ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସରିଲା ଶ୍ରୀମନ୍ଦିର ନାଟମଣ୍ଡପ ମରାମତି, ଫାଟ ସ୍ଥାନରେ ଦିଆଗଲା ଷ୍ଟେନଲେସ ଷ୍ଟିଲ ଭାରା

ପୁରୀ,୨୩/୦୩: ଶ୍ରୀମନ୍ଦିର ନାଟମଣ୍ଡପ ମରାମତି ଶେଷ ହୋଇଛି । ନିର୍ଦ୍ଧାରିତ ସମୟ ପୂର୍ବରୁ ନାଟମଣ୍ଡପରେ ସୃଷ୍ଟି ଫାଟ ମରାମତି କରାଯିବା ସହ ଷ୍ଟେନଲେସ ଷ୍ଟିଲ ଭାରା ଦିଆଯାଇଛି । ଏନେଇ ଏଏସ୍‌ଆଇ ପୁରୀ ସର୍କଲ ଅଧିକାରୀ ସୂଚନା ଦେଇଛନ୍ତି । ଏହା ପରେ ରତ୍ନଭଣ୍ଡାର ମରାମତିକୁ ପ୍ରାଥମିକତା ଦିଆଯିବ ବୋଲି ସେ କହିଛନ୍ତି । 

ସୂଚନା ଥାଉକି, ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଶ୍ରୀମନ୍ଦିର ପ୍ରଶାସନ ଓ ଏଏସ୍‌ଆଇ ନାଟମଣ୍ଡପ ମରାମତିକୁ ଗୁରୁତ୍ୱ ଦେଇଥିଲେ । ନାଟମଣ୍ଡପ ମରାମତି ନିମନ୍ତେ ଗତ ମାସ ୨୩ ତାରିଖରୁ ଚଳିତ ମାସ ୧୯ ତାରିଖ ପର୍ଯ୍ୟନ୍ତ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ହୋଇଥିଲା । ପ୍ରତିଦିନ ଦିନ ଗୋଟାଏରୁ ସନ୍ଧ୍ୟା ୭ ପର୍ଯ୍ୟନ୍ତ ଏଏସ୍‌ଆଇକୁ ମରାମତି କାମ କରିବାକୁ ସ୍ୱତନ୍ତ୍ର ସମୟ ଦିଆଯାଇଥିଲା । ତେବେ ଏହି ସମୟଠାରୁ ସାମାନ୍ୟ ବିଳମ୍ବ ହୋଇଥିଲେ ହେଁ ମରାମତି କାମ ସରିଛି । 

୨୦୧୭ରେ ଏଏସ୍‌ଆଇ ଏହି କାମ ହାତକୁ ନେଇଥିଲା । ମାତ୍ର କାମ କରିନଥିଲା । ଏନେଇ ମାମଲା ହାଇକୋର୍ଟକୁ ଯାଇଥିଲା । ହାଇକୋର୍ଟ ଏଏସ୍‌ଆଇ ଓ ଶ୍ରୀମନ୍ଦିର ପ୍ରଶାସନ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ । ତୁରନ୍ତ କାମ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ । ନାଟମଣ୍ଡପରେ ଫାଟ ଯୋଗୁଁ ପାଣି ଗଳିବା ସହ ଏହି ପୁରାତନ ଐତିହ୍ୟ କୀର୍ତ୍ତିରାଜି ଉପରେ ବିପଦ ବଢ଼ିଥିଲା । ସେପଟେ ନାଟମଣ୍ଡପ ସଂଲଗ୍ନ ରତ୍ନଭଣ୍ଡାର କାନ୍ଥର ଫାଟ ହୋଇଥିବା ଏଏସ୍‌ଆଇ ସୁପରିଣ୍ଟେଣ୍ଡେଣ୍ଟ କହିଛନ୍ତି । 


  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.