ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଏସି ଲଗାଇ ଆରାମ କରୁ କରୁ ଶୋଇ ପଡିଲା ଚୋର, ଆଖି ଖୋଲିବା ପରେ ଆଗରେ ଥିଲା ପୋଲିସ

ଲକ୍ଷ୍ନୌ, ୩। ୬: ଖରା ଦିନରେ ଟିକେ ଥଣ୍ଡା ଜାଗା ପାଇଲେ ନିଦ ଆସିଯାଏ। ହେଲେ ଚୋରି କରିବାକୁ ଯାଇଥିବା ଜଣେ ଚୋର ଏସି ଲଗେଇ ଆରାମରେ ଶୋଇପଡିଲା। ଆଉ ଯେତେବେଳେ ଉଠିଲା ଆଖି ଆଗରେ ଥିଲା ପୋଲିସ। ଘଟଣାଟି ଆଶ୍ଚର୍ଯ୍ୟ ଲାଗୁଛି ନା? କିନ୍ତୁ ବାସ୍ତବରେ ଏମିତି କିଛି ଅଦ୍ଭୁତ ଘଟଣା ଘଟିଛି ଉତ୍ତରପ୍ରଦେଶରେ। 

ସାରା  ଦେଶରେ ପ୍ରବଳ ଗ୍ରୀଷ୍ମ ଲହରୀ। ଧନୀଠାରୁ ନେଇ ଗରିବ ପର୍ଯ୍ୟନ୍ତ ସମସ୍ତେ ଗରମରେ ହେଉଛନ୍ତି ଛଟପଟ। ଏ ଗରମରେ ଟିକେ ଏସିର ହାଓ୍ବା ଦେହ ଓ ମନ ଶାନ୍ତି କରିଦିଏ। ଏଭଳି ମଧ୍ୟ ଜଣେ ଚୋର ସହ ଘଟିଛି। ଚୋରି କରିବାକୁ ଆସି ଏସି ପବନରେ ଆରାମ କରିବା ମହଙ୍ଗା ପଡିଲା। ଏସିରେ ଆରାମ କରୁ କରୁ ଲାଗି ଯାଇଥିଲା ଆଖି। ତା ପରେ ନିଘୋଡ ନିଦରେ ଶୋଇ ପଡିଥିଲା। ହେଲେ ନିଦ ଭାଙ୍ଗିବା ବେଳେ ଆଖି ଆଗରେ ଥିଲା ପୋଲିସ। ଏଭଳି ଏକ ଘଟଣା ଘଟିଛି ଲକ୍ଷ୍ନୌର ଇନ୍ଦିରାନଗର ଅଞ୍ଚଳରେ। ଦେଖିବାକୁ ମିଳିଛି ଜଣେ ଚୋରର ଅଜବ କାରନାମା। ଏହି ଅଞ୍ଚଳରେ ରହୁଥିବା ସୁନୀଲ ପାଣ୍ଡେ ନାମକ ଜଣେ ଡାକ୍ତରଙ୍କ ଘରେ ଚୋରି କରିବାକୁ ପଶିଥିଲା ଏହି ଚୋର। ଘରର ଆଗ ଫାଟକ ଖୋଲି ଘର ଭିତରକୁ ପ୍ରବେଶ କରିଥିଲା ଚୋର। ଭିତରକୁ ପ୍ରବେଶ କରିବା ମାତ୍ରେ ଡ୍ରଇଂ ରୁମରେ ଏସି ଲଗାଇ ଆରାମ କରୁଥିବାବେଳେ ତା ଆଖି ଲାଗିଗଲା ଆଉ ସେ ଶୋଇପଡିଲା।  

ପଡୋଶୀ ଲୋକ ପୋଲିସକୁ ଏ ସମ୍ପର୍କରେ ଜଣାଇଥିଲେ। ସୂଚନା ପାଇ ପୋଲିସ ପହଁଞ୍ଚିଥିଲା ଘଟଣାସ୍ଥଳରେ। ଚୋରକୁ ନିଦରୁ ଉଠାଇବା ପରେ ଗିରଫ କରିଛି। ପୋଲିସ କହିଛି, ଚୋର ଚୋରି କରିବା ଉଦ୍ଦେଶ୍ୟରେ ପ୍ରବେଶ କରିଥିଲା କିନ୍ତୁ ନିଶାସକ୍ତ ଥିବାରୁ ଏସିର ଶୀତଳ ପବନରେ ଶୋଇ ପଡିଥିଲା। ପଡ଼ୋଶୀମାନେ ଫାଟକ ଖୋଲା ଦେଖି ଘର ମାଲିକଙ୍କୁ  ଫୋନ୍ କରିଥିଲେ। ଡାକ୍ତର ପାଣ୍ଡେଙ୍କ ଏହି ଘର କିଛି ଦିନ ହେବ ବନ୍ଦ ଥିଲା ଏହାର ସୁଯୋଗ ପାଇ ଚୋରି କରିବାକୁ ପହଁଞ୍ଚିଥିଲା ଚୋର। ପଡୋଶୀ ଘଟଣା ସମ୍ପର୍କରେ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଏହି ସମୟରେ ଚୋରକୁ ଘରେ ଏସି ଲଗାଇ ଆରାମରେ ଶୋଇଥିବାର ଦେଖିବାକୁ ମିଳିଥିଲା।  ଚୋରକୁ ନିଦରୁ ଉଠାଇ ଗିରଫ କରିଥିଲା ପୋଲିସ। ଚୋର ଘରର ଆଲମାରୀକୁ ଭାଙ୍ଗିବା ସହ ଓ୍ବାସ୍ ବେସିନ୍, ଗ୍ୟାସ୍ ସିଲିଣ୍ଡର ଓ ପାଣି ପମ୍ପକୁ ଚୋରାଇବାକୁ ଚେଷ୍ଟା କରିଥିଲା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.