ପ୍ରମୂଖ ଖବର
  • କେନ୍ଦୁଝର : ଚୋରା କାଠ ଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ, ୭ ଟ୍ରିପରୁ ଉର୍ଦ୍ଧ୍ଵ କାଠ ଜବତ
  • ||
  • ଯାଜପୁର : ଶୌଚ ହେବାକୁ ଯାଇ କେନାଲରେ ଭାସିଗଲେ ନାବାଳକ
  • ||
  • ଭୁବନେଶ୍ଵର : ୨୭ରେ ବସିବ ନୀତି ଆୟୋଗ ବୈଠକ, ଯୋଗଦେବେ ମୁଖ୍ୟମନ୍ତ୍ରୀ
  • ||

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ରଥଯାତ୍ରା ନୀତି ନିର୍ଘଣ୍ଟ ଉପରେ ବାଜିଲା ମୋହର

ପୁରୀ ୨୫/୦୬ : ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ । ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ରଥଯାତ୍ରା ନୀତି ନିର୍ଘଣ୍ଟ ଉପରେ ବାଜିଲା ମୋହର।

ସୂଚନା ମୁତାବିକ, ମଙ୍ଗଳବାର ପୁରୀ ବଡ଼ଦାଣ୍ଡ ସ୍ଥିତ ନିଳାଦ୍ରୀ ଭକ୍ତ ନିବାସ ଠାରେ ଶ୍ରୀମନ୍ଦିର ପରିଚାଳନା କମିଟିର ବସିଥିଲା ଗୁରୁତ୍ବପୂର୍ଣ୍ଣ ବୈଠକ। ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସପି, ପରିଚାଳନା କମିଟି ସଦସ୍ୟ, ଏ.ଏସ.ଆଇ ଅଧିକାରୀଙ୍କ ସହ ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ। ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ଛତିଶା ନିଯୋଗ ବୈଠକରେ ଅନୁମୋଦିତ ହୋଇଥିବା ନୀତି ନିର୍ଘଣ୍ଟକୁ ମୋହର ମାରିଛି ପରିଚାଳନା କମିଟି। 

୧୯୭୧ ମସିହା  ଭଳି ଚଳିତ ବର୍ଷ ଗୋଟିଏ ଦିନରେ ରଥଯାତ୍ରାର  ଆଦ୍ୟ ପର୍ବ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ  ଶ୍ରୀଗୁଣ୍ଡିଚା ପାଳନ ହେବ । ୧୯୭୧ ମସିହା ଅପେକ୍ଷା  ନୀତିକୁ ଆହୁରି ଶୀଘ୍ର କରାଯିବ ଓ ରଥ ଟଣାଯିବ ।  ଏଥିନିମନ୍ତେ ସୋମବାର ବସିଥିବା ଶ୍ରୀମନ୍ଦିର ନୀତି ସବ୍‌କମିଟି ବୈଠକ ଓ ଛତିଶା ନିଯୋଗ ବୈଠକରେ  ଆଲୋଚନା ହୋଇଛି । ଜୁଲାଇ ୭ ତାରିଖ ଦିନ  ନେତ୍ରୋତ୍ସବ ବନ୍ଦାପନା ପ୍ରତ୍ୟୁଷ ୪ଟାରେ, ସକାଳ  ସାଢ଼େ ୭ଟା ସୁଦ୍ଧା ସେନାପଟା ଲାଗି, ଦିନ ୧୧ଟା  ସୁଦ୍ଧା ରଥ ପ୍ରତିଷ୍ଠା, ଦିନ ୧.୧୦ ସୁଦ୍ଧା ପହଣ୍ଡି ଆରମ୍ଭ  ହୋଇ ସାଢ଼େ ୨ଟା ସୁଦ୍ଧା ଶେଷ କରିବା, ଅପରାହ୍ନ  ୪ଟା ସୁଦ୍ଧା ଛେରା ପହଁରା ଓ ୫ଟା ସୁଦ୍ଧା ରଥ ଟଣା ଆରମ୍ଭ କରିବାକୁ ଆଲୋଚନା ହୋଇଛି । ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ‌ରେ ରଥଯାତ୍ରା ନୀତି ନିର୍ଘଣ୍ଟ ଉପରେ ମୋହର ବାଜିଛି। 

୨୬ ତାରିଖରେ  ଆଇନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରଥଯାତ୍ରା ଦ୍ୱିତୀୟ  ସମନ୍ୱୟ କମିଟି ବୈଠକ ହେବାକୁ ଯାଉଥିବାରୁ  ଶ୍ରୀମନ୍ଦିର ପ୍ରଶାସନ ବିବାଦରେ ରହିଥିବା ଶ୍ରୀଗୁଣ୍ଡିଚା  ନୀତି ନିର୍ଘଣ୍ଟ ଓ ବ୍ୟବସ୍ଥାବଳୀକୁ ଅନୁମୋଦନ  କରିବାକୁ ଲକ୍ଷ୍ୟ ରଖାଯାଇଛି । 

ସୂଚନା ଥାଉକି, ଆସନ୍ତା ମାସ ୭ ତାରିଖରେ  ୧୩ ଦିନିଆ ପକ୍ଷ ପଡ଼ୁଥିବାରୁ ଗୋଟିଏ ଦିନରେ  ମହାପ୍ରଭୁଙ୍କ ଗୁପ୍ତ ନୀତି ସମାପ୍ତ କରି ଶ୍ରୀଗୁଣ୍ଡିଚା କରିବା ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ତେବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀ ଯାଦବ  କହିଛନ୍ତି, ଆଶା ରହିଛି ଚଳିତ ବର୍ଷ ରଥଯାତ୍ରା ପ୍ରଶାସନ ପକ୍ଷରୁ ଭଲଭାବେ କରାଯିବ । ଭକ୍ତମାନେ  କିପରି ଆନନ୍ଦର ସହ ରଥଯାତ୍ରାରେ ସାମିଲ ହୋଇପାରିବେ ସେନେଇ ଚେଷ୍ଟା କରାଯିବ। 


  • Ratha Yatra 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.