ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପିଅର ଆଞ୍ଜେନିଅକ୍ସ ଏକ୍ସଲେନ୍ସ ଆୱାର୍ଡ ପାଇଲେ ସନ୍ତୋଷ ଶିବନ

ମୁମ୍ବାଇ,୨୬/୫: ପ୍ରାନ୍ସରେ କାନ୍ସ ଫିଲ୍ମ ଫେଷ୍ଟିଭାଲ ମେ' ୧୪ରୁ ମେ' ୨୫ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅନେକ ଭାରତୀୟ ସେଲିବ୍ରିଟିଙ୍କୁ ସମ୍ମାନିତ କରାଯାଇଛି । ବର୍ତ୍ତମାନ ଏହି ତାଲିକାରେ ଜଣାଶୁଣା ଭାରତୀୟ ସିନେମାଟୋଗ୍ରାଫର ସନ୍ତୋଷ ଶିବନଙ୍କୁ ସମ୍ମାନିତ କରାଯାଇଛି । ସନ୍ତୋଷ ଶିବନଙ୍କୁ କାନ୍ସ ଫିଲ୍ମ ଫେଷ୍ଟିଭାଲ ୨୦୨୪ରେ ସିନେମାଟୋଗ୍ରାଫିରେ ସମ୍ମାନଜନକ ପିଅର ଆଞ୍ଜେନିଅକ୍ସ ଏକ୍ସଲେନ୍ସ ପ୍ରଦାନ କରାଯାଇଛି । ବଲିଉଡ ଅଭିନେତ୍ରୀ ପ୍ରୀତି ଜିଣ୍ଟା ସନ୍ତୋଷ ଶିବନଙ୍କୁ ଏହି ପୁରସ୍କାରକୁ ପ୍ରଦାନ କରିଛନ୍ତି । 

ପୁରସ୍କାର ଜିତିବା ପରେ ସନ୍ତୋଷ ଶିବନ ନିଜ ଖୁସି ବ୍ୟକ୍ତ କରିଛନ୍ତି । ସେ ନିଜ ହୋମ ଟାଉନ କେରଳକୁ ଧନ୍ୟବାଦ ଦେଇଛନ୍ତି । ତେବେ ୨୦୧୩ରେ ଆରମ୍ଭ ହୋଇଥିବା 'ପିଅର ଆଞ୍ଜେନିଅକ୍ସ ଏକ୍ସଲେନ୍ସ' ଆୱାର୍ଡ ସିନେମାଟୋଗ୍ରାଫି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ବ୍ୟକ୍ତିତ୍ୱଙ୍କୁ ସମ୍ମାନିତ କରାଯାଏ । ଚଳିତ ଥର ଏହି ଆୱାର୍ଡ ପାଇ ସନ୍ତୋଷ ଶିବନ ବର୍ତ୍ତମାନ ଏଡୱାର୍ଡ ଲାଚମ୍ୟାନ୍, ଆଗ୍ନେସ୍ ଗୋଡାର୍ଡ, ବରୀ ଆକ୍ରୋଏଡ୍ ଏବଂ ରୋଜର ଡେକିନ୍ସଙ୍କ ପରି ପ୍ରସିଦ୍ଧ ସିନେମାଟୋଗ୍ରାଫର ତାଲିକାରେ ସାମିଲ ହୋଇଛନ୍ତି । ଏଥିସହ ସନ୍ତୋଷ ଏହି ଆୱାର୍ଡ ଜିତି ଭାରତ ପାଇଁ ଗୌରବ ଆଣିଛନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.