ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଦେଶଦ୍ରୋହ ମାମଲାରେ ଶରଜିଲ୍ ଇମାନଙ୍କୁ ଜାମିନ୍, ଆସାମ ଓ ଉତ୍ତର ପୂର୍ବକୁ ଦେଶରୁ ଅଲଗା କରିବାର ଦେଇଥିଲେ ଧମକ

ନୂଆଦିଲ୍ଲୀ,୨୯।୫: ଦିଲ୍ଲୀ ଦଙ୍ଗା ଓ ଦେଶଦ୍ରୋହ ମାମଲାରେ ଜେଏନ୍‌ୟୁର ପୂର୍ବତନ ଛାତ୍ର ନେତା ଶର୍‌ଜିଲ୍‌ ଇମାମଙ୍କୁ ମିଳିଲା ଜାମିନ୍‌। ଦିଲ୍ଲୀ ହାଇକୋର୍ଟ ବୁଧବାର ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ହେଟ୍‌ ସ୍ପିଚ୍‌ ଦେବା ମାମଲାରେ ଶରଜିଲ୍‌କୁ ଗିରଫ କରାଯାଇଥିଲା।  ପ୍ରାୟ ସାଢ଼େ ଚାରି ବର୍ଷ ପରେ ଶରଜିଲ୍‌ଙ୍କୁ ଜାମିନ ମିଳିଛି।

୧୩ ଡିସେମ୍ବର ୨୦୧୯ ରେ ଜାମିଆ ଇସଲାମିଆ ଓ ୧୬ ଡିସେମ୍ବର ୨୦୧୯ ରେ ଆଲିଗଡ ମୁସଲିମ୍ ବିଶ୍ବବିଦ୍ୟାଳୟରେ ଦେଇଥିବା ନିଜ ଭାଷଣକୁ ନେଇ ବିବାଦର ପରିସକୁ ଆସିଥିଲେ। ଆସାମ ଓ ଉତ୍ତରପୂର୍ବକୁ ଦେଶରୁ କାଟି ଅଲଗା କରିବାର ସେ ଧମକ   ଦେଇଥିଲେ। ଯାହାକୁ ନେଇ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଶରଜିଲ ବିରୋଧରେ ଦେଶର ବିଭିନ୍ନ ସ୍ଥାନରେ ଦେଶଦ୍ରୋହ ମାମଲା ରୁଜୁ ହୋଇଥିଲା। ଏହାପରେ ୨୦୨୦ ଜାନୁଆରୀ ୨୮ରେ ଶରଜିଲକୁ ଦିଲ୍ଲୀ କ୍ରାଇମବ୍ରାଞ୍ଜ ବିହାରର ଜେହେନାବାଦଠାରୁ ଗିରଫ କରିଥିଲା। ତାଙ୍କୁ ଏହି ମାମଲାରେ ୭ ବର୍ଷର ଜେଲ ଦଣ୍ଡାଦେଶ ମିଳିଥିଲା। ତେବେ ଏଥିରୁ ସାଢ଼େ ୪ ବର୍ଷ ସେ ଜେଲ୍‌ରେ କାଟି ସାରିଛନ୍ତି। ଏହାକୁ ଆଧାର କରି ସେ ଜାମିନ ଅବେଦନ କରିଥିଲେ। 

ଫେବ୍ରୁଆରୀ ମାସରେ ଦିଲ୍ଲୀର କଡକଡଡୁମା କୋର୍ଟ ଶରଜିଲଙ୍କୁ ଆଇନଗତ ଜାମିନ ଦେବାକୁ ମନା କରିଦେଇଥିଲେ। ଏହି ରାୟକୁ ଚ୍ୟାଲେଞ୍ଜ କରି ସେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ନ୍ୟାୟମୂର୍ତ୍ତି ସୁରେଶ କୁମାର କେତ ଓ ନ୍ୟାୟମୂର୍ତ୍ତି ମନୋଜ ଜୈନଙ୍କ ଖଣ୍ଡପୀଠ ବୁଧବାର ଦୁଇ ପକ୍ଷର ଯୁକ୍ତି ଶୁଣିବା ପରେ ଶରଜିଲ୍‌ଙ୍କୁ ଜାମିନ୍ ପ୍ରଦାନ କରିଥିଲେ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.