ନୂଆଦିଲ୍ଲୀ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଲିମ୍ପିକ ୨୦୨୪ର ରୌପ୍ୟ ବିଜେତା ନୀରଜ ଚୋପ୍ରାଙ୍କ ସହ କଥା ହେଲେ। ଶୁକ୍ରବାର ଫୋନରେ କଥା ହୋଇ ପ୍ରଧାନମନ୍ତ୍ରୀ ନୀରଜଙ୍କ ଆକର୍ଷଣୀୟ ଉପଲବ୍ଧି ପାଇଁ ତାଙ୍କୁ ଦେଲେ ଶୁଭେଚ୍ଛା ଏବଂ ତାଙ୍କର ସ୍ୱାସ୍ଥ୍ୟବସ୍ଥା ବିଷୟରେ ପଚାରି ବୁଝିଲେ। ଉଲ୍ଲେଖନୀୟ ଯେ, ଟୋକିଓ ଅଲିମ୍ପିକର ଗୋଲ୍ଡ ବିଜେତା ନୀରଜ ଚୋପ୍ରା ପ୍ୟାରିସ୍ ଅଲିମ୍ପିକରେ ଜାଭେଲିନ୍ ଥ୍ରୋ ପ୍ରତିଯୋଗିତାରେ ରୌପ୍ୟ ମେଡାଲ ହାସଲ କରି ଦେଶକୁ ଗୌରବାନ୍ୱିତ କରିଛନ୍ତି।
ଫୋନ୍ କଲ୍ ବେଳେ ପ୍ରଧାନମନ୍ତ୍ରୀ ମୋଦି ନୀରଜଙ୍କ ମାଆଙ୍କ ଖେଳ ମନୋବୃତ୍ତିକୁ ମଧ୍ୟ ପ୍ରଶଂସା କରିଛନ୍ତି। ସାରାଦେଶରେ ନୀରଜ ଚୋପ୍ରାଙ୍କ ଏହି ଉପଲବ୍ଧି ପାଇଁ ପ୍ରଶଂସା ହେଉଛି। ପ୍ରଧାନମନ୍ତ୍ରୀ ନୀରଜଙ୍କୁ ତାଙ୍କର ଏଡିକ୍ଟରର ସମସ୍ୟା ବିଷୟରେ ମଧ୍ୟ ପଚାରିଲେ , ଯାହା ପ୍ୟାରିସ୍ରେ ହେବାକୁ ଥିବା ଏହି ଇଭେଣ୍ଟ ପୂର୍ବରୁ ତାଙ୍କ ପାଇଁ ସମସ୍ୟା ଥିଲା। ଚଳିତ ବର୍ଷ ଜୁନ୍ରେ ନୀରଜ କହିଥିଲେ କି ସେ ନିଜର ଆଘାତ ସମସ୍ୟାରୁ ବର୍ତ୍ତିବା ପାଇଁ ଡାକ୍ତରଙ୍କ ପରାମର୍ଶ ନେଉଛନ୍ତି।
#WATCH | PM Narendra Modi spoke to Javelin thrower Neeraj Chopra and congratulated him on the Silver medal. He also enquired about his injury and lauded the sportsman spirit shown by his mother.#Paris2024 #Paris2024Olympic pic.twitter.com/DvVEMcNbPQ
— ANI (@ANI) August 9, 2024
ପ୍ରଧାନମନ୍ତ୍ରୀ ନୀରଜ ଚୋପ୍ରାଙ୍କର ମାଆଙ୍କ ଖେଳୁଆଡ଼ ଭାବନାକୁ ପ୍ରଶଂସା ମଧ୍ୟ କରିଛନ୍ତି। ନୀରଜଙ୍କ ମାଆ କହିଥିଲେ କି, ସ୍ୱର୍ଣ୍ଣ ପଦକ ବିଜେତା ପାକିସ୍ତାନର ଅର୍ଶଦ ନଦୀମ ଆମର ପୁଅ ଭଳି। ସରୋଜ ଦେବୀ ନ୍ୟୁଜ୍ ଏଜେନ୍ସି ଏଏନଆଇକୁ କହିଥିଲେ , ଆମେ ବହୁତ ଖୁସି। ଆମ ପାଇଁ ସିଲଭର (ରୌପ୍ୟ) ମଧ୍ୟ ଗୋଲ୍ଡ ସହ ସମାନ। ଯିଏକି ଗୋଲ୍ଡ ଜିତିଲେ (ନଦୀମ) ସେ ମଧ୍ୟ ଆମର ପୁଅ ଭଳି।
ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ଲେଖିଥିଲେ , ନୀରଜ ଚୋପ୍ରା ଉତ୍କୃଷ୍ଟତାର ସାକାର ରୂପ। ବାରମ୍ୱାର ସେ ନିଜର ଶ୍ରେଷ୍ଠତାର ପରିଚୟ ଦେଇଛନ୍ତି। ଭାରତ ଗର୍ବିତ କି ସେ ପୁଣି ଥରେ ଅଲିମ୍ପିକରେ ସଫଳତା ପାଇଛନ୍ତି।