ପ୍ରମୂଖ ଖବର
  • ସିଂହଦ୍ବାର ସମ୍ମୁଖରେ ଲାଗିଲା ତିନି ରଥ, ଗୁଣ୍ଡିଚା ଯାତ୍ରା ସାରି ବାହୁଡ଼ିଲେ ଶ୍ରୀଜିଉ
  • ||
  • ପୁରୀ: ନବଦିନାତ୍ମକ ଯାତ୍ରା ସାରି ବାହୁଡିବେ ନୀଳାଦ୍ରିନାଥ, ବାହୁଡ଼ାଦିଅଁଙ୍କ ପହଣ୍ଡି ବିଜେ
  • ||
  • ସୁନ୍ଦରଗଡ଼: ପ୍ରେମ କଳିକୁ ନେଇ ଡବଲ ମର୍ଡର, ପ୍ରେମିକା ଓ ତାର ସହପାଠୀକୁ ଛୁରୀ ଭୁସି ହତ୍ୟା କଲା ଡ୍ରାଇଭର୍ ପ୍ରେମିକ
  • ||
  • ଭୁବନେଶ୍ୱର: କଳାଭୂମି ନିକଟରେ ବୃଦ୍ଧଙ୍କ ଉପରେ ମାଡିଗଲା ବାଲି ବୋଝେଇ ଟ୍ରକ୍‌, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ୱିମ୍ବଲଡନ ଟାଇଟଲ ଲଢ଼େଇ: ଭେଟେରାନ ଜୋକୋଭିକଙ୍କୁ ହରାଇ କାର୍ଲୋସ ଅଲକାରାଜ ଚାମ୍ପିଅନ୍
  • ||
  • ସୋମବାରଠୁ ସିବିଏସ୍‌ଇ ସପ୍ଲିମେଣ୍ଟାରୀ ପରୀକ୍ଷା, ଉଭୟ ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀ ଦେବେ ଏକ୍ସଜାମ୍
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ: ଆଜି ଦକ୍ଷିଣ- ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଜନ୍ମବେଦିରୁ ଶ୍ରୀମନ୍ଦିରକୁ ବାହୁଡିବେ ଚତୁର୍ଦ୍ଧାମୂର୍ତ୍ତି: ୧୨ଟାରେ ପହଣ୍ଡି, ୪ଟାରେ ରଥ ଟଣା
  • ||

ସିଂହ ରାଶିରେ ପ୍ରବେଶ କରୁଛନ୍ତି ଶୁକ୍ର, ଏହି ରାଶିଧାରକ ହେବେ ମାଲେମାଲ୍…

ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶୁକ୍ର ଗ୍ରହ ଧନ, ଏଶ୍ବର୍ଯ୍ୟ, ସୁଖ-ସମ୍ପତ୍ତି ଏବଂ ଶୁଖି ବୈବାହିକ ଜୀବନର କାରକ ବୋଲି ବିବେଚନା କରାଯାଏ । ଜୁଲାଇ ମାସରେ ଶୁକ୍ର ଗ୍ରହ ଦୁଇଥର ରାଶି ପରିବର୍ତ୍ତନ କରିବେ । ଦୃକ ପଞ୍ଚାଙ୍ଗ ଅନୁସାରେ ଶୁକ୍ର ଗ୍ରହ ୩୧ ଜୁଲାଇ ୨୦୨୪ ଦ୍ବିପ୍ରହର ୨ ଟା ୪୦ ମିନିଟ୍‌ରେ କର୍କଟ ରାଶିରୁ ସିଂହ ରାଶିରେ ପ୍ରବେଶ କରିବେ । ସିଂହ ରାଶିରେ ଶୁକ୍ରଙ୍କ ପ୍ରବେଶ କିଛି ରାଶିଙ୍କୁ ବହୁତ ଶୁଭ ଫଳ ଦେବ । ଆର୍ଥିକ ସ୍ଥିତି ମଜବୁତ୍ ହେବ । ଧନ-ସମ୍ପଦ ବୃଦ୍ଧି ଯୋଗ ବନିବ । ମା’ ଲକ୍ଷ୍ମୀଙ୍କ କୃପାରୁ ଧନ ଆଗମନର ରାସ୍ତା ପ୍ରଶସ୍ତ ହେବ । ଭୌତିକ ସୁଖ ସୁବିଧାରେ ଜୀବନ ଅତିବାହିତ କରିବେ । 

ବୃଷ ରାଶି : ଶୁକ୍ରର ଗୋଚର ବୃଷ ରାଶି ଧାରକଙ୍କ ପାଇଁ ବହୁତ ଶୁଭ ଫଳପ୍ରଦ ହେବ । ବ୍ୟବସାୟରେ ଲାଭାନ୍ବିତ ହେବେ । ଆମଦାନୀର ନୂଆ ସ୍ରୋତ ଖୋଲିବ । ବୈବାହିକ ଜୀବନରେ ଖୁସି ଆସିବ । ଭୁମି ଏବଂ ଯାନବାହାନର ସୁଖ ପ୍ରପ୍ତି ହେବ । ଧନ-ଐଶ୍ବର୍ଯ୍ୟରେ ବୃଦ୍ଧି ହେବ । ଚାକିରି ଧାରକଙ୍କ ପାଇଁ ପ୍ରମୋଶନ କିମ୍ବା ଦରମା ବଦ୍ଧି ଘଟିବ । ବ୍ୟବସାୟୀକ ସ୍ଥିତି ସୁଦୃଢ ହେବ । 

ସିଂହ ରାଶି : ଶୁକ୍ରର ଗୋଚରରେ ସିଂହ ରାଶି ଧାରକଙ୍କୁ ଅଧିକ ଫାଇଦା ହେବ । ଚାକିରି-ବ୍ୟବସାୟ କ୍ଷେତ୍ରରେ ଲାଭବାନ ହେବେ । କ୍ୟାରିୟରରେ ବଡ ସଫଳତା ମିଳିବ । ଆତ୍ମବିଶ୍ବାସ ବୃଦ୍ଧି ହେବ । ପୈତୃକ ସମ୍ପତ୍ତିରେ ଧନଲାଭ ହେବ । ରୋଜଗାରର ନୂଆ ବାଟ ଖୋଲିବ । ବୈବାହିକ ଜୀବନର ଅସୁବିଧା ଦୂର ହେବ । ଅବିବାହିତଙ୍କର ବିବାହ ନିଶ୍ଚିତ ହୋଇପାରେ । ଆର୍ଥିକ ମାମଲାରେ ଭାଗ୍ୟ ସହାୟ ହେବ । ଧନର ଅଭାବୀ ଦୂର ହେବ । 

ତୁଳା ରାଶି : ଶୁକ୍ରର ପରିବର୍ତ୍ତନ ତୁଳା ରାଶି ଧାରକଙ୍କ ପାଇଁ କଲ୍ୟାଣକାରୀ ପ୍ରମାଣିତ ହେବ । ଧନର ସ୍ରୋତ ବଢିବ । ଆୟ ବୃଦ୍ଧି ହେବ । ଭୌତିକ ସୁଖ-ସୁବିଧାରେ ଜୀବନ ବିତାଇବେ । ରୋଜଗାର ଦ୍ବିଗୁଣିତ ହେବ । ଚାକିରି ଧାରକଙ୍କ ପ୍ରମୋଶନ କିମ୍ବା ଦରମା ବୃଦ୍ଧି ହେବ । ବ୍ୟାପାରିକ ସ୍ଥିତି ସୁଦୃଢ ହେବ । ସନ୍ତାନ-ସନ୍ତତିରେ ଶୁଭ ଖବର ମିଳିବ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.