ପ୍ରମୁଖ ଖବର
  • ୭ ନେତାଙ୍କୁ ବିଦା କଲା ବିଜେପି, ଦଳ ବିରୋଧୀ କାର୍ଯ୍ୟ କରୁଥିବା ଅଭିଯୋଗ
  • ||
  • ୟୁଜିସି-ନେଟ୍‌ ଆବେଦନ ଅବଧି ବୃଦ୍ଧି: ମେ ୧୭ ଯାଏଁ କରିପାରିବେ ଆବେଦନ, ଜୁନ୍‌ ୧୮ରେ ପରୀକ୍ଷା
  • ||
  • IPL 2024: ଇଡେନ ଗାର୍ଡେନ୍ସରେ କୋଲକାତାକୁ ଭେଟିବ ମୁମ୍ବାଇ, ନାଇଟ୍‌ ରାଇଡର୍ସର ଶ୍ରେଷ୍ଠ ୨ ଲକ୍ଷ୍ୟ
  • ||
  • ରାଜ୍ୟରେ ସକ୍ରିୟ କାଳବୈଶାଖୀ: ଉତ୍ତର ଉପକୂଳରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା, ୧୬ ଜିଲ୍ଲାକୁ ଆଲର୍ଟ
  • ||

ରବିବାର ହାଇ-ଭୋଲଟେଜ୍ ପ୍ରଚାର: ସାଲେପୁରରୁ ରାହୁଲ ଗାନ୍ଧି, ବ୍ରହ୍ମପୁରରେ ଜେ.ପି. ନଡ୍ଡା କରିବେ ପ୍ରଚାର

କଟକ/ବ୍ରହ୍ମପୁର/ସାଲେପୁର,୨୮/୦୪: ଆଜି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡା  ଓଡ଼ିଶା ଗସ୍ତରେ ଆସୁଛନ୍ତି । ରାହୁଲ କଟକ ଜିଲ୍ଲାର ସାଲେପୁର ନିକଟ କୁଳିଆରେ ଏକ ସାଧାରଣ ସଭାରେ ଯୋଗ ଦେବେ । ନଡ୍ଡା ବ୍ରହ୍ମପୁର ଗସ୍ତ କରି ଆମ୍ବପୁଆଠାରେ ଏକ ଜନସଭାକୁ ସମ୍ବୋଧନ କରିବେ ।

ରାହୁଲ ଭୁବନେଶ୍ୱର ଏୟାର୍‌ପୋର୍ଟରୁ ହେଲିକପ୍ଟର୍‌ରେ ଆସି ସାଲେପୁର ନିକଟ ସତ୍ୟଭାମାପୁର ପଡ଼ିଆରେ ଦିନ ପ୍ରାୟ ୧୧ଟା ବେଳେ ଓହ୍ଲାଇବେ । ଏଠାରୁ କଡ଼ା ସୁରକ୍ଷା ବଳୟରେ କାର୍‌କେଡ୍‌ରେ ଯାଇ ୭ ଶହ ମିଟର ଦୂର ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜନ୍ମସ୍ଥାନରେ ତାଙ୍କ ଜୟନ୍ତୀରେ ମଧୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବେ । ପୁଣି ସତ୍ୟଭାମାପୁର ପଡ଼ିଆକୁ ଫେରି ହେଲିକପ୍ଟର୍‌ରେ ନିଶ୍ଚିନ୍ତକୋଇଲି ବ୍ଲକ୍‌ର କୁଳିଆ ପଡ଼ିଆରେ ଆୟୋଜିତ ସାଧାରଣ ସଭା ସ୍ଥଳକୁ ଯାଇ ଉଦ୍‌ବୋଧନ ଦେବେ । ସଭାସ୍ଥଳରେ କାର୍ଯ୍ୟକ୍ରମ ୧୨ଟାରୁ ୨ଟା ପର୍ଯ୍ୟନ୍ତ ରହିଛି । ସଭାସ୍ଥଳରେ ରାହୁଲ୍‌ ପ୍ରାୟ ଏକ ଘଣ୍ଟା ରହିବେ । ରାହୁଲ୍‌ଙ୍କ କାର୍ଯ୍ୟକ୍ରମ ପାଇଁ ରାଜ୍ୟ କଂଗ୍ରେସ ଶିବିର ଚଳଚଞ୍ଚଳ ହୋଇପଡ଼ିଛି । ସଭାମଞ୍ଚରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସମେତ ଦଳର ବିଧାୟକଗଣ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, ଜୟଦେବ ଜେନା, ରାଜ୍ୟ ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତ ଚରଣ ଦାସ, କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ, କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ ସିଦ୍ଧାର୍ଥ ସ୍ୱରୂପ ଦାସ, ସାଲେପୁର ପ୍ରାର୍ଥୀ ଆକ୍ୟୁବ୍‌ ଉଜ୍ଜାମନ୍‌ ଖାନ୍‌ ପ୍ରମୁଖ ଦଳର ବରିଷ୍ଠ ନେତା ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି । 

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନଡ୍ଡା ରବିବାର ଅପରାହ୍ନରେ ଭୁବନେଶ୍ୱର ବିମାନବନ୍ଦରରେ ଅବତରଣ କରିବେ । ସେଠାରୁ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ବ୍ରହ୍ମପୁରରେ ପହଞ୍ଚିବେ । ସହର ଉପକଣ୍ଠ ଆମ୍ବପୁଆ ବିବେକ ବିହାର ଠାରେ "ବିଜୟ ସଂକଳ୍ପ ସମାବେଶରେ’ ଯୋଗ ଦେଇ ବିଶାଳ ଜନସଭାକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ବିଜେପି ଜୋନ୍‌ ମିଡିଆ ସଂଯୋଜକ ସୁନିଲ ସାହୁ ସୂଚନା ଦେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ବ୍ରହ୍ମପୁର ଲୋକସଭା କ୍ଷେତ୍ରର ମତଦାନ ଅନୁଷ୍ଠିତ ହେଉଥିବାରୁ ଏହା ଅନ୍ତର୍ଗତ ୭ ବିଧାନସଭା ନେତାଙ୍କ ମନୋବଳ ବଢ଼ାଇବେ ରାଷ୍ଟ୍ରୀୟ ଅଧ୍ୟକ୍ଷ ନଡ୍ଡା ।

ସମାବେଶ ପରେ ସ୍ଥାନୀୟ ଏକ ହୋଟେଲ୍‌ରେ ବ୍ରହ୍ମପୁର ସମେତ କୋରାପୁଟ, ନବରଙ୍ଗପୁର ଓ ଆସିକା ଲୋକସଭା କାର୍ଯ୍ୟକର୍ତ୍ତାଙ୍କ ବୈଠକ ଅନୁଷ୍ଠିତ ହେବ । ବୈଠକରେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ନଡ୍ଡା ନିର୍ବାଚନ ବିଜୟର ଗୁରୁମନ୍ତ୍ର ଦେବେ । ଆସନ୍ତାକାଲିର ସମାବେଶରେ ନଡ୍ଡାଙ୍କ ସହ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାର, ରାଜ୍ୟ ନିର୍ବାଚନ ସହ ପ୍ରଭାରୀ ଲତା ଉସେଣ୍ଡି, ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବ, ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସମେତ ବ୍ରହ୍ମପୁର ଲୋକସଭା ଓ ଏହା ଅନ୍ତର୍ଗତ ୭ ବିଧାନସଭା ପ୍ରାର୍ଥୀ ଉପସ୍ଥିତ ରହିବେ । ନଡ୍ଡା ଗୋପାଳପୁରରେ ରାତ୍ରିଯାପନ କରିବେ ଏବଂ ୨୯ ତାରିଖରେ ଭୁବନେଶ୍ୱର ଫେରି ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି ।

  • PrameyaOdia
  • prameya
  • General Election 2024
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.