ପ୍ରମୂଖ ଖବର
  • ମୁମ୍ବାଇ: ଭୁଶୁଡିଲା ତିନି ମହଲା କୋଠା,ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କିଏ ହେବ କଂଗ୍ରେସ ବିଧାୟକ ଦଳ ନେତା ? ଚର୍ଚ୍ଚାରେ ତାରା, ରମେଶ, ରାଜନ୍‌ ଓ ଦାଶରଥି

ଭୁବନେଶ୍ୱର,୦୭/୦୬: କିଏ ହେବ କଂଗ୍ରେସ ବିଧାୟକ  ଦଳ ନେତା । ସେ ନେଇ ଏବେଠୁ ଚର୍ଚ୍ଚା ଆରମ୍ଭ ହୋଇଛି । ଏ  ନେଇ ଦୌଡ଼ରେ ସବୁଠୁ ଆଗରେ ରହିଛନ୍ତି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି । ତାରା ବିଧାନସଭାକୁ ୫ଥର ନିର୍ବାଚିତ ହୋଇଛନ୍ତି । ସେ ୨୦୦୦, ୨୦୦୪ରେ କୋରାପୁଟରୁ ଓ ୨୦୧୪,  ୨୦୧୯ ଓ ୨୦୨୪ରେ ଜୟପୁର ଆସନରୁ ବିଧାନସଭାକୁ ନିର୍ବାଚିତ  ହୋଇଛନ୍ତି । ଦୀର୍ଘ ଦିନର ଅଭିଜ୍ଞତା ଯୋଗୁଁ ତାଙ୍କୁ କଂଗ୍ରେସର ବିଧାୟକ ଦଳ ନେତା କରାଯିବ ବୋଲି ଶୁଣାଯାଉଛି । 

ସେହିପରି ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କ ନାମ ବି ଚର୍ଚ୍ଚାରେ ରହିଛି ।  ରମେଶ ୩ ଥରର ବିଧାୟକ । ସେ ୨୦୦୯, ୨୦୧୯ ଓ ୨୦୨୪ରେ  ବିଧାନସଭାକୁ ଆସିଛନ୍ତି । ଅନ୍ୟ ଦୁଇ ବିଧାୟକ ଦୁଇ ଥର ଲେଖାଏଁ  ଜିତିଛନ୍ତି । ସେମାନେ ହେଲେ ରାଜଗାଙ୍ଗପୁର ବିଧାୟକ ଡାକ୍ତର ସି  ଏସ୍‌ ରାଜନ ଏକା ଓ ମୋହନା ବିଧାୟକ ଦାଶରଥି ଗମାଙ୍ଗ । ଦୁହେଁ  ୨୦୧୯ରେ ଜିତିଥିବା ବେଳେ ଚଳିତ ଥର ବି ଜିତିଛନ୍ତି । ଏହି  ୪ଜଣଙ୍କ ମଧ୍ୟରୁ କିଏ ଗୃହର ନେତା ଓ କିଏ ଉପନେତା ହେବ ତାହା  ଶୀଘ୍ର ସ୍ପଷ୍ଟ ହେବ ବୋଲି ପ୍ରଭାରୀ ଡ. ଅଜୟ କୁମାର କହିଛନ୍ତି ।

  • PrameyaOdia
  • prameya
  • Congress
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.