ଭୁବନେଶ୍ୱର,୨୧/୧୧: ବିଶ୍ୱ ମତ୍ସ୍ୟ ଦିବସରେ ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା (ଏମ୍ଏମ୍କେୱାଇ)ର ଲୋକାର୍ପିତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ମେଗା ଯୋଜନାର ଶୁଭାରମ୍ଭ କରିବେ ।
୨୦୨୩-୨୪ ଆର୍ଥିକ ବର୍ଷରେ ୪୪୮ କୋଟି ଟଙ୍କା ବ୍ୟୟ ଅଟକଳରେ ୧୬ଟି ଯୋଜନାର ସମ୍ମିଶ୍ରଣରେ ମେଗା ଯୋଜନା ହୋଇଛି । ଏହାଦ୍ୱାରା ୧୧ ହଜାର ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ସ୍ୱାବଲମ୍ବୀ ହେବେ । ୫୦ ହଜାର ମତ୍ସ୍ୟଜୀବୀ ଓ ମାଛ ଚାଷୀ ସିଧାସଳଖ ଉପକୃତ ହେବେ । ଏଥିଯୋଗୁ ୧ ଲକ୍ଷରୁ ଅଧିକ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହେବ ।