ନୂଆଦିଲ୍ଲୀ,୧୩।୮: ଭାରତରେ ଗତ ବର୍ଷ ୨୦୦୦ ଟଙ୍କିଆ ନୋଟ୍ର ବ୍ୟବହାର ସମ୍ପୂର୍ଣ୍ଣ ବନ୍ଦ ହୋଇଛି। ୮ ନଭେମ୍ବର ୨୦୧୬ର ବିମୁଦ୍ରୀକରଣ ପରେ ୧୦୦୦ ଟଙ୍କା ନୋଟ୍ ମଧ୍ୟ ବନ୍ଦ ହୋଇଗଲା। ତାହା ଏବେ ଆଉ ପୁଣିଥରେ ମଧ୍ୟ ଆରମ୍ଭ ହୋଇନି। ଏଭଳି ଭାବରେ କହିବାକୁ ଗଲେ ଭାରତରେ ସବୁ ବଡ଼ ନୋଟ୍ ଏବେ ୫୦୦ ଟଙ୍କା। ହେଲେ ଏଭଳି ସ୍ଥିତିରେ, ଆପଣ ଏପରି ଏକ ଦେଶ ବିଷୟରେ ଜାଣିଛନ୍ତି ଯେଉଁଠାରେ ୨୦୦-୩୦୦ ଓ ୧୦୦୦ ଟଙ୍କା ବ୍ୟତୀତ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନୋଟ୍ ଉପଲବ୍ଧ ଅଛି। ଆଉ ସେ ଦେଶର ନାଁ ହେଲା ଭେନେଜୁଏଲା।
ଭେନେଜୁଏଲାରେ ସବୁଠାରୁ ଅଧିକ ବଡ଼ ନୋଟ୍ ହେଲା ୧୦ ଲକ୍ଷ ଟଙ୍କା। ସେଠାର ସରକାର ଅକ୍ଟୋବର ୨୦୨୧ରେ ଏକ ଲକ୍ଷ ବୋଲିଭରର ନୋଟ୍ ଛାପିଥିଲେ। ଏହାପରେ ଭେନେଜୁଏଲା ସବୁଠାରୁ ବଡ଼ କରେନ୍ସି ନୋଟ୍ ଛାପିବାରେ ଦୁନିଆର ପ୍ରଥମ ଦେଶ ପାଲଟିଛି। ତେବେ ଭେନେଜୁଏଲାର ଏହି କରେନ୍ସି ଭାରତୀୟ କରେନ୍ସି ଅନୁସାରେ,୩,୧୫୬,୫୭୨,୯୧୭ ରହିଛି।
ଭାରତରେ ବର୍ତ୍ତମାନ ସବୁଠାରୁ ବଡ଼ ନୋଟ୍ ହେଉଛି ୫୦୦ ଟଙ୍କା। ଏହା ପୂବ;ରୁ ଭାରତରେ ୨୦୦୦ ଟଙ୍କିଆ ନୋଟ୍ ସବୁଠାରୁ ବଡ଼ ନୋଟ୍ ଥିଲା। ତେବେ ଏଭଳି ନୁହେଁ ଭାରତରେ କେବେ ୨୦୦୦ ଟଙ୍କିଆ ନୋଟ୍ ସବୁଠାରୁ ବଡ଼ ନୋଟ୍ ଥିଲା। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏପର୍ଯ୍ୟନ୍ତ ସବୁଠାରୁ ବଡ ନୋଟ୍ ୧୦,୦୦୦ ଟଙ୍କାର ରଖିଥିଲା। ଏହି ନୋଟ୍ ୧୯୩୮ ରେ ଛପା ଯାଇଥିଲା। ତେବେ ଏହାକୁ ଜାନୁଆରୀ ୧୯୪୬ରେ ଡିମନିଟାଇଜ୍ କରି ଦିଆଯାଇଥିଲା। ଏହାପରେ ୧୯୫୪ ରେ ୧୦,୦୦୦ ଟଙ୍କିଆ ନୋଟ୍ ଆସିଥିଲା। ତେବେ ପରେ ଏହାକୁ ୧୯୭୮ରେ ବନ୍ଦ କରି ଦିଆଯାଇଥିଲା। ପଡୋଶୀ ଦେଶ ପାକିସ୍ତାନ ବିଷୟରେ ଯଦି କଥା ହେବା ତେବେ ସେଠାରେ ସବୁଠାରୁ ବଡ ହେଉଛି ୫୦୦୦ ଟଙ୍କିଆ ନୋଟ୍।