ପ୍ରମୂଖ ଖବର
  • ଅରବିନ୍ଦ କେଜ୍‌ରିଓ୍ବାଲ୍‌ଙ୍କୁ ଆଶ୍ୱସ୍ତି , ଅନ୍ତରୀଣ ଜାମିନ ପ୍ରଦାନ କଲେ ସୁପ୍ରମିକୋର୍ଟ
  • ||
  • ହେରାପଞ୍ଚମୀରେ ଆଧ୍ୟାତ୍ମିକ ପରିବେଶ: ନନ୍ଦିଘୋଷ ଭାଙ୍ଗିଲେ ମହାଲକ୍ଷ୍ମୀ, ଆଜ୍ଞାମାଳ ପାଇ ଶ୍ରୀମନ୍ଦିରକୁ ବାହୁଡ଼ିଲେ
  • ||
  • ପିଠିରେ ଯନ୍ତ୍ରଣା ଯୋଗୁଁ ଏମ୍ସରେ ଭର୍ତ୍ତି ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ
  • ||
  • ଦିଲ୍ଲୀ ମଦନୀତି ସହ ମନି ଲଣ୍ଡରିଂ ମାମଲା, କେଜ୍‌ରିୱାଲଙ୍କ ପିଟିସନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି
  • ||
  • ଆଗ ପଛ ହୋଇ ଆସିପାରେ ଦୁଇଟି ଲଘୁଚାପ: ୧୩ରୁ ବଢ଼ିବ ବର୍ଷା, ଦକ୍ଷିଣରେ ପ୍ରବଳ ଛେଚିବ
  • ||

ରଥ ନିର୍ମାଣକୁ ବାଧକ ପୋଲା କାଠ, ପୁଣି ବଦଳିଲା ଏକାଧିକ ଦଣ୍ଡା

ପୁରୀ, ୧୨।୬: ହାଲୁକା ଭାବେ ନିଆଯାଇଛି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ । ଖାମଖିଆଲ ଭାବେ ବନ ବିଭାଗ ଯୋଗାଇଛି ରଥ କାଠ । ବିଳମ୍ବରେ କାଠ ଯୋଗାଇ ମଧ୍ୟ ବହୁ କାଠ ପୋଲା ପଡ଼ିଛି । ରଥ ଦଣ୍ଡା ପ୍ରସ୍ତୁତି ସମୟରେ ନାକେଦମ୍‌ ହୋଇଛନ୍ତି ନିର୍ମାଣକାରୀ । ବିଶ୍ୱକର୍ମାଙ୍କ ପରିଶ୍ରମ ବୃଥା ଯାଉଛି । ଘଣ୍ଟା ଘଣ୍ଟା ଧରି ବାରିସି ଚଳାଇ ତିଆରିଲା ବେଳକୁ କାଠ ପୋଲା ପଡ଼ୁଛି । ପୂର୍ବରୁ ନନ୍ଦିଘୋଷ ଓ ଦର୍ପଦଳନର ୨ଟି ଲେଖା ଦଣ୍ଡା ବଦଳାଯାଇଥିଲା । ମଙ୍ଗଳବାର ପୁନଃ ନନ୍ଦିଘୋଷର ୧ଟି ଓ ଦର୍ପଦଳନର ୨ଟି ଦଣ୍ଡା କାଠ ପୋଲା ବାହାରିଛି । ରଥ ଅମିନ କାଠ ବାଛି ଓ ଭୋଇ ସେବକ କାଠ ବଦଳାଇ ହତାଶ । ରଥ ଯାତ୍ରା ୨୦୨୪ ରଥ ନିର୍ମାଣକୁ ବାଧକ ସାଜିଛି ପୋଲା କାଠ ଗଡ଼ । ଉପରୁ ଡଉଲଡାଉଲ ଭିତର ଫମ୍ପା । ଧାର୍ଯ୍ୟ ସମୟ ପରେ କାଠ ଯୋଗାଇଲେ ବନ ବିଭାଗ । ସେଥିରେ ମଧ୍ୟ ଅବହେଳା ହୋଇଛି । ମୁଖ୍ୟତଃ ୪୦ ଫୁଟିଆ ସାହାଜ କାଠ ପୋଲା ପଡ଼ିବାରେ ରଥ ତିଆରି ସମୟରେ ନିର୍ମାଣକାରୀ ନାକେଦମ୍‌ ହେଉଛନ୍ତି । ରଥ କାଠ ଉପଯୁକ୍ତ ଯାଞ୍ଚ କରି ରଥ କାଠ ଯୋଗାଯାଇନି । 

ଦର୍ପଦଳନ ରଥ ଦଣ୍ଡା ତିଆରି ବେଳକୁ ଅଧିକ ସମସ୍ୟା ଉପୁଜିଛି । ୫ରୁ ଅଧିକ କାଠ ଖରାପ ପଡ଼ିଛି । ଇଂଜିନିୟର ଟିମ୍‌ ଆସି ଅନୁଧ୍ୟାନ ପରେ କାଠକୁ ଅଯୋଗ୍ୟ ଘୋଷଣା କରିଛି । ଯେଉଁ କାଠ ଚିହ୍ନଟ ହୋଇଛି ତାହା ଆସି ନଥିବା କୁହାଯାଉଛି । ଚଳିତ ବର୍ଷ ରଥ କାଠ ଚୟନ ଓ ଯୋଗାଣ ନେଇ ଜଟିଳ ସ୍ଥିତି ଉପୁଜିଛି । ରଥ ନିର୍ମାଣ ପାଇଁ ଲମ୍ବା, ଶକ୍ତ ଓ ନିଦା କାଠର ଆବଶ୍ୟକତା ରହିଛି । ଖରାପ୍‌ କାଠ ଯୋଗୁଁ ରଥ ନିର୍ମାଣ ଧିମା ହୋଇଯାଇଛି । ରଥ ନିର୍ମାଣ ଆରମ୍ଭ ପରେ ପହଞ୍ଚିଲା କାଠ । କେବଳ କାଗଜପତ୍ରରେ କାଠ ପହଞ୍ଚିଲା । ହେଲେ ସେସବୁ ନିର୍ମାଣ ଉପୋଯୋଗୀ ନଥିଲା । ଏବେ ଅଧା ତିଆରି ପରେ ବଦଳୁଛି କାଠ । ପୁଣି ପୋଲା କାଠକୁ କାଟି ଆଉ କିଛି ରଥାଂଶ କରିବାକୁ ପ୍ରସ୍ତୁତି ଚାଲିଛି । ଏପଟେ ଦଣ୍ଡା ପ୍ରସ୍ତୁତ ନହେଲେ ରଥ ମୂଳଦୁଆ ପଡ଼ିପାରିବନି । ତାଳଧ୍ୱଜ ରଥରେ ସେଭଳି କିଛି ବଡ଼ ଅସୁବିଧା ଦୃଷ୍ଟିକୁ ଆସି ନଥିଲା ବେଳେ ନନ୍ଦିଘୋଷ ଓ ଦର୍ପଦଳନ ରଥ ଦଣ୍ଡା ତିଆରି ନିର୍ମାଣକାରୀଙ୍କୁ ଅଧିକ ଯନ୍ତ୍ରଣା ଦେଇଛି । ଏଣୁ ପୁଣି ନୂତନ କାଠ ଆସିଲେ ରଥ ନିର୍ମାଣ ଆଗେଇବ ବୋଲି ରଥ ଅମିନ କହିଛନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.