ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିବାଦୀୟ ଅଭିନେତ୍ରୀ ପୁନମ୍ ପାଣ୍ଡେଙ୍କ ପରଲୋକ, ଗର୍ଭାଶୟ କର୍କଟରେ ଥିଲେ ପୀଡିତ

ମୁମ୍ବାଇ,୨।୨: ବଲିଉଡର ବିବାଦୀୟ ଅଭିନେତ୍ରୀ ପୁନମ ପାଣ୍ଡେଙ୍କ ପରଲୋକ ହୋଇଛି। ମାତ୍ର ୩୨ ବର୍ଷ ବୟସରେ ପୁନମଙ୍କ ମୃତ୍ୟୁ ଖବର ଫ୍ୟାନ୍‌ଙ୍କ ସ୍ତବ୍ଧ କରିଛି। ଏହି ଦୁଃଖଦ ଖବରକୁ ତାଙ୍କ ମ୍ୟନେଜର ଶୁକ୍ରବାର ସୋସିଆଲ ମିଡିଆ ଜରିଆରେ ଜଣାଇଛନ୍ତି। ଉଲ୍ଲେଖନୀୟ ଯେ, ପୁନମ ଅନେକ ଦିନ ହେବ ପୁନମ ଗର୍ଭାଶୟ କର୍କଟ କ୍ୟାନସରରେ ପୀଡ଼ିତ ଥିଲେ।

ଶୁକ୍ରବାର ସକାଳେ ଉତ୍ତର ପ୍ରଦେଶରେ ଥିବା ଘରେ ପୁନମଙ୍କର ମୃତ୍ୟୁ ହୋଇଛି।ସୋସିଆଲ ମିଡିଆରେ ପୁନମ ପାଣ୍ଡେଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ପେଜରେ ତାଙ୍କର ଟିମ ଏକ ପୋଷ୍ଟର ସେୟାର କରିଛନ୍ତିି। ଯେଉଁଥିରେ ଲେଖା ଅଛି, ଆଜି ସକାଳ ଆମ ସମସ୍ତଙ୍କ ପାଇଁ ଦୁଃଖଦ ରହିଛି। ଆମର ପ୍ରିୟ ପୁନାମଙ୍କୁ ଆମେ ହରାଇ ଦେଇଛୁ। ପୁନମ ଅନେକ ଦିନ ହେବ ଗର୍ଭାଶୟ କର୍କଟରେ ପୀଡ଼ିତ ଥିଲେ।’

ମଡେଲ-ଆକ୍ଟ୍ରେସ, ଇଣ୍ଟରନେଟ ସେନସେସନ ତଥା ମୋଷ୍ଟ କଣ୍ଟ୍ରୋଭର୍ସିଆଲ ଷ୍ଟାର ଥିଲେ ପୁନମ। ଏହାପରେ ବି ତାଙ୍କ ଭିତରେ ଥିବା ଦୟାଳୁ ଭାବ ଯୋଗୁ ସେ ସମସ୍ତଙ୍କ ନିକଟରେ ପହଞ୍ଚିପାରିଥିଲେ। ତେବେ ଶୁକ୍ରବାର ସକାଳେ ଉତ୍ତର ପ୍ରଦେଶରେ ଥିବା ତାଙ୍କ ନିଜ ଘରେ ପୁନମଙ୍କର ଦେହାନ୍ତ ହୋଇଥିବା ଖବର ଆସିଛି। ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରାଯାଇଥିବା ପୋଷ୍ଟରେ ଲେଖା ଅଛି, ଆଜି ସକାଳ ଆମ ପାଇଁ କଷ୍ଟସାଧ୍ୟ। ଆପଣଙ୍କୁ ଜଣାଇବା ପାଇଁ ଆମେ ଅତ୍ୟନ୍ତ ଦୁଃଖିତ ଯେ ଗର୍ଭାଶୟ କର୍କଟ ହେତୁ ଆମେ ଆମର ପ୍ରିୟ ପୁନମଙ୍କୁ ହରାଇଛୁ। ତାଙ୍କ ସହିତ ସଂସ୍ପର୍ଶରେ ଆସିଥିବା ପ୍ରତ୍ୟେକ ଜୀବନ୍ତ ରୂପ ଶୁଦ୍ଧ ପ୍ରେମ ଏବଂ ଦୟା ପାଇଛନ୍ତି। ଏହି ଦୁଃଖ ସମୟରେ, ଆମେ ଗୋପନୀୟତା ପାଇଁ ଅନୁରୋଧ କରିବୁ। ଆମେ ଶେୟାର କରିଥିବା ପ୍ରତ୍ୟେକ ଜିନିଷ ପାଇଁ ଆମେ ତାଙ୍କୁ ଭଲପାଇ ସ୍ମରଣ କରିବୁ।

ପୁନମ ଜଣେ ଅତି ପ୍ରସିଦ୍ଧ ମଡେଲ୍ ଥିଲେ। ୨୦୧୧ କ୍ରିକେଟ୍ ବିଶ୍ୱକପ୍ ଫାଇନାଲ୍ ପୂର୍ବରୁ ଯେତେବେଳେ ସେ ଏକ ଭିଡିଓ ବାର୍ତ୍ତାରେ ପ୍ରତିଶୃତି ଦେଇଥିଲେ ଯେ, ଭାରତ ଯଦି ଫାଇନାଲ୍ ମ୍ୟାଚ୍ ଜିତେ ତେବେ ସେ ନିଜର ପୁରା ପୋଷାକ ଖୋଲିଦେବେ। ଏହି ଦାବି ସହିତ ସେ ପ୍ରଥମ ଥର ପାଇଁ ବିବାଦ ଭିତରକୁ ଆସିଥିଲେ। ମଡେଲିଂରୁ କ୍ୟାରିଅର ଆରମ୍ଭ କରିଥିବା ପୁନମ୍ ପାଣ୍ଡେ ୨୦୧୩ରେ ଚଳଚ୍ଚିତ୍ର 'ନଶା' ମାଧ୍ୟମରେ ବଲିଉଡ ଡେବ୍ୟୁ କରିଥିଲେ। ରିୟଲିଟି ଶୋ' 'ଲକ୍ ଅପ୍'ରେ ଅଂଶଗ୍ରହଣ କରିବା ପରେ ଲୋକପ୍ରିୟତା ହାସଲ କରିଥିଲେ ପୁନମ। ସେ ୨୦୨୦, ସେପ୍ଟେମ୍ବରରେ ସାମ ବମ୍ବେଙ୍କୁ ବିବାହ କରିଥିଲେ। ବିବାହର ତିନି ବର୍ଷ ପରେ ସ୍ୱାମୀଙ୍କ ବିରୋଧରେ ଘରୋଇ ହିଂସା ଅଭିଯୋଗ ଆଣିଥଲେ। ଏହାପରେ ସେ ଅଲଗା ରହୁଥିଲେ ପୁନମ। ପୁନମଙ୍କୁ ଶେଷ ଥର ପାଇଁ କଙ୍ଗନା ରଣାୱାତଙ୍କ ରିଆଲିଟି ସୋରେ ଦେଖିବାକୁ ମିଳିଥିଲା। ଏବେ ପୁନମ୍‌ଙ୍କ ଏହି ଆକସ୍ମିକ ମୃତ୍ୟୁକୁ  ତାଙ୍କ ଫ୍ୟାନ୍ ଗ୍ରହଣ କରିପାରୁ ନାହାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.