ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ପଞ୍ଜାବରେ ରାହୁଲ ଗାନ୍ଧୀଙ୍କ ବଡ ଘୋଷଣା, ‘ଇଣ୍ଡିଆ’ ସରକାର ଗଠନ ହେଲେ କୃଷକଙ୍କ ଋଣ ଛାଡ ହେବ...

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ର ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ପାଇଁ ସମସ୍ତ ରାଜନୈତିକ ଦଳ ନିଜର ଶକ୍ତି ପ୍ରଦର୍ଶନ ଜାରି ରଖିଛନ୍ତି । ଏହି କ୍ରମରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି (ବୁଧବାର) ପଞ୍ଜାବର ଲୁଧିଆନାରେ ଏକ ରାଲିରେ ସମ୍ବୋଧିତ କରିଛନ୍ତି । ଏହି ସମୟ ମଧ୍ୟରେ ରାହୁଲ ଗାନ୍ଧୀ ଚାଷୀଙ୍କୁ ଏକ ବଡ଼ ପ୍ରତିଶୃତି ଦେଇଛନ୍ତି । ଦେଶରେ ‘ଇଣ୍ଡିଆ’ ସରକାର ଗଠନ ପରେ ତୁରନ୍ତ କୃଷକ ଋଣ ଛାଡ ଆୟୋଗ ଗଠନ କରାଯିବ ବୋଲି କହିଛନ୍ତି । କୃଷକଙ୍କ ଋଣ ଛାଡ ଘୋଷଣା କରି ରାହୁଲ ଗାନ୍ଧୀ କହିଛନ୍ତି ଯେ ‘ଇଣ୍ଡିଆ’ ସରକାର ଗଠନ ହେବା ମାତ୍ରେ ଆମେ କୃଷକଙ୍କ ଋଣ ଛାଡ କରିବୁ। ସେ କହିଛନ୍ତି ଯେ ଯେପରି ସେମାନେ (ବିଜେପି) ଅରବପତିଙ୍କ ଋଣ ଛାଡ କରନ୍ତି।

କଂଗ୍ରେସ ସାଂସଦ ଆହୁରି ମଧ୍ୟ କହିଛନ୍ତି ଯେ, ଆମେ କେବଳ କୃଷକଙ୍କ ଋଣ ଛାଡ କରିବୁ ନାହିଁ, ଏଥିପାଇଁ ଆମେ ଏକ ଆୟୋଗ ଗଠନ କରିବୁ, ଯାହାକୁ କୃଷକ ଋଣ ଛାଡ ଆୟୋଗ କୁହାଯିବ । ସେ କହିଛନ୍ତି ଯେ ଯେତେବେଳେ ବି କୃଷକମାନେ ଋଣ ଛାଡ ଆବଶ୍ୟକ କରିବେ, ଆୟୋଗ ସରକାରଙ୍କୁ ଜଣାଇବେ ଏବଂ ଆମେ ଋଣ ଛାଡ କରିବୁ । ସେ ଆହୁରି ମଧ୍ୟ କହିଛନ୍ତି, “ଥରେ, ଦୁଇଥର, ତିନିଥର, ଯେତେଥର ଚାଷୀଙ୍କ ଆବଶ୍ୟକତା ଅଛି, ଆମେ ତାଙ୍କ ଋଣ ଛାଡ କରିବୁ । କୃଷକମାନେ ଦେଶର ମେରୁଦଣ୍ଡ ଏବଂ ସେମାନଙ୍କୁ ସୁରକ୍ଷା ଦିଆଯିବା ଉଚିତ୍।

ଏହା ସହ ପଞ୍ଜାବରେ ଡ୍ରଗ୍ସ ପ୍ରସଙ୍ଗରେ ରାହୁଲ କହିଛନ୍ତି ଯେ, ଏହା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ। ପଞ୍ଜାବ ନିଜର ସମସ୍ତ ଶକ୍ତି ସହିତ ଡ୍ରଗ୍ସ ବିରୋଧରେ ଲଢିବା ଉଚିତ୍। ସୂଚନାଯୋଗ୍ୟ ଯେ ପଞ୍ଜାବରେ ଆମ୍ ଆଦମୀ ପାର୍ଟି ଏବଂ କଂଗ୍ରେସ ମଧ୍ୟରେ କୌଣସି ମେଣ୍ଟ ନାହିଁ । ତେବେ ଉଭୟ ‘ଇଣ୍ଡିଆ’ ମିଳିତ ମଞ୍ଚର ଏକ ଅଂଶ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.