ମୁମ୍ବାଇ,୧୪/୦୯: ସାଉଥ ଅଭିନେତ୍ରୀ ନୟନତାରାଙ୍କ ଏକ୍ସ ଆକାଉଣ୍ଟ ହ୍ୟାକ । ଏନେଇ ଅଭିନେତ୍ରୀ ସୋସିଆଲ ମିଡିଆ ଏକ୍ସରେ ସୂଚନା ଦେଇଛନ୍ତି । ଏଥିସହ ସେ ତାଙ୍କ ଫ୍ୟାନ୍ସଙ୍କୁ ସତର୍କ ରହିବାକୁ କହିବା ସହ କୌଣସି ସନ୍ଦେହଜନକ କିମ୍ବା ବିଭ୍ରାନ୍ତିକର ବିଷୟବସ୍ତୁ ସହିତ ଜଡିତ ହେବା ଠାରୁ ଦୂରେଇ ରହିବାକୁ କହିଛନ୍ତି ।
ତେବେ ନୟନତାରା ଏକ୍ସରେ ଟ୍ୱିଟ୍ କରି ଲେଖିଛନ୍ତି ଯେ, 'ମୋ ଆକାଉଣ୍ଟ ହ୍ୟାକ୍ ହୋଇଛି । ଦୟାକରି ପୋଷ୍ଟ ହୋଇଥିବା କୌଣସି ଅଦରକାରୀ କିମ୍ବା ଅଜବ ଟ୍ୱିଟ୍ ପ୍ରତି ଧ୍ୟାନ ଦିଅନ୍ତୁ ନାହିଁ ।'' ତେବେ ଅଭିନେତ୍ରୀଙ୍କ ଆକାଉଣ୍ଟ ହ୍ୟାକିଂ ଘଟଣା ଫ୍ୟାନ୍ସଙ୍କୁ ଆଶ୍ଚର୍ଯ୍ୟ କରିଛି । ତେବେ ଫ୍ୟାନ୍ସ ଅଭିନେତ୍ରୀଙ୍କ ଅନଲାଇନ୍ ଉପସ୍ଥିତି ନେଇ ଚିନ୍ତାରେ ଥିବା ବେଳେ ତାଙ୍କ ଆକାଉଣ୍ଟ ପୁନରୁଦ୍ଧାରକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଜଣେ ଫ୍ୟାନ୍ସ ତାଙ୍କ ପୋଷ୍ଟରେ ମନ୍ତବ୍ୟ ଦେଇ ଲେଖିଛନ୍ତି, ମ୍ୟାମ ଆପଣ ଚିନ୍ତା କରନ୍ତୁ ନାହିଁ, ଶୀଘ୍ର ଠିକ୍ ହୋଇଯିବ । ଅନ୍ୟ ଜଣେ ଲେଖିଛନ୍ତି, ଏହି ହ୍ୟାକରମାନଙ୍କର ଅନ୍ୟ କଣସି କାମ ନାହିଁ କି? କହିରଖୁଛୁ କି, ଏକ୍ସ ଆକାଉଣ୍ଟରେ ନୟନତାରାଙ୍କ 3.3 ମିଲିୟନ ଫୋଲର୍ସ ରହିଛନ୍ତି । ନୟନତାରାଙ୍କ ୱାର୍କପ୍ରଣ୍ଟ ବିଷୟରେ କହିବାକୁ ଗଲେ, ନୟନତାରାଙ୍କୁ ଶେଷ ଥର ପାଇଁ 'ଅନ୍ନପୂର୍ଣ୍ଣା'ରେ ଦେଖିବାକୁ ମିଳିଥିଲା ଯାହା ୨୦୨୩ ରେ ମୁକ୍ତିଲାଭ କରିଥିଲା । ଏହି ଫିଲ୍ମ ପାଇଁ ବିବାଦରେ ଛନ୍ଦି ହୋଇଥିଲେ ଅଭିନେତ୍ରୀ । ଶେଷରେ ଏକ ପୋଷ୍ଟ କରି ସମସ୍ତଙ୍କୁ କ୍ଷମା ମାଗିଥିଲେ ନୟନତାରା । ସେପଟେ ଏହି ବର୍ଷ ଫିଲ୍ମ 'ଜବାନ' ରେ ସେ ଶାହାରୁଖ ଖାନଙ୍କ ବିପକ୍ଷରେ ନଜର ଆସିଥିଲେ । ଯାହା ଏକ ସୁପର ଡୁପର ହିଟ୍ ଥିଲା, ଫିଲ୍ମ ରୋଜଗାରରେ ଅନେକ ଫିଲ୍ମର ରେକର୍ଡ ଭାଙ୍ଗିଥିଲା ।