ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଅକ୍ଷରା ସିଂହଙ୍କ ଶୋରେ ଜୋରଦାର ହଙ୍ଗାମା, ସ୍ଥିତି ନିୟନ୍ତ୍ରଣ କରିବାକୁ ପୁଲିସର ଲାଠି ଚାର୍ଜ

ନୂଆଦିଲ୍ଲୀ,୨/୨  : ଭୋଜପୁରୀ କ୍ବିନ ଅକ୍ଷରା ସିଂହଙ୍କ ଶୋରେ ଜୋରଦାର ହଙ୍ଗାମା । ଅକ୍ଷରା ଗୁରୁବାର ୟୁପିର ସିଦ୍ଧାର୍ଥନଗରରେ ଏକ ଇଭେଣ୍ଟରେ ପରଫର୍ମ କରିବାକୁ ପହଞ୍ଚିଥିଲେ । ଭୋଜପୁରୀ ଅଭିନେତ୍ରୀଙ୍କୁ ଦେଖିବା ଲାଗି ସେଠାରେ ବହୁ ଭିଡ଼ ଜମିଥିଲା । ଶୋ ସମୟରେ ଦର୍ଶକ ବେକାବୁ ହୋଇ ଶତାଧିକ ଚେୟାର ଭାଙ୍ଗି ଦେଇଛନ୍ତି । ଏଭଳି ସ୍ଥଳେ ଭିଡ଼କୁ ନିୟନ୍ତ୍ରଣ କରିବାକୁ ପୋଲିସକୁ ଲାଠିଚାର୍ଜ କରିବାକୁ ପଡ଼ିଥିଲା ।

ଅକ୍ଷରା ସିଂହ ଭୋଜପୁରୀ ସିନେମାର ଲୋକପ୍ରିୟ ଏବଂ ସୁନ୍ଦର ଅଭିନେତ୍ରୀ ଅଟନ୍ତି । ଦିନକୁ ଦିନ ତାଙ୍କର ଲୋକପ୍ରିୟତା ଆକାଶଛୁଆଁ ହେଉଛି । ଏହି କାରଣରୁ ତାଙ୍କର ଏକ ଝଲକ ପାଇବା ପାଇଁ ଫ୍ୟାନ୍ସମାନଙ୍କ ଭିତରେ ନାହିଁ ନ ଥିବା ଉତ୍ସୁକତା ଦେଖିବାକୁ ମିଳୁଛି । ଗୁରୁବାର ସେ ୟୁପିର ସିଦ୍ଧାର୍ଥନଗର ଜିଲ୍ଲାରେ ଚାଲୁଥିବା ୫ଦିବସୀୟ ସିଦ୍ଧାର୍ଥନଗର ମହୋତ୍ସବର ଅନ୍ତିମ ଦିନରେ ଭୋଜପୁରୀ ନାଇଟରେ ପରଫର୍ମ କରିବାକୁ ପହଞ୍ଚିଥିଲେ ।

ଭୋଜପୁରୀ ନାଇଟରେ ଅକ୍ଷରା ସିଂହଙ୍କ କାର୍ଯ୍ୟକ୍ରମ ଦେଖିବା ଲାଗି ହଜାର ହଜାର ଲୋକ ମହୋତ୍ସବରେ ଭାଗ ନେବାକୁ ପହଞ୍ଚିଥିଲେ। ଆଶାଠାରୁ ଅଧିକ ଦର୍ଶକ ପହଞ୍ଚିବା କାରଣରୁ ସେଠାରେ ବସିବାକୁ ଥିବା ବ୍ୟବସ୍ଥା ହଠାତ୍ ବିଗିଡ଼ି ଯାଇଥିଲା । କିଛି ସମୟ ପରେ ଅଭିନେତ୍ରୀ ଜଣଙ୍କ ନିଜର ପରଫର୍ମାନ୍ସ ଦେବାକୁ ଆରମ୍ଭ କରିଦେଇଥିଲେ । କାର୍ଯ୍ୟକ୍ରମ ଆରମ୍ଭ ହେବାର କିଛି ସମୟ ପରେ ପଛରେ ବସିଥିବା ଭିଡ଼ରୁ ନିଜ ନିଜ ଭିତରେ ଝଗଡ଼ା କରିବା ଆରମ୍ଭ କରିଦେଇଥିଲେ । ଲୋକମାନେ ରାଗି ଯାଇ ଚେୟାର ଭାଙ୍ଗିବାକୁ ଲାଗିଥିଲେ ।

କାର୍ଯ୍ୟକ୍ରମରେ ଧିରେ ଧିରେ ସ୍ଥିତି ବିଗିଡ଼ିବାକୁ ଲାଗିଥିଲା । ଏହାକୁ ଦେଖି ସ୍ଥିତି ସୁଧାରିବାକୁ ଅକ୍ଷରା ଲୋକମାନଙ୍କୁ ଅପିଲ କରିଥିଲେ । ମାତ୍ର ଲୋକମାନେ ଅଭିନେତ୍ରୀଙ୍କ କଥା ବିଲକୁଲ୍ ଶୁଣିନଥିଲେ ଏବଂ ବାରମ୍ବାର ହଙ୍ଗାମା କରିବାକୁ ଲାଗିଥିଲେ । ଏହାପରେ ସ୍ଥିତିକୁ ସମ୍ଭାଳିବାକୁ ପୁଲିସ କର୍ମୀଙ୍କୁ ଲାଠିଚାର୍ଜ କରିବାକୁ ପଡ଼ିଥିଲା ।

ସୂଚନା ଅନୁଯାୟୀ, ଏହା ପ୍ରଥମ ଥର ନୁହେଁ ଯେତେବେଳେ ଅକ୍ଷରାଙ୍କ ଇଭେଣ୍ଟରେ ହଙ୍ଗାମା ହୋଇଛି । ଏହା ପୂର୍ବରୁ ବି ତାଙ୍କର କେତେକ କାର୍ଯ୍ୟକ୍ରମରେ ଏଭଳି ମାହୋଲ ଦେଖିବାକୁ ମିଳି ସାରିଛି । କିଛି ଦିନ ପୂର୍ବରୁ ବି ସେ ପାଟଣାରେ ଏକ ଇଭେଣ୍ଟରେ ଭାଗ ନେଇଥିଲେ, ଯେଉଁଠାରେ ତାଙ୍କୁ ଦେଖିବା ଲାଗି ଭିଡ଼ ଜମିଯାଇଥିଲା । ଏହାପରେ ସେଠାରେ ବି ପୋଲିସକୁ ଲାଠିଚାର୍ଜ କରି ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ପଡ଼ିଥିଲା । ଯେଉଁଥିରେ କିଛି ଦର୍ଶକ ଏବଂ ପୁଲିସ କର୍ମୀ ଆହତ ହୋଇଥିଲେ ।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.