ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କଏନ ରଖି ଭୁଲି ଗଲେ ରୋହିତ, ଖୋଜା ଖୋଜି ପରେ ପକେଟରୁ ବାହାରିଲା, ଭାଇରାଲ୍ ହେଉଛି ମଜାଦାର୍ ଭିଡିଓ

ନୂଆଦିଲ୍ଳୀ ୧୦/୦୬: ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର ସବୁଠୁ ବଡ଼ ମ୍ୟାଚ୍‌ ।  ବର୍ଷା ମ୍ୟାଚ୍‌ରେ ବାଧକ ସାଜିଥିଲା । ପାଗ  ଭଲ ହେବା ପରେ ଟସ୍‌ ପଡ଼ିଥିଲା । ରୋହିତ  ଶର୍ମା ଓ ବାବର ଆଜାମ ଟସ୍‌ ପକାଇବା ନେଇ  କ୍ରିଜ ପାଖରେ ଛିଡ଼ା ହୋଇଥାନ୍ତି । ରୋହିତ  କଏନ ପକାଇବେ । କିନ୍ତୁ କଏନ କାହିଁ? କିଛି  ସମୟ ଖୋଜା ଖୋଜି ପରେ ପରେ ଶେଷରେ ରୋହିତ ନିଜ ପକେଟରୁ କଏନ ବାହାର କରିଥିଲେ । ପରସ୍ପରକୁ ଅନାଇ ସମସ୍ତେ  ହସି ଥିଲେ । ରୋହିତ  ସେମିତି ବଡ଼  ଇନିଂସ ଖେଳି ପାରିନଥିଲେ । ସେ ମାତ୍ର  ୧୩ ରନ୍‌ କରି ପାଭିଲିୟନ ଫେରିଥିଲେ।




ନାସାଉ କାଉଣ୍ଟି  ଅନ୍ତର୍ଜାତୀୟ କ୍ରିକେଟ୍‌ ଷ୍ଟାଡିୟମରେ ୩୦  ହଜାରରୁ ଊଦ୍ଧ୍ୱର୍ ଦର୍ଶକଙ୍କ କୋଳାହଳରେ  ଫାଟି ପଡ଼ୁଥିଲା ନ୍ୟୁୟର୍କ ସହର । ଖେଳ  ଯେତେବେଳେ ନିର୍ଣ୍ଣାୟକ ମୋଡ଼ ନେଲା, ପାକିସ୍ତାନୀ ଦର୍ଶକ ନିରବ ହୋଇଯାଇଥିଲେ । ତ୍ରିରଙ୍ଗା ଫର ଫର ହୋଇ ଉଡ଼ୁଥିଲା, ଭାରତ..ଭାରତ.. ଧ୍ୱନିରେ ଷ୍ଟାଡିୟମର  ଆକାଶ ଫାଟି ପଡ଼ୁଥିଲା । ଶେଷରେ ଭାରତ ଅକଳ୍ପନୀୟ ବିଜୟ ହାସଲ କଲା । ପାକିସ୍ତାନ  ୬ ରନ୍‌ରେ ପରାଜିତ ହୋଇ ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ କ୍ରମାନ୍ୱୟରେ ଦ୍ୱିତୀୟ  ପରାଜୟର ସାମ୍ନା କଲା । 

ପ୍ରଥମ ମ୍ୟାଚ୍‌ରେ ଦୁର୍ବଳ ଆମେରିକା  ଠାରୁ ସୁପର ଓଭରରେ ପରାସ୍ତ ହୋଇଥିଲା  ପାକିସ୍ତାନ । କିନ୍ତୁ ଭାରତ ଠାରୁ ଆଜିର  ମ୍ୟାଚ୍‌ ଜିତିଥିଲେ ହୁଏତ ପାକ୍‌ ପ୍ରଶଂସକ  ଦଳକୁ ମାଫ୍‌ କରିଦେଇଥାନ୍ତେ । ସୁନ୍ଦର  ବୋଲିଂ କରିଥିଲେ, କିନ୍ତୁ ବ୍ୟାଟର ଭାରତୀୟ  ବୋଲରଙ୍କ ଯାଦୁକରୀ ଫାସରେ ଛନ୍ଦି  ହୋଇଗଲେ ।  

ଯଶପ୍ରୀତ ବୁମରା ଯେଉଁଭଳି ଅଗ୍ନିବର୍ଷୀ  ବୋଲିଂ କଲେ, ତାହାକୁ ସାମ୍ନା କରିବା ପାକ୍‌  ବ୍ୟାଟରଙ୍କ ପକ୍ଷେ ଅସମ୍ଭବ ଥିଲା । ସୀମିତି  (୧୨୦) ବିଜୟ ଲକ୍ଷ୍ୟକୁ ଶେଷରେ ଦଳ  ପିଛା କରି ୭/୧୧୩ ରନ୍‌ରେ ଅଟକି ଗଲା ।  ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଅର୍ଶଦୀପ ସିଂ ଯେଉଁଭଳି  ବୋଲିଂ କଲେ ପାକିସ୍ତାନୀ ପ୍ରଶଂସକ ପୂରା  ବାକ୍‌ ଶୂନ୍ୟ ହୋଇଯାଇଥିଲେ । 

ଶେଷରେ ପାକିସ୍ତାନ ପରାସ୍ତ ହେଲା ।  ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଭାରତର ଏହା  ପାକିସ୍ତାନ ବିପକ୍ଷରେ ସପ୍ତମ ବିଜୟ ଥିଲା ।  ୨୦୦୭ (୨ ଥର), ୨୦୧୨, ୨୦୧୪, ୨୦୧୬  , ୨୦୨୨ ଏବଂ ୨୦୨୪ରେ ଭାରତ ବିଜୟୀ  ହୋଇଛି । କେବଳ ୨୦୨୧ ସଂସ୍କରଣରେ  ପାକିସ୍ତାନ ବିଜୟୀ ହୋଇଥିଲା । ବୁମରା ୧୪ ରନ୍‌ ଦେଇ ୩ଟି, ହାର୍ଦ୍ଦିକ  ୨୪ ରନ୍‌ ଦେଇ ୨ଟି ଏବଂ ଅର୍ଶଦୀପ ୩୧  ରନ୍‌ ଦେଇ ଏକ ୱିକେଟ୍‌ ହାସଲ କରିଥିଲେ ।  ଅକ୍ଷର ପଟେଲ ମଧ୍ୟ ଗୋଟିଏ ୱିକେଟ୍‌  ପାଇଥିଲେ । ଏହି ମ୍ୟାଚ୍‌ରେ ଭାରତ ପ୍ରଥମେ  ବ୍ୟାଟିଂ କରି ୧୯ ଓଭରରେ ସମସ୍ତ ୱିକେଟ୍‌  ହରାଇ ୧୧୯ ରନ୍‌ କରିଥିଲା । ରିଷଭ ପନ୍ତଙ୍କ  ୪୨ ରନ୍‌ର ଯୋଗଦାନ ଦଳ ପାଇଁ ବେଶ  ଗୁରୁତ୍ୱପୂର୍ଣ୍ଣ ରହିଥିଲା ।  

 ପରାଜୟ ପରେ ପାକିସ୍ତାନ  ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହେବା ନେଇ  ଆଶଙ୍କା ଦେଖା ଦେଇଛି । ଆମେରିକା ଯଦି ଆଉ  ଗୋଟିଏ ମ୍ୟାଚ୍‌ ଜିତିବାରେ ସଫଳ ହେଉଛି,  ତେବେ ପାକିସ୍ତାନ ବିଦାୟ ନେବା ନିଶ୍ଚିତ ।

  • PrameyaOdia
  • prameya
  • T-20 World Cup
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.