ପ୍ରମୁଖ ଖବର
  • ଟାଙ୍ଗୀ: ୨୪ ଘଣ୍ଟା ପରେ ନିଖୋଜ ପ୍ରଫୁଲଙ୍କ ମୃତଦେହ କଲବଲିଆ ପୋଖରୀରୁ ଉଦ୍ଧାର| ହାତୀ ଆକ୍ରମଣରେ ମୃତ୍ୟୁ ଅଭିଯୋଗ
  • ||
  • କଟକ: ଆସିଲା ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ରାୟ, ହାଇ ପାୱାର କମିଟି ଗଠନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଆଗ ପଛ ହୋଇ ଆସୁଛି ଲଘୁଚାପ, ପହିଲାରୁ ସପ୍ତାହେ ବର୍ଷିବ
  • ||
  • ଗଞ୍ଜାମ: ପୂ୍ର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ୨୪ ଘଣ୍ଟାରେ ଗଡିଲା ଦୁଇ ମଣ୍ଡ
  • ||
  • ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ, ମାତିଛନ୍ତି ମୁଖା ପିନ୍ଧା ଲୁଟେରା
  • ||
  • ରାୟଗଡ଼ା: ଭିଜିଲାନ୍ସ ଜାଲରେ ପିଏଚଡି କାର୍ଯ୍ୟାଳୟ ଏଷ୍ଟିମେଟର, ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ଆନନ୍ଦପୁର: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ
  • ||
  • ନୂଆଦିଲ୍ଲୀ: ପାକିସ୍ତାନରେ ବିସ୍ଫୋରଣ, ୧୩ ମୃତ, ୭୦ ଆହତ
  • ||
  • କାଲିମେଳା: ଓଲଟିଲା ପାଣି ପାଇପ୍ ବୋଝେଇ ଟ୍ରେଲର, ଡ୍ରାଇଭର୍ ଆହତ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ବର୍ଣ୍ଣ, ମହିଳା ୧୦ ମିଟର ଏୟାର ରାୟଫଲ ଟିମ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ
  • ||
  • ପୁରୀ: ଆଜି ବଡ଼ଦେଉଳରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି
  • ||
  • ବିଶ୍ୱକପ୍‌ ପାଇଁ ଉତ୍ସବମୁଖର ଭାରତ: ଗୋଟିଏ ସପ୍ତାହ ଅପେକ୍ଷା, ଆଜିଠୁ ଅଭ୍ୟାସ ମ୍ୟାଚ୍
  • ||
  • କଟକ: ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ, ଲୁଗା ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି
  • ||
  • ଭୁବନେଶ୍ୱର:ଡେଙ୍ଗୁ ନେଲା ଆଉ ଏକ ମୁଣ୍ଡ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ସପ୍ତମ ସ୍ବର୍ଣ୍ଣ, ୫୦ ମିଟର ଏୟାର ରାଫଲ ଟିମ ଇଭେଣ୍ଟ ଗୋଲ୍ଡ ମେଡାଲ
  • ||
  • କାବେରୀ ନଦୀଜଳ ବିବାଦ: ତାମିଲନାଡୁକୁ ଅଧିକ ପାଣି ଛାଡିବା ନିଷ୍ପତ୍ତି ବିରୋଧ, ଆଜି କର୍ଣ୍ଣାଟକ ବନ୍ଦ
  • ||
  • ଭୁବନେଶ୍ୱର: ବିଶ୍ୱ ହୃତ୍‌ପିଣ୍ଡ ଦିବସ, ଏ ବର୍ଷର ଥିମ ‘ହୃତ୍‌ପିଣ୍ଡର ଉପଯୋଗ କର, ହୃତ୍‌ପିଣ୍ଡକୁ ଜାଣ ’
  • ||
  • ଯାଜପୁର: ଅଢ଼େଇ ବର୍ଷର ଝିଅ ସହ ବୈତରଣୀ ନଦୀକୁ ଡ଼େଇଁଲେ ବାପା, ୩୦ ଘଣ୍ଟା ପରେ ଉଦ୍ଧାର ଚନ୍ଦନଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ଶୁକ୍ରବାର ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ: ୧୩ରୁ ଫେରିଯିବ ମୌସୁମୀ
  • ||

ଆଗାମୀ ୩ ବର୍ଷରେ ମାଗଣାରେ କେନ୍ଦ୍ର ବାଣ୍ଟିବ ୭୫ ଲକ୍ଷ ଉଜ୍ଜ୍ୱଳା ଗ୍ୟାସ୍, କେନ୍ଦ୍ର କ୍ୟାବିନେଟ୍‌ରେ ବାଜିଲା ମୋହର

ନୂଆଦିଲ୍ଲୀ,୧୪/୦୯: ୨୦୨୫-୨୬ ଯାଏ ଜାରି ରହିବ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା(ପିଏମ୍‌ୟୁୱାଇ) । ଏହା ଅନ୍ତର୍ଗତ ଆଗାମୀ ୩ ବର୍ଷରେ କେନ୍ଦ୍ର ସରକାର ଆଉ ୭୫ ଲକ୍ଷ ମାଗଣା ଏଲ୍‌ପିଜି ସଂଯୋଗ ଯୋଗାଇଦେବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ବସିଥିବା କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ଏ ପ୍ରସ୍ତାବରେ ମୋହର ବାଜିଛି । ବୈଠକରେ ତୃତୀୟ ପର୍ଯ୍ୟାୟ ଇ-କୋର୍ଟ ପ୍ରୋଜେକ୍ଟକୁ ମଧ୍ୟ ମଞ୍ଜୁରି ଦିଆଯାଇଛି ।

ଉଜ୍ଜ୍ୱଳା ସ୍କିମ୍‌ର ସମ୍ପ୍ରସାରଣ ବାବଦ ୧,୬୫୦ କୋଟି ଟଙ୍କାର ବ୍ୟୟବରାଦକୁ ମଞ୍ଜୁରି ମିଳିଥିବା କ୍ୟାବିନେଟ୍‌ ବୈଠକ ପରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ସୂଚନା ଦେଇଛନ୍ତି । ଏହି ଯୋଜନା ଅନ୍ତର୍ଗତ ଏଯାବତ୍‌ ୯ କୋଟି ୬୦ ଲକ୍ଷ ମାଗଣା ସଂଯୋଗ ବଣ୍ଟାଯାଇସାରିଛି । ଅତିରିକ୍ତ ୭୫ ଲକ୍ଷ ଉଜ୍ଜ୍ୱଳା ସଂଯୋଗ ସହିତ ମୋଟ ପିଏମ୍‌ୟୁୱାଇ ହିତାଧିକାରୀଙ୍କ ସଂଖ୍ୟା ୧୦.୩୫ କୋଟିକୁ ବୃଦ୍ଧି ପାଇବ ।

ଯୋଜନା ଅନ୍ତର୍ଗତ ମାଗଣା ଏଲ୍‌ପିଜି ସଂଯୋଗ ସହ ପ୍ରଥମ ସିଲିଣ୍ଡର ରିଫିଲିଂ ବି ମାଗଣା ହୋଇଥାଏ । ଗ୍ୟାସ ଚୁଲା ବି ମାଗଣାରେ ପ୍ରଦାନ କରାଯାଇଥାଏ । ଉଜ୍ଜ୍ୱଳା ୨.୦ର ପ୍ରଚଳିତ ନିୟମ ଅନୁସାରେ ପିଏମ୍‌ୟୁୱାଇ ଉପଭୋକ୍ତା ୧୪.୨ କିଗ୍ରା ଏଲ୍‌ପିଜି ସିଲିଣ୍ଡର ପିଛା ୨୦୦ ଟଙ୍କାର ସବ୍‌ସିଡି ପାଉଛନ୍ତି । ବାର୍ଷିକ ୧୨ଟି ପର୍ଯ୍ୟନ୍ତ ରିଫିଲ୍‌ରେ ଏ ସୁବିଧା ମିଳିଥାଏ ।

ସୂଚନାଯୋଗ୍ୟ, ରକ୍ଷା ବନ୍ଧନ ଉପଲକ୍ଷେ ଦେଶର ମହିଳାମାନଙ୍କୁ ଉପହାର ପ୍ରଦାନ ପୂର୍ବକ ମୋଦି ସରକାର ଘରୋଇ ଏଲ୍‌ପିଜି ଦରରେ ୨୦୦ ଟଙ୍କା ହ୍ରାସ କରିଥିଲେ । ଦେଶର ୩୩ କୋଟି ଏଲ୍‌ପିଜି ଉପଭୋକ୍ତା ଏ ନିଷ୍ପତ୍ତିରୁ ଉପକୃତ ହୋଇଛନ୍ତି । ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ସିଲିଣ୍ଡର ପିଛା ଘରୋଇ ଏଲ୍‌ପିଜି ଦର ୯୨୯ ଟଙ୍କାକୁ ହ୍ରାସ ପାଇଛି, ଯାହାକି ପୂର୍ବରୁ ୧,୧୨୯ ଟଙ୍କା ଥିଲା । ସେହିଭଳି ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଅଧୀନରେ ଆସୁଥିବା ଉପଭୋକ୍ତାଙ୍କ ପାଇଁ ମଧ୍ୟ ଏହି ଦର ହ୍ରାସ ଲାଗୁ ହୋଇଛି । ଉଜ୍ଜ୍ୱଳା ହିତାଧିକାରୀମାନେ ପୂର୍ବରୁ ୨୦୦ ଟଙ୍କାର ସବ୍‌ସିଡି ପାଇଆସୁଥିଲେ । ବର୍ତ୍ତମାନର ଦର ହ୍ରାସ ପରେ ଏମାନେ ସିଲିଣ୍ଡର ପିଛା ମୋଟ ୪୦୦ ଟଙ୍କାର ରିହାତି ପାଉଛନ୍ତି । ଏ ନିଷ୍ପତ୍ତି ଦ୍ୱାରା ୨୦୨୩-୨୪ ଆର୍ଥିକବର୍ଷରେ ସରକାରଙ୍କ ଉପରେ ୭,୬୮୦ କୋଟି ଟଙ୍କାର ଅତିରିକ୍ତି ବୋଝ ପଡ଼ିବ ।

ଉଜ୍ଜ୍ୱଳା ସ୍କିମ୍‌ର ଅବଧି ବଢ଼ାଇ କେନ୍ଦ୍ର ସରକାର ନିମ୍ନ ଆୟବର୍ଗଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛନ୍ତି । ସେମାନେ ଯେପରି ପାରମ୍ପରିକ କାଠଚୁଲା ବ୍ୟବହାର ନ କରି ସ୍ୱଚ୍ଛ ଶକ୍ତିକୁ ସ୍ଥାନାନ୍ତରିତ ହେବେ ତାହା ଲକ୍ଷ୍ୟ । 

କ୍ୟାବିନେଟ୍‌ ବୈଠକରେ ଅନ୍ୟ ଏକ ନିଷ୍ପତ୍ତି କ୍ରମେ ୭,୧୨୦ କୋଟିର ଇ-କୋର୍ଟ ମିଶନ୍‌ ମୋଡ୍‌ ପ୍ରୋଜେକ୍ଟର ଫେଜ୍‌-୩କୁ ମଞ୍ଜୁରି ଦିଆଯାଇଛି । ଏହାର ଲକ୍ଷ୍ୟ ହେଉଛି ଅନ୍‌ଲାଇନ୍‌ ତଥା ପେପର୍‌ଲେସ୍‌ କୋର୍ଟ ପ୍ରସ୍ତୁତ କରିବା । ଏହାଦ୍ୱାରା ନ୍ୟାୟିକ ବ୍ୟବସ୍ଥା ଅଧିକ ପାରଦର୍ଶୀ ହେବ । ପେପର୍‌ଲେସ୍‌ କୋର୍ଟ ପାଇଁ ଇ-ଫାଇଲିଂ ଏବଂ ଇ-ପେମେଣ୍ଟ ସିଷ୍ଟମ୍‌କୁ ସାର୍ବଜନୀନ କରାଯିବ । ଡାଟା ଷ୍ଟୋର କରିବା ପାଇଁ କ୍ଲାଉଡ୍‌ ଷ୍ଟୋରେଜ୍‌ ବନାଯିବ । ସମସ୍ତ କୋର୍ଟ ପରିସରରେ ୪,୪୦୦ ଇ-ସର୍ଭିସ ସେଣ୍ଟର ତିଆରି କରାଯିବ ।

Copyright © 2022 - Summa Real Media Private Limited. All Rights Reserved.