ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରଥଖଳା ହାଲ୍‌ଚାଲ୍..ଦଣ୍ଡା ସହ ମୁହାଁଟରେ ବିନ୍ଧ ଅନୁକୂଳ, ମା’ ଚର୍ଚ୍ଚିକାଙ୍କୁ ଲାଗି ପରେ ପଣା ବଣ୍ଟନ

ପୁରୀ,୦୭/୦୬: ରଥ ନିର୍ମାଣ ପ୍ରକ୍ରିୟାରେ ଗୁରୁବାର ଥିଲା ବ୍ୟସ୍ତବହୁଳ ଦିନ । ମୁଖ୍ୟ ବିଶ୍ୱକର୍ମା ମୁହାଁଟରେ ବିନ୍ଧ ଅନୁକୂଳ କରିବା ସହ ବଡ଼ଦାଣ୍ଡରେ ରଥର ଦଣ୍ଡା ଅନୁକୂଳ ହୋଇଥିଲା । ପୁଣି ଯନ୍ତା ଗାଡ଼ରେ ପଡ଼ି ତିନି ରଥର ଶେଷ ସିଙ୍ଗଡ଼ା ପ୍ରସ୍ତୁତ ହୋଇଛି । ଭୋଇ ସେବକମାନେ ୪୨ ତୁମ୍ବରେ ୬୭୨ ଅର ଫିଟିଂ ସାରିଛନ୍ତି । ଏଥିସହ ରଥ ନିର୍ମାଣ ଅନୁଧ୍ୟାନ କମିଟିର ସଦସ୍ୟମାନେ ରଥ ଖଳାରେ ବୁଲି କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି । 

ପ୍ରଥମେ ମାହାର୍ଦ୍ଦ ଓ ଶ୍ରୀଫଳ ଦେଇ ମୁଖ୍ୟ  ବିଶ୍ୱକର୍ମା ଦଣ୍ଡା କାର୍ଯ୍ୟ ଅନୁକୂଳ କରିଥିଲେ । ୫  ଦଣ୍ଡାରୁ ହଣା ଆରମ୍ଭ ହୋଇଛି । ତାଳଧ୍ୱଜ ଓ  ନନ୍ଦିଘୋଷ ରଥର ୯ ଲେଖାଏଁ ଦଣ୍ଡା ରହିଥିବା  ବେଳେ ଦେବଦଳନ ରଥର ୭ଦଣ୍ଡା । ଦଣ୍ଡା ହେଉଛି  ରଥର ଚେସିସ୍‌ (ମୂଳଦୁଆ) । ଦଣ୍ଡା ଉପରେ  ଗରଗରା ରହିବ । ଗରଗରା ଉପରେ ଚାରି ନାହାକା  ଉଠିବ । ଏହାପରେ ରଥ ଉପରି ଭାଗ କାମ ଚାଲିବ । 

ଭୋଇ ସର୍ଦ୍ଦାର ରବି ଭୋଇଙ୍କ ନେତୃତ୍ୱରେ ୪୨  ସିଙ୍ଗଡ଼ା ପ୍ରସ୍ତୁତ ସରିଛି । ଗୁରୁବାର ଯନ୍ତାଗାଡ଼ରେ ପଡ଼ି ରଥ ତ୍ରୟର ଶେଷ ତିନୋଟି ଚକର ସିଙ୍ଗଡ଼ା (ତୁମ୍ବ  ସଂଯୁକ୍ତ ଅର) ପ୍ରସ୍ତୁତ ହେଲା । ପରମ୍ପରା ଅନୁସାରେ ଶେଷ ତିନିଟି ତୁମ୍ବରେ ୪୮ ଟି ଅର ଏକତ୍ର  ଭୁଞ୍ଜାଯାଏ । ସେଥିରେ ଅର କଣ୍ଟା ପିଟା ସରିଛି । ରଥ  ତ୍ରୟର ଶେଷ ଚକ ଏକା ସମୟରେ ପ୍ରସ୍ତୁତ ହେବାର  ପରମ୍ପରା ରହିଛି । ସିଙ୍ଗଡ଼ା ପ୍ରସ୍ତୁତ ପରେ ରଥଖଳାର ଅଧିଷ୍ଠାତ୍ରୀ ମା’ ଚର୍ଚ୍ଚିକାଙ୍କୁ ପଣା ଭୋଗ ଅର୍ପଣ କରାଯାଇ ନିର୍ମାଣକାରୀଙ୍କ ଭିତରେ ବଣ୍ଟା ଯାଇଛି । ଏହାପରେ ଯନ୍ତାଗାଡ଼ ବୁଜା ହେବ । ରଥ ଖଳାରେ ବିଲେଇ ବାଡ଼ିଆ ପ୍ରକ୍ରିୟାରେ ସିଙ୍ଗଡ଼ାରେ ପହି ପିନ୍ଧା  ଯାଇ ଏକକାଳୀନ ତିନି ରଥର ଶେଷ ଚକ ସରିବ । 

ମୁଖ୍ୟ ବିଶ୍ୱକର୍ମା ମୁହାଁଟରେ ବିନ୍ଧ ଅନୁକୂଳ  ପରେ ନିପୁଣ କାରିଗରମାନେ ବିନ୍ଧ ଖୋଦେଇ  କଲେ । ଦଣ୍ଡାରେ ଲାଗିବ ମୁହାଁଟି । ଗୋଟିଏ ମୁହାଁଟରେ ୫ଟି ବିନ୍ଧ କରାଯାଉଛି । ଏହିଭଳି ପ୍ରତି  ରଥରେ ଦୁଇଟି ଲେଖାଏଁ ମୁହାଁଟରେ ୫ଟି କରି  ୧୦ଟି ବିନ୍ଧ ହେବ । ୫ଦଣ୍ଡାର ଆଗରେ ପଛରେ  ମୁହାଁଟ ସଂଯୁକ୍ତ ହେବ । ଏହାଦ୍ୱାରା ରଥର ଚେସିସ୍‌  ମଜଭୁତ୍‌ ହେବ । ରଥ ଖଳାରେ କୋଣଗୁଜରେ ଅଳଙ୍କରଣ କାର୍ଯ୍ୟ ଜାରି ରହିଛି । ରୂପକାର ସେବକଙ୍କ  ଦ୍ୱାରା ସିଂହବିରାଳ ମୂର୍ତ୍ତି ଖୋଦେଇ ଚାଲିଛି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.