ପ୍ରମୂଖ ଖବର
  • ରଥଯାତ୍ରା ଏଂବ ସ୍ନାନ ପୂର୍ଣ୍ଣିମାକୁ ନେଇ ଗୁରୁତ୍ଵପୂର୍ଣ୍ଣ ବୈଠକ ବସିବ, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିବ
  • ||
  • ପଙ୍କରେ ଫସିଲେ ୩ ଦନ୍ତା ହାତୀ, ଖାଦ୍ୟ ଅନ୍ବେଷଣରେ ଆସି ଅଟକି ରହିଛନ୍ତି
  • ||
  • ମୋହନା: ଶଳାକୁ ଗୁଳି କରି ହତ୍ୟା କଲା ଭିଣୋଇ
  • ||
  • ଜମି ବିବାଦକୁ ନେଇ ମାଆ ଓ ଝିଅଙ୍କୁ ଛୁରା ମାଡ଼ ଘଟଣା, ଜେଲ ଗଲା ଅଭିଯୁକ୍ତ ସୂରଜ
  • ||
  • ଭାରତୀୟ ରେଳବାଇ ରଚିଲା ଇତିହାସ, 'ଲିମକା ବୁକ୍ ଅଫ୍ ରେକର୍ଡସ'ରେ ପାଇଲା ସ୍ଥାନ
  • ||
  • କରଞ୍ଜିଆ: ଫେରିଲେ ଝାଡ଼ଖଣ୍ଡି ହାତୀପଲ, ୨୦ରୁ ଊର୍ଦ୍ଧ୍ବ ଗାଁରେ ଭୟର ବାତାବରଣ
  • ||
  • ଅଗ୍ନିକାଣ୍ଡରେ ଜଳିଗଲା ଦୁଇ ବଖରା ଘର, ନିଆଁରେ ପୋଡି ହୋଇ ମହିଳା ଗୁରୁତର
  • ||
  • ଆଜି ଶେଷ ରଜ ଉତ୍ସବ: ସବୁଠି ପିଠା, ମିଠା, ପାନର ଆସର
  • ||
  • ଆଜି ପିତୃ ଦିବସ: ବାପାଙ୍କ ପାଇଁ ଦିନଟିଏ, ବାପା ବିଶ୍ବାସର ବରଗଛ, ଭରଷାର ଭବିଷ୍ୟତ
  • ||
  • ଓଡ଼ିଶାରେ ନାକେଦମ୍ କରୁଛି ତାତି, କାଲିଠୁ ମିଳିବ ଆଶ୍ୱସ୍ତି: ୨୪ ସୁଦ୍ଧା ରାଜ୍ୟରେ ମୌସୁମୀ ବର୍ଷା ସମ୍ଭାବନା
  • ||

'କବୁତର ଯା ଯା' ଗୀତର ଶୁଟିଂ ସମୟରେ କାନ୍ଦିଥିଲେ ସଲମାନ, କହିଲେ ଏମିତି..

ମୁମ୍ବାଇ,୨୫/୫:ବଲିଉଡ ଭାଇଜାନ ସଲମାନ ଖାନ। ତାଙ୍କର ୯୦ ଦଶକର ଚଳଚ୍ଚିତ୍ର 'ମେନେ ପ୍ୟାର କିୟା'ବେଶ୍ ଲୋକପ୍ରିୟତା ହାସଲ କରିଥିଲା । ଏହି ରୋମାଣ୍ଟିକ ଫିଲ୍ମରେ ସଲମାନଙ୍କ ସହ ଅଭିନେତ୍ରୀ ଭାଗ୍ୟଶ୍ରୀ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଫିଲ୍ମଟି ବକ୍ସ ଅଫିସରେ ସୁପର ହିଟ ହୋଇଥିଲା। ତେବେ ଫିଲ୍ମର ହିଟ ଗୀତ 'କବୁତର ଯା ଯା' ଶୁଟିଂ ସମୟରେ ଭାବ ବିହ୍ବଳ ହୋଇଥିଲେ ସଲମାନ । ଯାହାକୁ ନେଇ ଅଭିନେତା ନିକଟରେ ହେଲୋ ଇଣ୍ଡୋ ଆରବୀୟ ସହ ଏକ ସାକ୍ଷାତକାରରେ କହିଛନ୍ତି ।

୧୯୮୯ରେ ରିଲିଜ ହୋଇଥିବା 'ମେନେ ପ୍ୟାର କିୟା' ତାଙ୍କର ପ୍ରିୟ ଚଳଚ୍ଚିତ୍ର ମଧ୍‌ୟରୁ ଅନ୍ୟତମ ଥିଲା । ସେତେବେଳେ ସେ ମାତ୍ର ୨୩ ବର୍ଷର ହୋଇଥିଲେ । ତେଣୁ 'କବୁତର ଯା ଯା' ଗୀତର ସୁଟିଂ ସମୟ ତାଙ୍କ ପାଇଁ ସ୍ମରଣୀୟ ଥିଲା । ସେହି ସମୟରେ ସେ ଅନୁଭବ କରିଥଲେ ଯେ ଏହି ରୋଲ କେବଳ ତାଙ୍କ ପାଇଁ। ଏଥିପାଇଁ ବଡ ଚଳଚ୍ଚିତ୍ରର ମଧ୍ୟ ଅଭିନୟ କରିପାରିବାର ଆତ୍ମବିଶ୍ବାସ ଜାଗ୍ରତ ହୋଇଥିଲା। ଯାହାକୁ ନେଇ ତାଙ୍କ ଆଖିରେ ଖୁସିର ଲୁହ ତାଙ୍କ ଆଖିରେ ଆସିଥିବା କହିଥିଲେ ଅଭିନେତା। 

ସୁରଜ ବରଯାତ୍ୟାଙ୍କ ନିର୍ଦ୍ଦେଶିତ ଫିଲ୍ମ  'ମେନେ ପ୍ୟାର କିୟା' ଫିଲ୍ମରେ ଅଭିନୟ କରିବାକୁ ସଲମାନଙ୍କୁ ଅନେକ ଅଡିସନ ଦେବାକୁ ପଡିଥିଲା। ଏହି ଚଳଚ୍ଚିତ୍ର  ଗୀତଗୁଡିକର ଆଜି ମଧ୍ୟ ଲୋକପ୍ରିୟତା ରହିଛି। ୫୮ ବର୍ଷ ବୟସରେ ଅଭିନେତା ଆଜି ବି ଗୋଟେ ପରେ ଗୋଟେ ହିଟ ଫିଲ୍ମ ଦଉଛନ୍ତି । ନିଜର ଅଭିନୟ ମାଧ୍ୟମରେ ସମସ୍ତଙ୍କ ହୃଦୟରେ ରାଜ କରୁଛନ୍ତି ଅଭିନେତା । ସଲମାନଙ୍କୁ ଶେଷଥର ପାଇଁ  'ଟାଇଗର ୩'ରେ ଦେଖିବାକୁ ମିଳିଥିଲା । ତାଙ୍କୁ ଆଗାମୀ ଫିଲ୍ମ ସିକନ୍ଦରରେ ଦେଖିବାକୁ ମିଳିବ । ଯହାର ନିର୍ଦ୍ଦେଶନା ଦେଉଛନ୍ତି ଏଆର ମୁରଗଦାସ । ଏହି ଫିଲ୍ମ ଆସନ୍ତା ବର୍ଷ ଇଦ ଅବସରରେ ରିଲିଜ ହେବ । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.