୍ଷରେ ୨୫ ବାଘ ଏବଂ ୪୧ ହାତୀଙ୍କୁ ହତ୍ୟା କରିଛନ୍ତି ଶିକାରୀ, ହାତୀ ମଣିଷ ଲଢେଇରେ ଯାଇଛି ୧୧୪୫ ଜୀବନ
  • ||
  • ଢେଙ୍କାନାଳ ଲଜ୍ଜ୍ୟା : ୪ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା ସହ ଡିଏନଏ ଟେଷ୍ଟ ପାଇଁ ହେଲା ନମୁନା ସଂଗ୍ରହ
  • ||
  • କୋଲକାତା ଆନ୍ଦୋଳନରତ ଡାକ୍ତରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ସନ୍ଧ୍ୟା ସୁଦ୍ଧା କାର୍ଯ୍ୟରେ ଯୋଗ ଦିଅ, ନହେଲେ କାର୍ଯ୍ୟାନୁଷ୍ଠାନ
  • ||
  • ଦୁର୍ବଳ ହୋଇ ଛତିଶଗଡ଼ ମୁହାଁ ଲଘୁଚାପ: ଭୀଷଣ ବର୍ଷା ପାଇଁ ମାଲକାନଗିରି, ଗଞ୍ଜାମରେ ସ୍କୁଲ ଛୁଟି ଘୋଷଣା
  • ||

ଆଜି ଜାତୀୟ ପୁସ୍ତକପ୍ରେମୀ ଦିବସ, ବହିଟିଏ ଧରି ପଢ଼ିବାର ମଜା ନିଆରା

ଭୁବନେଶ୍ୱର,୦୯/୦୮: ‘ରାମାୟଣ’,  ‘ମହାଭାରତ’ ଓ ପୁରାଣଶାସ୍ତ୍ରଠାରୁ ଆରମ୍ଭ କରି ଆଧୁନିକ  ଲେଖକଙ୍କର ପୁସ୍ତକ ବି ମିଳିଯାଉଛି ଇଣ୍ଟରନେଟ୍‌ରେ । ହେଲେ ଆଜିବି ପ୍ରତି ଘରେ ରାମାୟଣ, ମହାଭାରତ,  ପୁରାଣ, ଭାଗବତ ଆଦି ଧର୍ମ ପୁସ୍ତକର ଚାହିଦା ରହିଛି ।  ତା'ଛଡ଼ା ପଥଶ୍ରମ ଦୂର କରିବା କିମ୍ବା ଅବସର ବିନୋଦନ ପାଇଁ ଟ୍ରେନ୍‌, ବସ୍‌ରେ ଅନେକ ଲୋକ ବହି, ପତ୍ରପତ୍ରିକା  ପଢ଼ିବାକୁ ଭଲ ପାଆନ୍ତି । ଯୁଗ ଯେତେ ଡିଜିଟାଲ୍‌ ହେଲେ ବି ବହିର ଚାହିଦା କମିନି । କାହିଁକି ନା ସାଇତି ରଖି ଦରକାର ସମୟରେ ପୁଣି ପଢ଼ିବା ଲାଗି ବହି ଦରକାର । ପୁସ୍ତକପ୍ରେମୀ ମାନଙ୍କ ଆଲମାରୀ ତ ବିଭିନ୍ନ ପୁସ୍ତକରେ  ଭରି ରହିଥାଏ । ବହିର ଜାଗା କେବେ ଇଣ୍ଟରନେଟ୍‌ କିମ୍ବା  ଇ-ବୁକ୍‌ ନେବା ସମ୍ଭବ ନୁହେଁ । ଅନ୍ୟଅର୍ଥରେ କହିବାକୁ  ଗଲେ ଇବୁକ୍‌ କେବେବି ପାଠକଙ୍କୁ ପୁସ୍ତକ ମୋହରୁ  ଦୂରେଇ ପାରିବ ନାହିଁ ।  

ଇଣ୍ଟରନେଟ୍‌ରେ ପୃଥିବୀର ଯେକୌଣସି ଲେଖକଙ୍କର  ବହି ଖୋଜିଲେ ମିଳିପାରୁଛି । ତଥାପି ଛାପା ବହି ପଢ଼ିବାର  ଆଗ୍ରହ କମିନି । ପାଠକଙ୍କ ଆଗ୍ରହ ଦେଖି ରାଜାଧାନୀ  ଭୁବନେଶ୍ୱରରେ ବର୍ତ୍ତମାନ ଅନେକ ନୂତନ ପ୍ରକାଶନ  ସଂସ୍ଥା ମଧ୍ୟ ଗଢ଼ି ଉଠିଛି । କେତେକ ପ୍ରକାଶନ ସଂସ୍ଥା  ପ୍ରଥମକରି ପୁସ୍ତକ ପ୍ରକାଶ କରିବାକୁ ଚାହୁଁଥିବା ଯୁବ  ଲେଖକମାନଙ୍କୁ ଉତ୍ସାହିତ କରି ସେମାନଙ୍କ ପୁସ୍ତକକୁ  ପ୍ରକାଶ କରୁଛନ୍ତି । ରାଜଧାନୀରେ ତଥା ରାଜ୍ୟର ବିଭିନ୍ନ  ଅଞ୍ଚଳରେ ବହି ପଢ଼ାକୁ ପ୍ରୋତ୍ସାହିତ କରିବା ଲାଗି ପୁସ୍ତକ  ମେଳା ମଧ୍ୟ ଆୟୋଜିତ ହେଉଛି । 

ପୁରୁଣା ବସଷ୍ଟାଣ୍ଡରେ  ଥିବା ମା'ନାରାୟଣୀ ବୁକ୍‌ ଷ୍ଟଲର ମାଲିକ ବାବୁଲା ବେହେରା  କହନ୍ତି, "ମୋର ଅନେକ ନିର୍ଦ୍ଦିଷ୍ଟ ଗ୍ରାହକ ଅଛନ୍ତି ଯେଉଁମାନେ  ନିୟମିତ ଭାବରେ ବହି କିଣିବାକୁ ଆସନ୍ତି । ବିଶେଷକରି  ପାଠକ ପ୍ରତିଭା ରାୟ, ବିଭୂତି ପଟ୍ଟନାୟକ, ମନୋଜ ଦାସ, ଗୋପିନାଥ ମହାନ୍ତି, ଗୌରହରି ଦାସ , ଅଜୟ ସ୍ୱାଇଁଙ୍କ ଭଳି  ଲେଖକଙ୍କର ପୁସ୍ତକକୁ ଅଧିକ ଖୋଜୁଛନ୍ତି । ଏଥିସହିତ  ଅନେକ ଯୁବ ଲେଖକଙ୍କ ବହି ମଧ୍ୟ ଭଲ ବିକ୍ରି ହେଉଛି' । 

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.