ପ୍ରମୂଖ ଖବର
  • ମୁଦ୍ରା ଲୋନ୍‌ ୨୦ ଲକ୍ଷକୁ ବୃଦ୍ଧି ଘୋଷଣା କଲେ ଅର୍ଥମନ୍ତ୍ରୀ,ଧାର୍ଯ୍ୟ ସମୟରେ ପୈଠ କରିଥିବା ବ୍ୟକ୍ତି ଲୋନ୍‌ ପାଇପାରିବେ
  • ||
  • ବିଜେଟ୍ ୨୦୨୪-୨୫: ଗୟାରେ ହେବ ଇଣ୍ଡଷ୍ଟିଆଲ୍ କରିଡ଼ିର, ୧ ହଜାର ଆଇଟିଆଇକୁ ଅପଗ୍ରେଡ୍ କରାଯିବ
  • ||
  • ବିହାର, ଆନ୍ଧ୍ରପ୍ରଦେଶ ପାଇଁ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ପୋଲାଭରମ ପ୍ରକଳ୍ପ ଶୀଘ୍ର ସମାପ୍ତ ହେବ, ବିହାରରେ ଏୟାରପୋର୍ଟ, ମେଡିକାଲ କଲେଜ ବିକାଶ
  • ||
  • ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||
  • ବିଧାନସଭା ଅଧିବେଶନର ଦ୍ବିତୀୟ ଦିନ, ଦିନ ସାଢ଼େ ୧୧ଟା ଯାଏଁ ଗୃହ ମୁଲତବି
  • ||
  • ମାହାଙ୍ଗା: ଭାରସାମ୍ୟ ହରାଇ କେନାଲକୁ ଖସିଲା କାର୍, ଯୁବକଙ୍କ ମୃତ୍ୟୁ
  • ||
  • ମୋହନ ସରକାରଙ୍କ ପ୍ରଥମ ଅଧିବେଶନ, ୨୪ରେ ଉପବାଚସ୍ପତି ନିର୍ବାଚନ, ୨୫ରେ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ପ୍ୟାରିସ୍‌ ଅଲିମ୍ପିକ ୨୦୨୪: ୨୫ରୁ ତୀରନ୍ଦାଜୀ ଇଭେଣ୍ଟ, ରିକର୍ଭ ଇଭେଣ୍ଟରେ ଭାଗ ନେବେ ୬ ଭାରତୀୟ
  • ||

ପ୍ୟାରିସ ଅଲିମ୍ପିକ୍ସ ୨୦୨୪: ଭାରତୀୟ ଦଳରେ ସର୍ବକନିଷ୍ଠା ଖେଳାଳି ଧୀନିଧି,୧୪ ବର୍ଷରେ ଅଲିମ୍ପିକ୍ସ କରିବେ ପଦାର୍ପଣ

ନୂଆଦିଲ୍ଲୀ,୧୧/୦୭: ପ୍ୟାରିସ  ଅଲିମ୍ପିକ୍ସରେ ଦୁଇ ଜଣ ଭାରତୀୟ ସନ୍ତରଣରେ ପ୍ରତିନିଧିତ୍ୱ କରିବେ। ସେମାନେ ହେଲେ ଶ୍ରୀହରି ନଟରାଜ ଏବଂ ଧୀନିଧି ଦେସିଂଘୁ । ଧୀନିଧି ମହିଳା ୨୦୦ ମିଟର ଫ୍ରୀଷ୍ଟାଇଲରେ  ଯୋଗ୍ୟତା ହାସଲ କରିଛନ୍ତି । ସେ ମାତ୍ର ୧୪ ବର୍ଷ ବୟସରେ ଅଲିମ୍ପିକ୍ସ ପଦାର୍ପଣ କରିବାକୁ ଯାଉଛନ୍ତି । ଭାରତୀୟ ଦଳରେ ଧୀନିଧି ହେଉଛନ୍ତି ସର୍ବକନିଷ୍ଠା ଖେଳାଳି । 

ସିଧାସଳଖ କୌଣସି ଭାରତୀୟ ସନ୍ତରଣରେ ଅଲିମ୍ପିକ୍ସ ଯୋଗ୍ୟତା ହାସଲ  କରିପାରି ନଥିଲେ । ତେଣୁ ଭାରତକୁ ୨ଟି  ବିଶ୍ୱବିଦ୍ୟାଳୟ କୋଟା ମିଳିଥିଲା । ଏହି  ଆଧାରରେ ଦେଶର ଦୁଇ ଶ୍ରେଷ୍ଠ ସୁଇମରଙ୍କୁ  ଅଲିମ୍ପିକ୍ସରେ ଭାଗ ନେବାର ସୁଯୋଗ  ମିଳିଥିଲା । ୨୦୧୦ ମେ’ ୧୭ ତାରିଖରେ କର୍ଣ୍ଣାଟକରେ  ଧୀନିଧିଙ୍କ ଜନ୍ମ । ସେ ବେଙ୍ଗାଲୁରୁରର  ଡିଆରଡିଓ କେନ୍ଦ୍ରୀୟ ବିଦ୍ୟାଳୟର ନବମ  ଶ୍ରେଣୀରେ ପଢ଼ୁଛନ୍ତି । ୨୦୦ ମିଟର  ଫ୍ରିଷ୍ଟାଇଲ ହେଉଛି ତାଙ୍କର  ପ୍ରିୟ ଇଭେଣ୍ଟ । କିନ୍ତୁ ୧୦୦  ମିଟର ଫ୍ରିଷ୍ଟାଇଲ ଏବଂ  ୨୦୦ ମିଟର ଇଣ୍ଡିଭିଜୁଆଲ  ମିଡଲେରେ ମଧ୍ୟ ସେ ଭାଗ  ନିଅନ୍ତି । 

କରୋନା ମହାମାରୀ ପୂର୍ବରୁ ଧୀନିଧି  ସନ୍ତରଣ ଆରମ୍ଭ କରିଥିଲେ । ଡଲଫିନ  ଆକ୍ୱାଟିକ୍‌ କେନ୍ଦ୍ରର ବିଏମ ମଧୁ କୁମାରଙ୍କ  ଠାରୁ ସେ ପ୍ରଶିକ୍ଷଣ ନେଉଛନ୍ତି । ୨୦୨୩ରେ  ସେ ସବ୍‌ ଜୁନିୟର ଏବଂ ଜୁନିୟର ଜାତୀୟ  ଚାମ୍ପିଅନସିପ୍‌ର ୧୦୦ ମିଟର ଫ୍ରିଷ୍ଟାଇଲରେ  ନୂଆ ଜାତୀୟ ରେକର୍ଡ ପ୍ରତିଷ୍ଠା କରିଥିଲେ ।  ସେହିପରି ୧୦୦ ମିଟର ଫ୍ରିଷ୍ଟାଇଲ ଏବଂ  ୨୦୦ ମିଟର ଇଣ୍ଡିଭିଜୁଆଲ ମିଡଲେରେ  ମଧ୍ୟ ଜାତୀୟ ରେକର୍ଡ ସେ ନିଜ ନାମରେ  ଯୋଡ଼ିଛନ୍ତି । 

ଗତବର୍ଷ ସିନିୟର ଚାମ୍ପିଅନସିପ୍‌ର  ୨୦୦ ମିଟର ଫ୍ରିଷ୍ଟାଇଲରେ ଜାତୀୟ ଚାମ୍ପିଅନ  ହୋଇଥିଲେ । ସେହିପରି ଚଳିତ ବର୍ଷ  ସିଙ୍ଗାପୁର ନ୍ୟାସନାଲ ଏଜ୍‌ ଗ୍ରୁପ୍‌ରେ ମଧ୍ୟ  ଏହି ଇଭେଣ୍ଟରେ ଟାଇଟଲ ହାସଲ କରିଥିଲେ । 

ଧୀନିଧି କହିଛନ୍ତି, ‘ପ୍ରଥମ ଥର ଅଲିମ୍ପିକ୍ସରେ ଭାଗ ନେବାକୁ ଯାଉଥିବାରୁ ବେଶ ଉତ୍ସାହିତ । ପିଲା ଦିନରୁ କେଟି ଲେଡେକିଙ୍କୁ  ଦେଖି ବଡ଼ ହୋଇଛି । ସେ ମୋର ହିରୋ । ତାଙ୍କୁ ପ୍ୟାରିସରେ ଭେଟିବାକୁ ଚାହୁଁଛି । ତାଙ୍କ ପାଇଁ ଏକ ସ୍ୱତନ୍ତ୍ର ଉପହାର ମଧ୍ୟ ତିଆରି କରି ରଖିଛି ।’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.