ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

U-19 ବିଶ୍ୱକପ୍‌: ଆଜି ସୁପର ସିକ୍ସ ରାଉଣ୍ଡ୍‌ରେ ଭାରତ- ନ୍ୟୁଜିଲାଣ୍ଡ ମୁକାବିଲା,ଟିମ୍ ଇଣ୍ଡିଆର ପଲା ଭାରି

ବ୍ଲୋଏମ୍ଫଟନ,୩୦/୦୧: ଚଳିତ ୧୯ବର୍ଷରୁ କମ୍‌ ବିଶ୍ୱକପ୍‌ର  ସୁପର ସିକ୍ସ ରାଉଣ୍ଡ୍‌ରେ ମଙ୍ଗଳବାର ଡିଫେଣ୍ଡିଂ ଚାମ୍ପିଅନ୍‌ ଭାରତ ଓ  ନ୍ୟୁଜିଲାଣ୍ଡ ପରସ୍ପରକୁ ଭେଟିବେ । ପ୍ରାଥମିକ ରାଉଣ୍ଡ୍‌ରେ ଭାରତ ସମସ୍ତ ମ୍ୟାଚ୍‌ ଜିତି ଗ୍ରୁପ୍‌-ଏ’ ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ଦଖଲ କରିଥିଲା । ନ୍ୟୁଜିଲାଣ୍ଡ  ଗ୍ରୁପ୍‌-ଡି’ରେ ଖେଳିଥିବା ୩ଟି ମ୍ୟାଚ୍‌ରୁ ୨ଟି ବିଜୟ ସହ ମୋଟ୍‌ ୪ ପଏଣ୍ଟ ହାତେଇଥିଲା । ଏହି ଗ୍ରୁପ୍‌ରେ ପାକିସ୍ତାନ  ସର୍ବାଧିକ ୬ ପଏଣ୍ଟ ହାସଲ କରିଥିଲା ।  

ପୂର୍ବ ରେକର୍ଡକୁ ଦେଖିଲେ ଭାରତର ପଲା ଭାରି ରହିବ । ୧୯ବର୍ଷରୁ  କମ୍‌ ବିଶ୍ୱକପରେ ନ୍ୟୁଜିଲାଣ୍ଡ ପୂର୍ବରୁ  କେବେ ଭାରତକୁ ହରାଇ ନାହିଁ । ଏଥର ମଧ୍ୟ ଭାରତ ବେଶ୍‌ ଶକ୍ତିଶାଳୀ ଦଳ ଭାବେ ଉଭା ହୋଇଛି । ପ୍ରାଥମିକ  ରାଉଣ୍ଡ୍‌ରେ ମୁସିର ଖାନ୍‌ ଓ ଆର୍ସିନ  କୁଲକର୍ଣ୍ଣୀ ଶତକ ଅର୍ଜନ କରିସାରିଛନ୍ତି ।  ଆଦର୍ଶ ସିଂହ ମଧ୍ୟ ଦମ୍‌ଦାର ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି । 

ଭାରତର ବୋଲିଂ ବିଭାଗ ବେଶ୍‌  ସନ୍ତୁଳିତ ରହିଛି । ବାମ ହାତି ପେସ୍‌  ବୋଲର ନମନ ତିୱାରୀ ଘାତକ ବୋଲିଂ କରି ୮ଟି ୱିକେଟ୍‌ ନେଇଛନ୍ତି । ସ୍ପିନର  ସୌମ୍ୟ ପାଣ୍ଡେ ମଧ୍ୟ ୮ଟି ୱିକେଟ୍‌ ନେଇ  ସାରିଛନ୍ତି । ନ୍ୟୁଜିଲାଣ୍ଡ ସେଭଳି ଆଖି ଦୃଶିଆ ପ୍ରଦର୍ଶନ କରିନାହିଁ । ମାତ୍ର ଭାରତକୁ  ହରାଇ ବିପର୍ଯ୍ୟୟ ରଚନା କରିବାର  କ୍ଷମତା ଦଳ ନିକଟରେ ରହିଛି ।  ଡାହଣ ହାତି ବ୍ୟାଟର ସ୍ନେହିତ ରେଡ୍ଡୀ  ଓ ବୋଲର ମାଥ୍ୟୁ ରେୱେଙ୍କ ଉପରେ  ଦଳ ନିର୍ଭର କରିବ ।  

ଭାରତୀୟ ଦଳ: ଆର୍ସିନ  କୁଲକର୍ଣ୍ଣୀ, ଆଦର୍ଶ ସିଂହ, ରୁଦ୍ର ମୟୂର  ପଟେଲ, ସଚିନ ଢାସ୍‌, ପ୍ରିୟାଂଶୁ  ମୋଲିୟା, ମୁସିର ଖାନ, ଉଦୟ ସହରନ୍‌  (ଅଧିନାୟକ), ଆରାଭେଲି ଅଭିନାଶ  ରାଓ, ସୌମ୍ୟ କୁମାର ପାଣ୍ଡେ, ମୁରୁଗାନ  ଅଭିଷେକ, ଇନ୍ନେଶ ମହାଜନ, ଧନୁଶ  ଗୌଡ଼ା, ଆରାଧ୍ୟ ଶୁକ୍ଳା, ରାଜ ଲିମ୍ବାନି,  ନମନ ତିୱାରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.