ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ଝୁଲୁଛି ତାଲା, ସ୍ବାସ୍ଥ୍ୟ ସେବାରୁ ବଞ୍ଚିତ ଗ୍ରାମବାସୀ

ଦାରିଙ୍ଗବାଡି,୯/୫(ଆପ୍ର):  ଲୋକମାନେ ସ୍ବାସ୍ଥ୍ୟ ସେବା ପାଇଁ ସରକାର ବିଭିନ୍ନ ଯୋଜନା ମାନ କରିଛନ୍ତି । ଗ୍ରାମାଞ୍ଚଳରେ ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ନିମନ୍ତେ ଗାଁ ଗାଁ ରେ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଖୋଲାଯାଇଛି । ଏଥି ନିମନ୍ତେ କର୍ମଚାରୀ ନିଯୁକ୍ତି ଓ କୋଠା ଘର ନିମନ୍ତେ କୋଟି କୋଟି ଟଙ୍କା ବ୍ୟୟ ମଧ୍ୟ କରୁଛନ୍ତି । ହେଲେ ଲୋକଙ୍କୁ ଉତ୍ତମ ସେବା ମିଳି ପାରୁ ନାହିଁ। ଏଭଳି ଦେଖିବାକୁ ମିଳିଛି ଦାରିଙ୍ଗବାଡି ବ୍ଲକ ଦନେକବାଡ଼ି ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ । 

ଉକ୍ତ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ରୋଗୀ ଙ୍କୁ ଦେଖିବା ପାଇଁ ଜଣେ ସିଏଚଓ ଙ୍କୁ ନିଯୁକ୍ତି ଦିଆଯାଇଛି । ହେଲେ ଅଧିକାଂଶ ସମୟ କେନ୍ଦ୍ରରେ ତାଲା ଝୁଲି ରହୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗୁରୁବାର ଦିନ କେନ୍ଦ୍ରରେ ତାଲା ଝୁଲୁଥିବା ଦେଖିବାକୁ ମିଳିଥିଲା । ବର୍ତମାନ ଗ୍ରୀଷ୍ମ ଋତୁ ଚାଲିଥିବା ବେଳେ ବହିର୍ବିଭାଗ ସକାଳେ ୭ ଟା ରୁ ୧୧ ଟା ପର୍ଯ୍ୟନ୍ତ ଓ ଅପରାହ୍ନ ୪ ଟା ଠାରୁ ୬ ଟା ପର୍ଯ୍ୟନ୍ତ ରୋଗୀ ସେବା କରିବାର ପ୍ରାବଧାନ ରହିଛି । ହେଲେ ବହିର୍ବିଭାଗ ବନ୍ଦ ରହିବା ଫଳରେ ଅଞ୍ଚଳରେ ଅନେକ ରୋଗୀ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ୧୩ କିଲୋମିଟର ଦୂର ଦାରିଙ୍ଗବାଡି ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ରୋଗ ଦେଖେଇବାକୁ ଆସୁଛନ୍ତି ରୋଗୀ । ସାଧାରଣ ଜ୍ବର ହେଉ କିମ୍ବା ଥଣ୍ଡା ଖାସ ହେଲେ କେନ୍ଦ୍ର ବନ୍ଦ ରହୁଥିବା ହେତୁ ଅଜଥା ଖର୍ଚ୍ଚାନ୍ତ କରି ଦାରିଙ୍ଗବାଡି ଆସିବାକୁ ପଡ଼ୁଚି ରୋଗୀଙ୍କୁ । ଏଭଳି କି ଜରୁରୀ ସମୟରେ କାହାରିକୁ ପାଇ ହେଉନାହିଁ । 

ଏ ନେଇ ସିଏଚଓ ରଶ୍ମିରେଖା ପ୍ରଧାନ ଙ୍କୁ ପଚାରିବାରୁ ସେ କହିଥିଲେ  ମୁଁ କେନ୍ଦ୍ର କୁ ସଠିକ୍ ଭାବେ ଯିବା ସହ ବେଳେ ବେଳେ ବିଭିନ୍ନ ଗାଁ କୁ ଯାଇ ରୋଗୀ ଦେଖୁଛି । ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଡ଼ଃ ଜାକେଶ ସାମନ୍ତରାୟ ଙ୍କୁ ପଚାରିବାରୁ ସେ କହିଲେ କି ଗୁରୁବାର ଦନେକବାଡ଼ି ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର କୁ ପରିଦର୍ଶନ ରେ ଯାଇଥିବା ବେଳେ ସିଏଚଓ ଅନୁପସ୍ଥିତି ରହିଥିଲେ । କେନ୍ଦ୍ରରେ ତାଲା ଝୁଲୁଥିଲା ଦେଖିବାକୁ ମିଳିଥିଲା । ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.