ଛିନ୍ଦବାଡ଼ା, ୭/୧୧ : କେନ୍ଦ୍ରୀୟ ମନ୍ତ୍ରୀ ପ୍ରହ୍ଲାଦ ପଟେଲ ମଙ୍ଗଳବାର ସଡ଼କ ଦୁର୍ଘଟଣାର ଶିକାର ହୋଇଛନ୍ତି । ମାତ୍ର ଏହି ସମୟରେ ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । କିନ୍ତୁ ଏହି ଘଟଣାରେ ୩୫ବର୍ଷୀୟ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ଏହା ବ୍ୟତୀତ ୩ଜଣଙ୍କ ଆହତ ହୋଇଛନ୍ତି ।
କେନ୍ଦ୍ରମନ୍ତ୍ରୀ ପଟେଲଙ୍କ ଶୋଭାଯାତ୍ରା ଛିନ୍ଦବାଡ଼ାରୁ ନରସିଂହପୁର ଆଡ଼କୁ ଯାଉଥିଲା । ଏହି ସମୟରେ ତାଙ୍କ ଗାଡ଼ି ଅଚାନକ ରାସ୍ତା ତଳକୁ ଗଳି ପଡ଼ିଥିଲା । ଫଳରେ ଗାଡ଼ି ଭାଙ୍ଗିଯିବା ସହ ଦୁଇରୁ ତିନି ଜଣ ଆହତ ହୋଇଛନ୍ତି । କେନ୍ଦ୍ରମନ୍ତ୍ରୀ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ଛିନ୍ଦାବାଡ଼ାରେ ଅଛନ୍ତି । କୁହାଯାଉଛି କି ଏହି ଘଟଣା ବାଇକ ଚାଳକଙ୍କୁ ବଞ୍ଚାଇବାକୁ ଯାଇ ହୋଇଛି ।