ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସିଧା ଚାଲିବା ଅପେକ୍ଷା ଓଲଟା ଚାଲିବା ଅଧିକ ଲାଭଦାୟକ, ଗଣ୍ଠି ଯନ୍ତ୍ରଣା କମ୍‌ ରହିବା ସହ ମିଳେ ଏହି ସବୁ ଫାଇଦା

ଭୁବନେଶ୍ୱର ୧୯/୦୪: ଚାଲିବା ସ୍ୱାସ୍ଥ୍ୟ ପାଇଁ ହିତକର । ନିୟମିତ ଚାଲିବା ଦ୍ୱାରା ହୃଦୟ ସୁସ୍ଥ ରହିଥାଏ । କିନ୍ତୁ ଜାଣନ୍ତି କି? ସିଧା ଚାଲିବା ଅପେକ୍ଷା ଓଲଟା ଚାଲିବା ଅଧିକ ଲାଭଦାୟକ । ଓଲଟା ଚାଲିବାର ଅନେକ ଫାଇଦା ରହିଛି, ଶାରିରୀକ ସହ ମାନସିକ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଏହା ଲାଭଦାୟକ । ନିୟମିତ ଓଲଟା ଚାଲିବା ଦ୍ୱାରା ଅନେକ ସମସ୍ୟାରୁ ମୁକ୍ତି ମିଳିଥାଏ । ଯେପରିକି...

ଶରୀରକୁ ସନ୍ତୁଳିତ ରଖେ :

ଓଲଟା ଚାଲିବା ଦ୍ୱାରା ଶରୀରର ବିଭିନ୍ନ ମାଂସପେଶୀ ସକ୍ରିୟ ହୋଇଥାନ୍ତି । ଏଥିପାଇଁ ଅଧିକ ପରିଶ୍ରମ କରିବାକୁ ପଡିଥାଏ,ଫଳରେ ଶରୀର ସନ୍ତୁଳିତ ରହିଥାଏ । 

ମାଂସପେଶୀ ମଜଭୁତ ହୁଏ :

ଓଲଟା ଚାଲିବା ଦ୍ୱାରା ଶରୀରରେ ଥିବା ମାଂସପେଶୀ ସକ୍ରିୟ ହେବା ସହ ମଜଭୁତ ହୋଇଥାଏ । 

ଗଣ୍ଠି ଯନ୍ତ୍ରଣା କମ୍‌ ରହିଥାଏ :

ସିଧା ଚାଲିବା ଅପେକ୍ଷା ଓଲଟା ଚାଲିବା ଗଣ୍ଠି ଯନ୍ତ୍ରଣା ପାଇଁ ଅଧିକ ସ୍ୱାସ୍ଥ୍ୟପ୍ରଦ । ଓଲଟା ଚାଲିବା ଦ୍ୱାରା ଗଣ୍ଠିକୁ ଆରାମ ମିଳିଥାଏ । ସେଥିପାଇଁ ଗଣ୍ଠିଯନ୍ତ୍ରଣା ଥିବା ଲୋକଙ୍କ ପାଇଁ ଓଲଟା ଚାଲିବା ଭଲ ବିକଳ୍ପ । 

କଗ୍‌ନେଟିଭ୍‌ ଫଙ୍କସନ୍‌ରେ ସୁଧାର ଆଣେ :

ଓଲଟା ଚାଲିବା ଶାରିରୀକ ସହ ମାନସିକ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଖୁବ୍‌ ଫାଇଦା ଆଣିଥାଏ । ଓଲଟା ଚାଲିବା ପାଇଁ ମସ୍ତିଷ୍କକୁ ଅଧିକ କାର୍ଯ୍ୟ କରିବାକୁ ପଡିଥାଏ । ଫଳରେ କଗ୍‌ନେଟିଭ୍‌ ଫଙ୍ଗ୍‌ସନ୍‌ରେ ସୁଧାର ଆସିଥାଏ ଓ ମେଧା ଶକ୍ତି ବଢିଥାଏ ।

କ୍ୟାଲୋରୀ ବର୍ଣ୍ଣରେ ସହଯୋଗ :

ଓଲଟା ଚାଲିବା ସମୟରେ ଶରୀରର ବିଭିନ୍ନ ମାଂସପେଶୀ କାମ କରିଥାନ୍ତି । ଏହା ଦ୍ୱାରା ଶରୀରରେ ସନ୍ତୁଳନ ଓ ସହଯୋଗିତା ବଢିଥାଏ । ଫଳରେ ଅଧିକ କ୍ୟାଲୋରୀ ବର୍ଣ୍ଣ ହୋଇଥାଏ । ମୋଟା ହେବାର ଆଶଙ୍କା ମଧ୍ୟ କମ୍‌ ରହିଥାଏ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.