ପ୍ରମୂଖ ଖବର
  • ସିଙ୍ଗାପୁର ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ: କହିଲେ ଓଡ଼ିଶା ସହ ବଢିବ ସମ୍ପର୍କ, ବଢିବ ପୁଞ୍ଜି ନିବେଶ
  • ||
  • ଶ୍ରୀମନ୍ଦିରରେ ଲାଗୁ ହେଲା ୫ ସୂତ୍ରୀ ମାର୍ଗଦର୍ଶିକା, ଡିଜିଟାଇଜେସନ୍‌ ହେବ ସମସ୍ତ ଫାଇଲ୍‌ ଏବଂ ରେକର୍ଡ
  • ||
  • ଅଲକାଦିର ଟ୍ରଷ୍ଟ ଭ୍ରଷ୍ଟାଚାର ମାମଲା : ଇମରାନଙ୍କୁ ୧୪ ଏବଂ ପତ୍ନୀଙ୍କୁ ୭ ବର୍ଷ ଜେଲ୍‌ଦଣ୍ଡ
  • ||
  • ଶିମିଳିପାଳ ଜଗିବେ ୧ ପ୍ଳାଟୁନ୍‌ ପୁଲିସ, ଶିକାରୀ ପ୍ରବଣ ଗ୍ରାମରେ ହେବ ପାଟ୍ରୋଲିଂ
  • ||
  • କଟକ : ନବ ଦାସ ହତ୍ୟା ମାମଲା: ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ମାମଲା ରୁଜୁ
  • ||
  • ଭୁବନେଶ୍ୱର : ଭଙ୍ଗାହେଲା ବୈକୁଣ୍ଠ ଧାମ, ଆଶ୍ରମ ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା
  • ||
  • ରାୟଗଡ଼ା : ଧୁମାଗୁଡ଼ା ଗାଁରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ
  • ||
  • ଶନିବାର ଦିନିକିଆ ରାୟଗଡ଼ା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ସମ୍ୱଲପୁର : ନବଦାସଙ୍କ ଭାଇଙ୍କ ଘରେ ବଡ଼ ଧରଣର ରେଡ୍‌, ତନାଘନା କରୁଛି ଆୟକର ଟିମ୍‌
  • ||
  • ଗଞ୍ଜାମ : କେନାଲରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ସ୍କିମାଟିକ୍ କନିଷ୍ଠ ଶିକ୍ଷକଙ୍କ ବଢିଲା ପାରିଶ୍ରମିକ, ଏବେ ମିଳିବ ୧୬ ହଜାର
  • ||
  • ଚାନ୍ଦବାଲି : ଗ୍ରାହକଙ୍କ ଆକାଉଣ୍ଟରୁ ଆପେ ଆପେ ଗୋଲ୍ ହେଉଛି ଟଙ୍କା, ଚିନ୍ତାରେ ଗ୍ରାହକ
  • ||
  • ଦିଗପହଣ୍ଡି : ଦ୍ରୁତଗତିରେ ଆସି ଓଲଟିଲା କଣ୍ଟେନର: ଅଳ୍ପକେ ବର୍ତ୍ତିଲେ ଲୋକେ, ଡ୍ରାଇଭର ଗିରଫ
  • ||
  • ଜମ୍ମୁ-କାଶ୍ମୀରରେ ରହସ୍ୟମୟ ରୋଗରେ ୧୫ ଶିଶୁ ମୃତ, ତଦନ୍ତ ଲାଗି ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ଗଠନ
  • ||
  • ରାଜଧାନୀରେ ପହଞ୍ଚିଲେ ସିଙ୍ଗାପୁର ରାଷ୍ଟ୍ରପତି,ଏୟାରପୋର୍ଟରେ ଭବ୍ୟ ସ୍ବାଗତ କଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ
  • ||

ପ୍ଲାଷ୍ଟିକ ବଜାରକୁ ନେଇ ବିବାଦ: ଆଜି ୧୨ ସଂଘ-ବିଏମ୍‌ସି ବୈଠକ

Published By : Prameya | April 15, 2024 8:46 AM

ଭୁବନେଶ୍ୱର,୧୫/୪: ପରିବା ହାଟକୁ ବାଟ ନାହିଁ । ଗାଡି ପଶିପାରୁନି । ପ୍ଲାଷ୍ଟିକ ହାଟ ବସାଇବାକୁ ନେଇ ଏହି ସମସ୍ୟା ସୃଷ୍ଟି ହୋଇଛି । ତେବେ ପରିବା ହାଟକୁ ଯିବା ବାଟରେ ଏହି ପ୍ଲାଷ୍ଟିକ୍‌ ହାଟ ବସାଇବାକୁ  ବିଏମ୍‌ସି କେମିତି ଅନୁମତି ଦେଲା? ଅନୁମତି ପଛରେ କାହାର ହାତ ରହିଛି ? ଦୁଇ ଦିନ ତଳେ ପ୍ଲାଷ୍ଟିକ ବଜାରକୁ ନେଇ କଞ୍ଚାପରିବା ବ୍ୟବସାୟୀ  ସଂଘ ଏବଂ ବିଏମ୍‌ସି ମୁହଁମୁହିଁ ହୋଇଥିଲେ ।  ତେବେ ଏହାର ସମାଧାନ ହୋଇପାରିନଥିଲା । ତେଣୁ  ସୋମବାର ଉକ୍ତ ସଂଘ ସମେତ ୧୨ଟି ସଂଘର  ବିଏମ୍‌ସି ସହ ବୈଠକ ବସିବ ବୋଲି ଜଣାପଡିଛି।

ୟୁନିଟ୍‌-୧ ହାଟ ରାସ୍ତାକୁ ନେଇ ଦୁଇ ଦିନ ତଳେ ପରିବା ବ୍ୟବସାୟୀ ଏକାଠି ହୋଇଥିଲେ । ସେମାନେ  ଅଭିଯୋଗ କରିଥିଲେ ଯେ, କୌଣସି ପରିସ୍ଥିତିରେ  ରାସ୍ତାରେ ପ୍ଲାଷ୍ଟିକ ଦୋକାନ ଖୋଲିପାରିବ ନାହିଁ । ଦୋକାନ ଖୋଲିଲେ ପରିବା ଗାଡି ପଶିପାରୁନି ।  ମୁଖ୍ୟ ରାସ୍ତାରେ ପରିବା ଗାଡ଼ିରୁ ଖଲାସ କଲେ ଅଟୋ  ଖର୍ଚ୍ଚ ବଢୁଛି । ଏହାର ପ୍ରଭାବ ସିଧାସଳଖ ଗ୍ରାହକଙ୍କ  ଉପରେ ପଡୁଛି । ତେଣୁ ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ  ପରିବା ଗାଡି ପାଇଁ ରାସ୍ତା ଛଡାଯାଉ । କିନ୍ତୁ ଦୁର୍ଭାଗ୍ୟ  ବିଏମ୍‌ସି ଜାଣିଶୁଣି ପ୍ଲାଷ୍ଟିକ ବଜାର ଖୋଲିବାକୁ  ଅନୁମତି ଦେଇଛି । ତେବେ କାହା ସ୍ୱାର୍ଥରେ ଅନୁମତି  ଦିଆଗଲା? ଏହା ପଛରେ କାହାର ହାତ ରହିଛି?  କେତେ ଟଙ୍କା କାରବାର ହୋଇଛି? ଏପରି ପ୍ରଶ୍ନ  ଉଠାଇଛି କଞ୍ଚାପରିବା ବ୍ୟବସାୟୀ ସଂଘ ।  

ସୋମବାର କଞ୍ଚାପରିବା ବ୍ୟବସାୟୀ ସଂଘ  ସମେତ ୧୨ ସଂଘ ଏକାଠି ହେବେ । ଆଜି ଡେଙ୍ଗୁରା  ପିଟି ଏ ନେଇ ସମସ୍ତ ଦୋକାନୀଙ୍କୁ ଜଣାଇ  ଦିଆଯାଇଛି । ବୈଠକରେ ହାଟକୁ ଅବହେଳା ପ୍ରସଙ୍ଗ  ଉଠିବ । ବ୍ୟବସାୟୀ ସଂଘ ସଭାପତି କବିରାଜ  ସ୍ୱାଇଁଙ୍କ କହିବା କଥା, ବିଏମ୍‌ସି ଉଚିତ୍‌ ନ୍ୟାୟ  ଦେଉ । ଏକପାଖିଆ ନିଷ୍ପତ୍ତି ନ ହେଉ । ଲୋକଙ୍କ  ସ୍ୱାର୍ଥକୁ ଦୃଷ୍ଟିରେ ରଖାଯାଉ । ବାରମ୍ବାର ବିଏମ୍‌ସି,  ପୁଲିସ ବୈଠକ ହେଉଛି ହେଲେ ଏହାର ସମାଧାନ  କରାଯାଉନି । ତେଣୁ ଏଥର ସ୍ଥାୟୀ ସମାଧାନ  କରାଯାଉ ବୋଲି ଶ୍ରୀ ସ୍ୱାଇଁ ଦାବି କରିଛନ୍ତି । 

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.