ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପୁଣି ଶକ୍ତିଶାଳୀ ହେଲା ୟୁକ୍ରେନ୍, ଋଷର ତୈଳ ବିଶୋଧନାଗାର ଓ ଇନ୍ଧନ ଡିପୋକୁ ଡ୍ରୋନ୍‌ରେ ଉଡାଇଲା

ନୂଆଦିଲ୍ଲୀ,୬।୬: ଋଷ-ୟୁକ୍ରେନ୍ ଯୁଦ୍ଧକୁ ୨ ବର୍ଷରୁ ଅଧିକ ସମୟ ବିତିସାରିଛି। ଏପର୍ଯ୍ୟନ୍ତ ଅସ୍ତ୍ରଶସ୍ତ୍ରର ଅଭାବ କାରଣରୁ ୟୁକ୍ରେନ୍‌ ଋଷଠାରୁ  ଯୁଦ୍ଧରେ ପଛୁଆ ରହିଛି। କିନ୍ତୁ ପାଶ୍ଚାତ୍ୟ ଦେଶର ଅସ୍ତ୍ରଶସ୍ତ୍ର ପ୍ରଦାନ କରିବା ପରେ ୟୁକ୍ରେନ୍ ପୁଣିଥରେ ଯୁଦ୍ଧ ଲଢିବାକୁ ଶକ୍ତି ପଯାଇଛି। ଋଷର ତୈଳ ବିଶୋଧନାଗାର ଓ ଇନ୍ଧନ ଡିପେ ଉପରେ ଡ୍ରୋନ୍ ଆକ୍ରମଣ କରି ଏହାକୁ ଉଡାଇ ଦେଇଛି।  

ଟାର୍ଗେଟ କରାଯାଇଥିବା ଅଞ୍ଚଳର ଅଧିକାରୀମାନେ ଗୁରୁବାର ଏହି ସୂଚନା ଦେଇଛନ୍ତି। ଜେଲେନସ୍କି ଗୁରୁବାର ଫ୍ରାନ୍ସରେ ଡି-ଡେ ସ୍ମରଣୋତ୍ସବରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ସହିତ ବିଶ୍ବର ବହୁ ନେତାଙ୍କ ସହିତ ସାମିଲ ହୋଇଛନ୍ତି। ଶୁକ୍ରବାର ସେ ଫ୍ରାନ୍ସ  ଅଧିକାରୀଙ୍କୁ ଭେଟିବେ। ଋଷ ରାଷ୍ଟ୍ରପତି ବ୍ଲାଡିମିର ପୁଟିନ୍‌ଙ୍କ ଚେତାବନୀର ଗୋଟିଏ ଦିନ ପରେ ଯାତ୍ରା କରିଛନ୍ତି ଜେଲେନସ୍କି।

ପୁଟିନ୍ କହିଥିଲେ ଋଷ  ଅନ୍ୟ ଦେଶକୁ ଲମ୍ବା ଦୂରଗାମୀ ଅସ୍ତ୍ର ଯୋଗାଇପାରେ, ଯାହାଫଳରେ ପାଶ୍ଚାତ୍ୟ ଦେଶ ଉପରେ ଆକ୍ରମଣ କରିହେବ। ଏହି ଧମକ ସେତେବେଳେ ଆସିଥିଲା, ଯେତେବେଳେ ନାଟୋର ସହଯୋଗୀମାନେ କହିଥିଲେ,  ଋଷ ଉପରେ ପାଶ୍ଚାତ୍ୟ ଦେଶର ହତିଆରରେ ୟୁକ୍ରେନ୍ ଆକ୍ରମଣ କରି ପାରିବ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.