ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

'ପେହଲି ନୌକରୀ ପକ୍କି' ଯୋଜନା ଆଣିବ କଂଗ୍ରେସ, ସାଲେପୁର କଂଗ୍ରେସ ସମାବେଶରେ କହିଲେ ରାହୁଲ

ସାଲେପୁର, ୨୮/୦୪ : ସାଲେପୁରରେ ଆୟୋଜିତ କଂଗ୍ରେସ ସମାବେଶରେ ଯୋଗ ଦେଲେ କଂଗ୍ରେସ ନେତା ରାହୁଲ ଗାନ୍ଧି। ଜନସଭାରେ ଯୋଗ ଦେଇ ରାହୁଲ ତାଙ୍କର ଅଭିଭାଷଣ ରଖିଛନ୍ତି। ଏହା ସହ ଏତେ ଖରାରେ ଲୋକମାନେ ଆସିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି। ଆସୁ ଆସୁ ସେ ବିରୋଧୀ ଉପରେ ବର୍ଷିଛନ୍ତି। ସେ କହିଛନ୍ତି ଯେ, କଂଗ୍ରେସ ଓଡ଼ିଶାରେ କ୍ଷମତାକୁ ଆସିଲେ ଲୋକଙ୍କ ଖାତାକୁ ଟଙ୍କା ଦିଆଯିବ। ୨୦୦ ୟୁନିଟ୍ ମାଗଣା ବିଜୁଳି, ୫ ଶହ ଟଙ୍କାରେ ଗ୍ୟାସ୍ ଦିଆଯିବ। ଧାନ କୁଇଣ୍ଟାଲ ୩ ହଜାର ଟଙ୍କାକୁ ବୃଦ୍ଧି କରାଯିବ। ମହିଳାଙ୍କୁ ୨ ହଜାର, ଯୁବକଙ୍କୁ ୩ ହଜାର, ଓ ଚାଷୀଙ୍କୁ ୩ ହଜାର ମିଳିବ। 

ଦେଶର ସବୁ ଗରିବ ପରିବାରର ଜଣେ ଜଣେ ମହିଳାଙ୍କୁ ବଛାଯିବ। ଉକ୍ତ ମହିଳାଙ୍କ ବ୍ୟାଙ୍କ ଖାତାକୁ ୧ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ପ୍ରତି ମାସରେ ୮ ହଜାର ୫ ଶହ ଟଙ୍କା ମହିଳାଙ୍କ ଖାତାକୁ ଯିବ। କଂଗ୍ରେସ ପେହଲି ନୌକରୀ ପକ୍କି ଯୋଜନା ଆଣିବ। ସମସ୍ତ ବେକାର ଯୁବକ ଯୁବତୀଙ୍କୁ ଚାକିରି ଗ୍ୟାରେଣ୍ଟି ମିଳିବ। ସରକାରଙ୍କୁ କେହି ଚାକିରି ମାଗିଲେ ନିଶ୍ଚିତ ଚାକିରି ମିଳିବ। ଚାକିରି ମାଗିବା କ୍ଷଣି ବର୍ଷକ ପାଇଁ ଆପ୍ରେଣ୍ଟିସିପ୍ ଦିଆଯିବ। ଦେଶର କୋଟି କୋଟି ଲୋକଙ୍କୁ ଲକ୍ଷପତି କରିବ କଂଗ୍ରେସ। 

ସୂଚନାନୁଯାୟୀ, ସ୍ଵତନ୍ତ୍ର ବିମାନ ଯୋଗେ ଭୁବନେଶ୍ଵର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିଥିଲେ ରାହୁଲ। ଏଠାରୁ ସିଧାସଳଖ ଭାବେ ସତ୍ୟଭାମାପୁର ଯାଇଥିଲେ। ସେଠାରେ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଜନ୍ମପୀଠ ବୁଲି ଦେଖିଥିଲେ। ଏହାପରେ ସାଲେପୁରରେ ଆୟୋଜିତ ଜନସଭାରେ ଯୋଗ ଦେଇଛନ୍ତି। 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.