ପ୍ରମୂଖ ଖବର
  • ଜୁଲାଇ ୨୨ରେ ସଂସଦର ବଜେଟ ଅଧିବେଶନ, ୨୧ରେ ସର୍ବଦଳୀୟ ବୈଠକ ଡାକିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ
  • ||
  • ବଲାଙ୍ଗୀର:ଓଲଟିଲା ପରିବା ବୋଝେଇ ପିକଅପ ଗାଡି, ଜଣେ ଗୁରୁତର ୫ ଆହତ
  • ||
  • ଶ୍ରୀଲଙ୍କା ଗସ୍ତ ପାଇଁ ଆଜି ଦଳ ଘୋଷଣା, ଟି-ଟ୍ୱେଣ୍ଟି ଅଧିନାୟକ ମୁଖ୍ୟ ଦାବିଦାର ସୂର୍ଯ୍ୟକୁମାର ଯାଦବ
  • ||
  • ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା: ଆସନ୍ତା ୨୧ରୁ ୩୧ ତାରିଖ ଯାଏଁ ଚାଲିବ
  • ||
  • ସୁନାବେଶରେ ଦର୍ଶନ ଦେବେ ବ୍ରହ୍ମାଣ୍ଡନାଥ,୧୩୮ ପ୍ରକାର ରତ୍ନଖଚିତ ଅଳଙ୍କାର ଲାଗି ହେବେ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବର୍ଷାରେ ଭିଜିବ ଓଡ଼ିଶା, ଆଗାମୀ ୪ ଦିନ ଯାଏଁ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସତର୍କତା ଜାରି, ଶୁକ୍ରବାର ପୁଣି ଲୁଘଚାପ
  • ||

ଟ୍ରେନରେ ଚଢ଼ୁଥିଲେ, ଗୋଡ ଖସିଯିବାରୁ କଟିଗଲା ଯୁବକଙ୍କ ପାଦ

ଖଲ୍ଲିକୋଟ ,୧୮।୩ : ଖଲ୍ଲିକୋଟ ରେଲୱେ ଷ୍ଟେସନରେ ଅଘଟଣ। ଟ୍ରେନ ରେ ଚଢ଼ୁଥିବା ବେଳେ ଅସାବଧାନତା ବଶତଃ ଗୋଡ଼ ଖସି ଯିବାରୁ କଟିଗଲା ଯୁବକଙ୍କ ଅଧା ପାଦ।ଗୁରୁତର ଅବସ୍ଥାରେ ଯୁବକଙ୍କୁ ମେଡ଼ିକାଲରେ ଭର୍ତ୍ତି  କରାଯାଇଛି। ଗୁରୁତର ଯୁବକ ଜଣଙ୍କ ଖଲ୍ଲିକୋଟ ଥାନା ବରପଦର ଗ୍ରାମର ଏନ.ନାରାୟଣ ରାଓ ।

ରବିବାର ରାତି ପ୍ରାୟ ସାଢ଼େ ୯ ଟା ସମୟରେ ଖଲ୍ଲିକୋଟ ଷ୍ଟେସନ ରୁ ପୁରୀ ତିରୁପତି ଏକ୍ସପ୍ରେସ ଟ୍ରେନ ଛାଡୁଥିବା ସମୟ ରେ ପ୍ଳାଟଫର୍ମ ବିପରୀତ ଦିଗରେ ଟ୍ରେନ ରେ ଚଢ଼ୁଥିଲେ। ଏହି ସମୟରେ ଅସାବଧାନତା ବଶତଃ ତାଙ୍କର ଗୋଡ଼ ଖସି ଯିବା ଫଳରେ ଟ୍ରାକ ତଳେ ପଡ଼ିଯାଇଥିଲେ । ଯାହା ଫଳରେ ନାରାୟଣଙ୍କ ଡାହାଣ ଗୋଡ଼ର ସମସ୍ତ ଆଙ୍ଗୁଳି ସହ ପାଦ ର ଅଧା ଅଂଶ କଟି ଯାଇଥିଲା ଏବଂ ଡାହାଣ ପଟ ଆଖିରେ ଗଭୀର ଆଘାତ ଲାଗିଥିଲା । ଗୁରୁତର ଅବସ୍ଥାରେ ରେଲୱେ ପୋଲିସ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ନେଇ ଯାଇଥିଲେ । ଏଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ନାରାୟଣଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି ।

ଆହୁରି ପଢନ୍ତୁ : ରିଲସ ହେଲା କାଳ : ଟ୍ରେନରେ କଟି ଯୁବକ ମୃତ

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.